Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ଏଣିକି ୧୪୭ MLA ନୁହେଁ, ବିଧାନସଭାରେ ବସିବେ ୨୦୦ ବିଧାୟକ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଏଣିକି ୧୪୭ MLA ନୁହେଁ, ବିଧାନସଭାରେ ବସିବେ ୨୦୦ ବିଧାୟକ !
Odisha Politics

Key Points

୭୧ ଏକର ଜାଗାରେ ଛିଡା ହେବ ନୂଆ ବିଧାନସଭା ଓ ଲୋକସେବା ଭବନ ।
୩୦୦ ଆସନ ବିଶିଷ୍ଟ ନୂଆ ବିଧାନସଭା ନିର୍ମାଣ ପାଇଁ ପଡ଼ିଲା ଭିତ୍ତି ପ୍ରସ୍ତର ।

ଓଡ଼ିଶାରେ ବଢ଼ିପାରେ ନିର୍ବାଚନମଣ୍ଡଳୀ ସଂଖ୍ୟା । ସୀମା ପୁନଃନିର୍ଦ୍ଧାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଲେ ସଂକେତ। ୧୪୭ ବିଧାୟକଙ୍କ ପରିବର୍ତ୍ତେ ବିଧାନସଭାରେ ବସିବେ ପ୍ରାୟ ୨୦୦ ବିଧାୟକ । ୭୧ ଏକର ଜାଗାରେ ଛିଡ଼ା ହେବ ନୂଆ ବିଧାନସଭା ଓ ଲୋକସେବା ଭବନ । ୩୦୦ ଆସନ ବିଶିଷ୍ଟ ନୂଆ ବିଧାନସଭା ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ।

ବିଧାନସଭା ହେଉଛି ରାଜ୍ୟ ରାଜନୀତିର ଏନ୍ତୁଡ଼ି ଶାଳ । ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ସେହି ବିଧାନସଭା କୋଠାକୁ ନୂଆ ରୂପ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଯେମିତି ଅବସ୍ଥାରେ ଲୋକେ ତାକୁ ଦେଖୁଛନ୍ତି, ତାହା ଆଗାମୀ ଦୁଇ ବର୍ଷ ପରେ କିଛି ଭିନ୍ନ ଦେଖାଯିବ । ଆଗକୁ ହେବାକୁ ଯାଉଛି ସୀମା ପୁନଃ ନିର୍ଧାରଣ । ରାଜ୍ୟରେ ପ୍ରାୟ ୫୦ ନୂତନ ବିଧାନସଭା ନିର୍ବାଚନ ମଣ୍ଡଳୀ ସୃଷ୍ଟି ହୋଇପାରେ । ନୂତନ ଓଡ଼ିଶା ବିଧାନସଭା ଦେଖିପାରେ ଅଧିକ ୫୦ ବିଧାୟକ ।

ବର୍ତ୍ତମାନ ରାଜ୍ୟରେ ୧୪୭ ନିର୍ବାଚନ ମଣ୍ଡଳୀ ଥିବା ବେଳେ ଆଗକୁ ସୀମା ପୁନଃ ନିର୍ଧାରଣ ପରେ ନିର୍ବାଚନ ମଣ୍ଡଳୀ ସଂଖ୍ୟା ୨୦୦ ଛୁଇଁବ । ଆଜି ନୂତନ ବିଧାନସଭା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ବେଳେ ଏମିତି କିଛି ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସଂକେତ ପରେ ରାଜ୍ୟ ରାଜ୍ୟନୀତି ବେଶ ସରଗରମ ହୋଇଛି ।

ସେପଟେ ୬୮ ବର୍ଷ ଧରି ରାଜଧାନୀରେ ଛିଡ଼ା ହୋଇଥିବା ଲୋକସେବା ଭବନକୁ ନୂଆ ରୂପ ଦେବେ ସରକାର । ଜାନୁଆରୀ, ୧୯୫୬ରେ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ନ‌ଭେମ୍ବର ୧୯୫୯ରେ ଶେଷ ହୋଇଥିଲା ଲୋକସେବା ଭବନ । ସେହି କୋଠା ପାଇଁ ସେତେବେଳେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ରାଜ୍ୟ ସରକାରଙ୍କ ୪୧ଟି ବିଭାଗ ରହିଥିବା ବେଳେ ୩ ମହଲା ବିଶିଷ୍ଟ ଲୋକସେବା ଭବନ ରହିଛି । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ । ଦ୍ବିତୀୟ ମହଲାରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଏବଂ ପ୍ରଥମ ମହଲାରେ ରାଷ୍ଟ୍ରମନ୍ତ୍ରୀଙ୍କ ପାଇଁ ପ୍ରକୋଷ୍ଠ ରହିଛି । ସରକାରରେ କର୍ମଚାରୀଙ୍କ ବୃଦ୍ଧି, କାର୍ଯ୍ୟଭାର ସହ ନୂଆ ଟେକନୋଲୋଜିର ବ୍ୟବହାର ପାଇଁ ଆବଶ୍ୟକ ପଡୁଛି କୋଠା ।

ନୂଆ ଲୋକସେବା ଭବନ ପାଇଁ ପାୱାର ହାଉସ ଛକକୁ ମିଶାଇ ଲୋକସେବା ଭବନର ସୀମା ବୃଦ୍ଧି କରିବା ସହ ତଳେ ରାସ୍ତା ଓ ପାର୍କିଂ ପାଇଁ ସରକାର ପ୍ଲାନ କରୁଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Politics | Now, instead of 147 MLAs, 200 MLAs will sit in the Assembly! | Argus News