ବିଶ୍ୱ ବିଦ୍ୟାଳୟ କୁଳପତି ଚୟନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ

Key Points
ଜାଣନ୍ତୁ ଆବେଦନ ପାଇଁ କ'ଣ ରହିଛି ମାନଦଣ୍ଡ ?
ଏହି ତାରିଖ ମଧ୍ୟରେ କରନ୍ତୁ ଆବେଦନ ?
ମୋଟ ୧୩ଟି ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି ଚୟନ ହେବେ
ରାଜ୍ୟରେ ଥିବା ବିଶ୍ୱ ବିଦ୍ୟାଳୟ ଗୁଡିକରେ କୁଳପତି ଚୟନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କଲା ଉଚ୍ଚ ଶିକ୍ଷା ବିଭାଗ। ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି।
ଏଥିପାଇଁ ଆବେଦନକାରୀଙ୍କ ବୟସ ୬୬ ବର୍ଷ ତଳକୁ ଅର୍ଥାତ ଡିସେମ୍ବର ୧, ୨୦୨୫ ସୁଧା ୬୬ ବର୍ଷ ତଳକୁ ହୋଇଥିବ। ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା ଥିବ, କିମ୍ବା କୌଣସି ଶିକ୍ଷାନୁଷ୍ଠାନ ରେ ୧୦ ବର୍ଷ ଧରି ପ୍ରଫେସର ଭାବେ କାର୍ଯ୍ୟ ଦକ୍ଷତା ଥିଲେ ଆବେଦନ କରିପାରିବେ।
📱 Get Argus News App
✨ସେହିଭଳି କୌଣସି ରିସର୍ଚ୍ଚ ସେଣ୍ଟର କିମ୍ବା ଅର୍ଗାନାଇଜେସନରେ ୧୦ ବର୍ଷର ଅଭିଜ୍ଞତା ଥିଲେ ସେମାନେ ଆବେଦନ କରିପାରିବେ। ଜୁଲାଇ ୫, ୨୦୨୫ ସୁଧା ଆବେଦନ କରିପାରିବେ। ଉତ୍କଳ ବିଶ୍ୱ ବିଦ୍ୟାଳୟ, ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଫକୀର ମୋହନ ବିଶ୍ୱ ବିଦ୍ୟାଳୟ ଭଳି ମୋଟ ୧୩ଟି ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି ଚୟନ ହେବେ।