Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଉ ସ୍ନାତକ ନୁହେଁ, ଯୁକ୍ତ ୨ ପରେ କରି ପାରିବେ B.Ed

Odisha

ଆଉ ସ୍ନାତକ ନୁହେଁ, ଯୁକ୍ତ ୨ ପରେ କରି ପାରିବେ B.Ed

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଆଉ ସ୍ନାତକ ନୁହେଁ, ଯୁକ୍ତ ୨ ପରେ କରି ପାରିବେ B.Ed

ଭୁବନେଶ୍ଵର: ଏଣିକି B.Ed ଗ୍ରାଜୁଏସନ୍ ପରେ ନୁହେଁ ଯୁକ୍ତ ଦୁଇ ପଢ଼ା ସରିବା ପରେ B.Ed କରିବାର ସୁଯୋଗ ପାଇବେ ଛାତ୍ର ଛାତ୍ରୀ । ଉଚ୍ଚଶିକ୍ଷା ବିଭାଗର ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟି ଅନୁଷ୍ଠାନର ନିକଟସ୍ଥ ମହାବିଦ୍ୟାଳୟ ସହିତ ଏମ୍‌ଓୟୁ ସ୍ଵାକ୍ଷରିତ ହୋଇଛି । ଏହି ବୁଝାମଣା ଜାତୀୟ ଶିକ୍ଷା ନୀତି ପ୍ରଣୟନରେ ମାଇଲ୍ ଖୁଣ୍ଟ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।


ପୂର୍ବରୁ ଗ୍ରାଜୁଏସନ୍ ପରେ ଶିକ୍ଷକ ଶିକ୍ଷଣ ଅନୁଷ୍ଠାନରେ ପଢ଼ିବାର ସୁଯୋଗ ମିଳୁଥିଲା । ଆଜି ଏମ୍‌ଓୟୁ ସ୍ଵାକ୍ଷର ପରେ ସେମାନଙ୍କୁ ନୂଆ ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ ପ୍ରୋଗ୍ରାମ କୋର୍ସ ଆଧାରରେ ଯେଉଁମାନେ ଶିକ୍ଷକ ଶିକ୍ଷଣ ଅନୁଷ୍ଠାନରେ ପଢ଼ିବେ ସେମାନଙ୍କୁ ଆଉ ୫ ବର୍ଷ ପାଠ ପଢ଼ିବାକୁ ପଡ଼ିବନି । ମାତ୍ର ୪ ବର୍ଷ ଇଣ୍ଟିଗ୍ରେଟେଡ୍ କୋର୍ସ ଆଧାରରେ ଏକା ଥରକେ ଯୁକ୍ତ ୨ ପରେ ଛାତ୍ରଛାତ୍ରୀ ମାନେ ବିଏଡ୍ କରି ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ ବିଭିନ୍ନ ସୃଜନ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହି ପଦକ୍ଷେପ ଅନ୍ୟତମ । ୧୮୯ଟି ବେସରକାରୀ ସ୍ନାତକ ମହାବିଦ୍ୟାଳୟର ଭିତ୍ତିଭୂମି ଜନିତ ସମସ୍ୟା ଦୂର ପାଇଁ ବିଭାଗ ପକ୍ଷରୁ ୧୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏମ୍‌ଓୟୁ ସ୍ଵାକ୍ଷର ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ସହ ଭାବ ବିନିମୟ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Sponsored
Now Can Learn B.ed After Plus Two In Odisha | Argus News