Puri Medical / ପୁରୀ ମେଡିକାଲର 10 ଡାକ୍ତରଙ୍କୁ ନୋଟିସ

Key Points
ଅମାନିଆ ଡାକ୍ତରଙ୍କ ଉପରେ ସରକାରୀ ଲଗାମ
ପୁରୀ ମେଡିକାଲର 10 ଡାକ୍ତରଙ୍କୁ ନୋଟିସ
ବିନା ଦରଖାସ୍ତରେ ଅନୁପସ୍ଥିତ ଡାକ୍ତରଙ୍କୁ ମେଡିକାଲ ବୋର୍ଡ ରେ ହାଜର ହେବାକୁ ଚିଠି
କିଏ 10 ବର୍ଷ ତ କିଏ 7ବର୍ଷ ଧରି ଛୁଟିରେ ରହିଛି । କ୍ଲିନିକରେ ରୋଗୀ ଦେଖାରୁ ସମୟ ମିଳୁ ନଥିବାରୁ ମେଡିକାଲକୁ ଆସୁନଥିବା ଅଭିଯୋଗ ହୋଇଛି। ଏମିତିକି ବାୟୋମେଟ୍ରିକ ଉପସ୍ଥାନ ନିୟମର ବି ଖୁଲମଖୁଲା ଖିଲାପ କରୁଛନ୍ତି ସରକାରୀ ଡାକ୍ତର । ଏଭଳି ଅମାନିଆ ଡାକ୍ତରଙ୍କୁ କଡ଼ା ତାଗିଦ୍ କରିଛନ୍ତି ସ୍ବାସ୍ଥ୍ୟ ସଚିବ । ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ରହୁଥିବା 10 ଡାକ୍ତରଙ୍କୁ ମେଡିକାଲ ବୋର୍ଡ ରେ ହାଜର ହେବାକୁ ଚିଠି କରିଛନ୍ତି ପୁରୀ ସିଡିଏମଓ ।
2024-25 ବର୍ଷକ ମଧ୍ୟରେ ଓପିଡି ଚିକିତ୍ସା ପାଇବାକୁ 37 ଲକ୍ଷ 54 ହଜାର 995 ଜଣ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ସେ ମଧ୍ୟରୁ 36 ଲକ୍ଷ 95 ହଜାର 422 ଜଣ ଚିକିତ୍ସା ସୁବିଧା ପାଇଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ମେଡିକାଲରେ ଡାକ୍ତରଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । 552 ଡାକ୍ତରଙ୍କ ଜାଗାରେ କାମ ଚଳାଉଛନ୍ତି ମାତ୍ର 195 ଡାକ୍ତର । ସେଭଳି 631 ନର୍ସିଂ ଅଫିସର୍ ରୁ 44 ପଦବୀ ଖାଲି ପଡ଼ିଛି ।18 ରୁ 9 ଟି ରେଡ଼ିଓ ଗ୍ରାଫର ପଦବୀ ଖାଲି ପଡ଼ିଛି ।
📱 Get Argus News App
✨ମେଡିକାଲ ନିୟମ ଖିଲାପକାରି ସ୍ଵାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଡ଼ାକ୍ତର ରହିଛନ୍ତି । ତେବେ ଏହି ଅମାନିଆ ଡାକ୍ତରଙ୍କ ଉପରେ ସରକାରୀ ଛାଟ କେମିତି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।
Related Topics
Explore more stories