Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡମ୍ପିଙ୍ଗ ୟାର୍ଡରୁ ଆସୁଛି ପଚା ଦୁର୍ଗନ୍ଧ 

Odisha

ଡମ୍ପିଙ୍ଗ ୟାର୍ଡରୁ ଆସୁଛି ପଚା ଦୁର୍ଗନ୍ଧ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଡମ୍ପିଙ୍ଗ ୟାର୍ଡରୁ ଆସୁଛି ପଚା ଦୁର୍ଗନ୍ଧ 

ପୁରୀ: ଡମ୍ପିଙ୍ଗ ୟାର୍ଡ  ଦେଉଛି ସାଙ୍ଘାତିକ ନିର୍ଯ୍ୟାତନା।  ଏତେ  ପଚା ର୍ଗନ୍ଧ ଯେ ଘରେ ବସି ହେଉନି, ଶୋଇ ହେଉନି, ଭଲରେ ଗଣ୍ଡେ ଖାଇ ହେଉନି। କବାଟ କିଳିକି ରହିବାକୁ ପଡୁଛି ଦିନ ରାତି.. ରୋଗୀଙ୍କ ଅବସ୍ଥା ନକହିବା ଭଲ।  ପୁରୀ ବଳିଆପଣ୍ଡା ଅଳିଆ ଆବର୍ଜନା ପାହାଡ ଅଣନିଶ୍ବାସୀ କରୁଛି ସ୍ଥାନୀୟ  ଲୋକଙ୍କୁ।   ଏବେଠୁ ସହର ତାତିରେ ସନ୍ତୁଳୀ ହେଉଥିବା ବେଳେ ଜଳୁଥିବା ବଳିଆପଣ୍ଡା ଅଳିଆ ପାହାଡ ଏବେ ଲୋକଙ୍କୁ ଅଧର୍ଯ୍ୟ କଲାଣି । ଆସନ୍ତା ୧ବର୍ଷ ମଧ୍ୟରେ ଏହି ଅଳିଆ ପାହାଡକୁ ସ୍ଥାନାନ୍ତର କରିବାକୁ ଏନ୍ ଜି ଟିର ନିର୍ଦ୍ଦେଶ ରହିଥିବା ବେଳେ ଏବେ ବି ସହରର  ଆବର୍ଜନା ଏହିଠାରେ ହିଁ ଗଦା କରାଯାଉଛି । ପ୍ରାୟ ୨୦୦୦ ପରିବାର ଏବେ ଅଳିଆ ପାହାଡ ର କଷଣ ରୁ ମୁକ୍ତି ଖୋଜୁଛନ୍ତି।  ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅଭିଶାପ ପାଲଟିଛି  ଏହି ଡମ୍ପିଙ୍ଗ ୟାର୍ଡ। ତାପମାତ୍ରା ର କୋପ କୁ ଅଳିଆର ଧାସ ଲୋକଙ୍କୁ ଏକରକମର ରୁନ୍ଧି ଦେଲାଣି  । ଶ୍ୱାସ ରୋଗରେ ବି ଅନେକ ଆକ୍ରାନ୍ତ ହେବାର ନଜିର ରହିଛି। ବାରମ୍ବାର ନିଆଁ ଲଗାଇବା ଫଳରେ ଦେଖାଦେଊଛି ଅନେକ ସମସ୍ୟା । ଶ୍ୱାସ ରୋଗରେ ବି ଅନେକ ଆକ୍ରାନ୍ତ ହେବାର ନଜିର ରହିଛି।  

 ଆସନ୍ତା ୧ ଏପ୍ରିଲ ୨୦୨୫ ସୁଦ୍ଧା ଅଳିଆ ପାହାଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଏନ୍ ଜି ଟି ନିର୍ଦ୍ଦେଶ ରହିଥିବା ବେଳେ ଏବେ ବି ଏଠାରେ ଆଣି ଅଳିଆ ଗଦା କରାଯାଉଛି ।  ବଳିଆପଣ୍ଡାର ନିର୍ଦ୍ଦିଷ୍ଟ ୫ ଏକର ଜମିରେ କାହିଁ କେଉଁ କାଳରୁ ଏହି ଅଳିଆ ଗଚ୍ଛିତ ରଖାଯାଉଛି । କାଳକ୍ରମେ ଏହା ୧୦ ଏକରରେ ପହଞ୍ଚିଲାଣି ।  ସହରର ଅଳିଆ ସମେତ ସ୍ଵର୍ଗଦ୍ଵାର ଆବର୍ଜନା ଓ ମୃତଦେହ ବି ଏଇଠାରେ ଆଣି ଗଦା କରାଯାଉଛି। ମଧୁର ଜଳ ପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳ ସଂରକ୍ଷିତ ରହିଥିଲେ ହେଁ ବର୍ଷାଦିନେ ଆବର୍ଜନାରେ ବର୍ଷା ପାଣି ମିଶୁଛି। ନିଆଁ ଜଳି ଲିଭିଯାଉଛି, କିନ୍ତୁ ବର୍ଷା ସମୟରେ ଆବର୍ଜନାରେ ବର୍ଷା ପାଣି ପଡ଼ି ଦୁର୍ଗନ୍ଧରେ ନାକ ଫାଟିଯାଉଛି। ପୋକ ଓ କୀଟଙ୍କର ପ୍ରାଦୁର୍ଭାବ ବଢ଼ିଯାଉଛି। ବିଶେଷକରି ହୃଦରୋଗୀ, ଶ୍ଵାସରୋ ,ଗୀ, ଛୋଟ ପିଲା ନିଃଶ୍ଵାସପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ।   ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅଭିଶାପ ପାଲଟିଛି ପୁରୀ ବଳିଆପଣ୍ଡା ଅଳିଆ ପାହାଡ ।ଏପଟେ ତାତିକୁ ସେପଟେ ଦୁର୍ଗନ୍ଧ, ଅଣନିଶ୍ବାସୀ ପ୍ରାୟ ୨ହଜାର ପରିବାର । ସ୍ଥାନୀୟ ପ୍ରଶାସନର ଏଥିପ୍ରିତି ନିଘା ନାହିଁ। 
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dumping yard has become a bane for the local residents. | Argus News