Videos
|
Odisha

Nuakhai Celebration / ନୂଆଁଖାଇରେ ଉତ୍ସବମୁଖର ପଶ୍ଚିମ ଓଡ଼ିଶା…ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା

Ritu Das
Browse all articles by Ritu Das
·1 hour ago·2 min read
ନୂଆଁଖାଇରେ ଉତ୍ସବମୁଖର ପଶ୍ଚିମ ଓଡ଼ିଶା…ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା
India

Key Points

  • ଧୁମଧାମରେ ପାଳନ ହେଉଛି ଗଣପର୍ବ ନୂଆଁଖାଇ
  • ମା’ ସମଲେଶ୍ୱରୀଙ୍କୁ ନବାନ୍ନ ଅର୍ପଣ, ସୁଖ-ସମୃଦ୍ଧି କାମନା
  • ନୂଆଁଖାଇରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା, ଦେଲେ ଏକତାର ବାର୍ତ୍ତା
  • ଆଜି ଦୁଲୁକୁଛି ସମଗ୍ର ପଶ୍ଚିମ ଓଡ଼ିଶା। ସମସ୍ତେ ମିଶି ଧୁମଧାମରେ ପାଳନ କରୁଛନ୍ତି ଗଣପର୍ବ ନୂଆଖାଇ। ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା' ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ। ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।



    ନୂଆଁଖାଇ ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଗୁରୁଜନ, ମା’ ଭଉଣୀ ଦାଦା ଭାଇମାନଙ୍କୁ ମୋର ଅଭିନନ୍ଦନ। ସେ କହିଛନ୍ତି ଯେ, ନୂଆଁଖାଇ ହେଉଛି ଏକତା ସୌହାର୍ଦ୍ଦ୍ୟ ଓ ସଭାବନାର ପର୍ବ। ନବାନ୍ନ ସେବନ, ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ। ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ ବାର୍ତ୍ତା ଦେଉଛି। ଆଜିର ଏହି ମହାନ ଅବସରରେ ମା’ ସମଲେଶ୍ବରୀଙ୍କ ପାଖରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳକାମନା କରୁଛି। ଜଗନ୍ନାଥଙ୍କ ପାଖରେ ମଧ୍ୟ କାହିଁ କେଉଁ କାଳରୁ ନବାନ୍ନ ଲାଗିହୁଏ। ସମଗ୍ର ସମାଜକୁ ଗୋଟିଏ ବନ୍ଧନରେ ବାନ୍ଧି ରଖିଥାଏ ଏହି ଗଣପର୍ବ। “ଜୟ ମା’ ସମଲେଶ୍ବରୀ, ଜୟ ଜଗନ୍ନାଥ।“

    ଅନ୍ୟପକ୍ଷେ ପରମ୍ପରା ଅନୁଯାୟୀ, ଆଜି ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ଓ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ପରିବାରର ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଭେଟଭାଟ ହୋଇ ଶୁଭେଚ୍ଛା ଜଣାନ୍ତି । ନୂଆଖାଇର ଆଉ ଏକ ବିଶେଷତ୍ୱ ହେଉଛି ‘ନୂଆଁଖାଇ ଭେଟଘାଟ’। ଏହି ଅବସରରେ ଲୋକେ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ସହ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରନ୍ତି। ଜାତି, ଧର୍ମ ଓ ଦଳମତ ନିର୍ବିଶେଷରେ ଏହି ପର୍ବ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥାଏ।

    ସହରଠାରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ଆଜି ନିଜ ମାଟି ଓ ପରିବାରକୁ ମନେ ପକାଇ ନୂଆଁଖାଇ ପାଇଁ ଘରମୁହାଁ ହୋଇଛନ୍ତି। ଫଳରେ ଗାଁଗୁଡ଼ିକରେ ପର୍ବର ଆନନ୍ଦ ଆହୁରି ଦ୍ୱିଗୁଣିତ ହୋଇଛି। ନୂଆଖାଇ ଆମକୁ ମାଟି, ଚାଷୀ ଓ ଅନ୍ନ ପ୍ରତି ସମ୍ମାନ କରିବାର ବାର୍ତ୍ତା ଦେଇଥାଏ। ପରମ୍ପରା, ସଂସ୍କୃତି ଓ ଭାଇଚାରାକୁ ଏକାଠି କରିଥିବା ଏହି ଗଣପର୍ବ ପଶ୍ଚିମ ଓଡ଼ିଶାର ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: