ମା' ସମଲେଶ୍ଵରୀ ମନ୍ଦିରରେ ପହଞ୍ଚିଲା ସରିଆ ଧାନ

Key Points
ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ଵରୀ ମନ୍ଦିରରେ ପହଞ୍ଚିଲା ସରିଆ ଧାନ
ସରିଆ ଧାନ ସହ ସାରୁ ପତ୍ର ଓ କୁରେ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି
୮ ବର୍ଷ ହେବ ବଲବସପୁର ଗ୍ରାମରୁ ଏହି ଧାନ ଆସୁଛି
ପଶ୍ଚିମ ଓଡିଶାର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ଵରୀ ମନ୍ଦିରରେ ପହଞ୍ଚିଲା ସରିଆ ଧାନ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇରେ ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ପାଖରେ ଏହି ସରିଆ ଧାନରୁ ପ୍ରସ୍ତୁତ ଅନ୍ନ ମା'ଙ୍କ ପାଖରେ ନୂଆଁଖାଇରେ ଲାଗି ହେବ । ବଳବସପୁର ଗ୍ରାମର ସୁବାଷ ବେହେରା ସମଲେଶ୍ଵରୀ ମନ୍ଦିର ପହଞ୍ଚି ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ପ୍ରଦାନ କରିଛନ୍ତି ।
ସରିଆ ଧାନ ସହ ସାରୁ ପତ୍ର ଓ କୁରେ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ସରିଆ ଧାନ ମୁଖ୍ୟତ ୬୦ ଦିନ ମଧ୍ୟରେ ଉତ୍ପାଦନ ହେଉଥିବା ବେଳେ ଏଥିପାଇଁ ଵଲବସପୁରର ସୁବାଷ ବେହେରାଙ୍କ ସ୍ବତନ୍ତ୍ର ଭାବେ ଚାଷ କରିଥାନ୍ତି । ଏହି ଫସଲରେ ପଶୁପକ୍ଷୀ କେହି ଯେମିତି ଅଇଁଠା କରିବା ପୁର୍ଵରୁ ଧାନ ଅମଳ କରି ମା' ସମଲେଶ୍ଵରୀଙ୍କ ନବାନ୍ନ ପାଇଁ ପ୍ରଥମେ ଅଣଯାଇଛି । ବହୁ କାଳରୁ ଏହି ସରିଆ ଧାନ ମା'ଙ୍କ ପାଖରେ ଲାଗି ହେଉଛି । ତେବେ ଗତ ୮ ବର୍ଷ ହେବ ବଲବସପୁର ଗ୍ରାମରୁ ଏହି ଧାନ ଆସୁଛି ।
📱 Get Argus News App
✨ମନ୍ଦିର ମୁଖ୍ୟ ପୁଜକଙ୍କୁ ସରିଆ ଧାନ ପ୍ରଦାନ ପରେ ପୁଜକ ପରିବାର ବର୍ଗ ଧାନକୁ ଶୁଖାଇ ଏଥିରୁ ଚାଉଳ ପ୍ରସ୍ତୁତ କରିଥାନ୍ତି । ଗଣେଷ ପୁଜା ଦିନରେ ଏହାକୁ ଭାଜିଥାନ୍ତି । ଗୁଡ ଓ ଘିଅ ଦେଇ ନୁଆଁଖାଇ ରେ ମାଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଏ । ଯାହାକି ଆସନ୍ତା ୨୮ ତାରିଖ ନୂଆଖାଇରେ ଲଗ୍ନ ଅନୁଯାୟୀ ମାଁ ପାଖରେ ପ୍ରଥମେ ଅନ୍ନଭୋଗ ଲଗାଯାଏ । ଏହା ପରେ ସମସ୍ତେ ନୂଆଁ ଖାଇଥାନ୍ତି ।