Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / EVMରେ ସିଲ୍ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ, ଷ୍ଟ୍ରଙ୍ଗରୁମ୍‌ ଜଗିଛନ୍ତି ସଶସ୍ତ୍ର ବାହିନୀ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
EVMରେ ସିଲ୍ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ, ଷ୍ଟ୍ରଙ୍ଗରୁମ୍‌ ଜଗିଛନ୍ତି ସଶସ୍ତ୍ର ବାହିନୀ

Key Points

ସମୁଦାୟ ୩୫୮ଟି ବୁଥରୁ EVM ଆଣି ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି।
CCTV ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥାରେ EVM ଗୁଡ଼ିକୁ ରଖା ଯାଇଛି।

ସରିଲା ନୂଆପଡ଼ା ଉପ-ନିର୍ବାଚନ ଭୋଟ୍ । EVM ରେ ସିଲ୍ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ଭୋଟ୍ ଦେଇଛନ୍ତି ୭୫.୩୭% ପ୍ରତିଶତ ଭୋଟର। ରାଜ୍ୟ ରାଜନୀତିରେ ବଡ଼ ପ୍ରଭାବ ପକାଇବକୁ ଯାଉଥିବା ନୂଆପଡ଼ା ଉପନିର୍ବାଚନର ଫଳାଫଳକୁ ସମସ୍ତଙ୍କର ଅପେକ୍ଷା ।

୧୪ ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ ହେଇସାରିଥିବା ବେଳେ ନୂଆପଡ଼ା ଉପନିର୍ବାଚନ ବିଜୟର ଟୀକା କିଏ ପିନ୍ଧିବ ୧୪ ତାରିଖର ଭୋଟ୍ ଗଣତିରେ ତାହା ସ୍ପଷ୍ଟ ହେବ । ଆଜିର ମତଦାନରେ ନୂଆପଡ଼ା ଭୋଟରଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା। ନିର୍ବାଚନ କମିଶନଙ୍କ ପକ୍ଷରୁ ବି ଶୃଙ୍କଳିତ ମତଦାନ ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଥିଲା।

ମଙ୍ଗଳବାର ସକାଳ ୬ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା। ସନ୍ଧ୍ୟା ୫ଟା ଭିତରେ ବୁଥ ପରିସରରେ ଥିବା ସମସ୍ତ ଭୋଟରଙ୍କୁ ଭୋଟ ଦେବା ପାଇଁ ସୁଯୋଗ ମିଳିଛି । ସମୁଦାୟ ୩୫୮ଟି ବୁଥରୁ EVM ଆଣି ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି। CCTV ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥାରେ EVM ଗୁଡ଼ିକୁ ରଖା ଯାଇଛି।

ମତଦାନ ପ୍ରକ୍ରିୟାରେ ସେଭଳି କୌଣସି ବଡ଼ ସମସ୍ୟା ଉପୁଜିନଥିବା ବେଳେ କେତେକ ସ୍ଥାନରୁ ଛୋଟମୋଟ ଅଭିଯୋଗ ଆସିଥିଲା । ଗୋପନୀୟତା ଉଲ୍ଲଙ୍ଘନ ନେଇ ୪୬ ନମ୍ଵର୍ ବୁଥ୍ ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ଵାଇଁଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି । ବୁଥ ନମ୍ବର ୧୧ରେ ନିର୍ଦ୍ଦିଷ୍ଟ ପାର୍ଟି ସିମ୍ବଲ ଧରି କିଛି ମହିଳା ବୁଥ୍ ବାହାରେ ବସିଥିବାର ଅଭିଯୋଗ ଆସିଥିବା ବେଳେ ସେମାନଙ୍କ ଠାରୁ ସମାଗ୍ରୀ ଜବତ କରାଯାଇଛି।

ସେହିପରି ବୁଥ ୨୫୦ ରେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଭୋଟ ଯାଉଛି ବୋଲି ଅଭିଯୋଗ ଆସିଥିବା ବେଳେ ଭୋଟିଂ ସମୟରେ ଆପତ୍ତି ନକରି ସେ ରେକର୍ଡିଂ କାହିଁକି କଲେ ବୋଲି ନିର୍ବାଚନ କମିଶନ ପ୍ରଶ୍ନ ଉଠାଇଥିବା ବେଳେ ତର୍ଜମା ପରେ ଏହା ଗୁଜବ ବୋଲି ଜଣାପଡ଼ିଛି। ୨୪ ବିଧାନସଭା ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ୩ ପ୍ରମୁଖ ଦଳଙ୍କ ପାଇଁ ଏହି ନିର୍ବାଚନ ଫଳାଫଳ ଖୁବ୍ ଗୁରୁତ୍ବ ବହନ କରୁଛି।

ତେବେ ଶୁକ୍ରବାର ଜଣାପଡ଼ିବ କାହା ମୁଣ୍ଡରେ ସୁନା କଳସ ଢ଼ାଳିଛନ୍ତି ନୂଆପଡ଼ାବାସୀ । କାରଣ ୧୪ ତାରିଖ ଶିଶୁଦିବସରେ ହେବ ଭୋଟ ଗଣତି। ଆଉ ସେହିଦିନ ଜଣାପଡ଼ିବ କିଏ ପିନ୍ଧିବ ନୂଆ ମୁକୁଟ । କାହା କ୍ୟାମ୍ପରେ ହେବ ମଟନ ଭାତ, ଆଉ କ୍ୟାମ୍ପ ଖେଳିବ ହତାଶାର ଲହରି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election | Nuapada By Election Fate of 14 candidates sealed in EVM, armed forces guarding strongroom | Argus News