ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଆହତ

Key Points
ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଆହତ
କବିସୂର୍ଯ୍ୟ ନଗର ଅଞ୍ଚଳର ସୁନିଲକୁ ଏନକାଉଣ୍ଟର କରାଯାଇଛି
ସୁନିଲ ନାରେ ରହିଛି ୨ଟି ହତ୍ୟା ସହ ୨୦ରୁ ଅଧିକ ମାମଲା ରହିଛି
ବ୍ରହ୍ମପୁରରେ ଏନ୍କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଓରଫ୍ ମାଲ ଆହତ । କବିସୂର୍ଯ୍ୟ ନଗର ଅଞ୍ଚଳର ସୁନିଲକୁ ଏନକାଉଣ୍ଟର କରାଯାଇଛି। ସେ ଗଞ୍ଜାମ ସମେତ ବ୍ରହ୍ମପୁରରେ ଅପରାଧିକ ନେଟୱର୍କ ଚଳାଇଥିଲା । ସୁନିଲ ନାରେ ରହିଛି ୨ଟି ହତ୍ୟା ସହ ୨୦ରୁ ଅଧିକ ମାମଲା। ଗତ କିଛି ଦିନ ହେଲା ପିତାତଳି, ଗୋଳନ୍ଥରା ଥାନା ଇଲାକାରେ ଅଞ୍ଚଳରେ ଅଧିକ ସକ୍ରିୟ ଥିଲେ ସୁନିଲ। ଭୋରରୁ ଗୋଳନ୍ଥରା ଥାନା ପକ୍ଷରୁ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଓରଫ ମାଲକୁ ବ୍ଲକିଂ କରି ଧରିବାକୁ ଚେଷ୍ଟା କରାଯାଇଥିଲା । ନିଜ ନିକଟରେ ରଖିଥିବା ମାଉଜରରେ ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ତାଙ୍କ ଟିମ ଉପରକୁ ସେ ଗୁଳି ଚଳାଇ ଥିଲା। ପୋଲିସ ଗାଡ଼ିର କବାଟକୁ ଦୁଇଟି ଗୁଳି ବାଜିଥିବା ବେଳେ ପୋଲିସ କାଉଣ୍ଟର ଆଟାକ କରିଥିଲା।
ସୁନୀଲର ବାମ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ସୁନୀଲକୁ MKCG ରେ ଭର୍ତ୍ତି କରାଯାଇଛି । ତା ନିକଟରୁ ଏକ ବାଇକ୍, ମାଉଜର ଜବତ୍ କରିଛି ପୋଲିସ । ସୁନିଲ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ରହି ଫେରାର ଥିଲା। ସୁନୀଲ ନାଁରେ ୨ଟି ହତ୍ୟାକାଣ୍ଡ ସହ ବନ୍ଧୁକ ମୁନରେ ଡକାୟତି, ଛିନତାଇ, ଚୋରି, ବୋମାମାଡ଼ ଆଦି ୨୦ ରୁ ଅଧିକ ମାମଲା ରହିଛି।