Videos
|
Odisha

ଓଡ଼ିଶା ପୋଲିସରେ ସବ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Smruti Parija
Browse all articles by Smruti Parija
·1 year ago·1 min read
ଓଡ଼ିଶା ପୋଲିସରେ ସବ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Key Points

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପୋଲିସ ଚାକିରି କରିବାକୁ ଚାହୁଁଥିଲେ, ଏହି ଖବରଟି ଆପଣଙ୍କ ପାଇଁ । ଓଡ଼ିଶା ପୋଲିସରେ ସବ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ।

କଟକ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ପୋଲିସ ଚାକିରି କରିବାକୁ ଚାହୁଁଥିଲେ, ଏହି ଖବରଟି ଆପଣଙ୍କ ପାଇଁ । ଓଡ଼ିଶା ପୋଲିସରେ ସବ ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । 933 SI ରାଙ୍କ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ଅନଲାଇନ ଆବେଦନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । odishapolice.gov.in ଏହି ୱେବସାଇଟ୍ ଜରିଆରେ ଅଧିକ ସୂଚନା ପାଇପାରିବେ ଆଶାୟୀ । ଜାନୁଆରୀ ୨୦ ତାରିଖ ସକାଳ ୧୦ ଟାରୁ ଫେବ୍ରୁଆରୀ ୧୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆଶାୟୀ ଆବେଦନ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Notification published for filling the post of Sub Inspector in Odisha Police | Argus News