|
logo
Live

Argus News - ଦୁର୍ଗମବାସୀଙ୍କୁ ସେତୁ ଧୋକା

Odisha

ଦୁର୍ଗମବାସୀଙ୍କୁ ସେତୁ ଧୋକା

Manini Pattanayak
Browse all articles by Manini Pattanayak
·1 year ago·1 min read
ଦୁର୍ଗମବାସୀଙ୍କୁ ସେତୁ ଧୋକା

ନୂଆପଡା:  ବର୍ଷ ବର୍ଷ ଧରି ଦୁର୍ବଳିଆ ପୋଲ ଉପରେ ଯାତାୟାତ କରୁଛନ୍ତି ଦୁର୍ଗମ ବାସି l ଆଦିବାସୀ ଙ୍କ ମୁଖ୍ୟ ରାସ୍ତାରେ ଭଙ୍ଗା ଦଦରା ଅଣ ଓସାରିଆ ପୋଲ l ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାତାଳଗଙ୍ଗା ଯୁଜଘାଟ ପୋଲ ଦୁର୍ବଳିଆ ହୋଇ ରହିଛି l ଅନେକ ସମୟ ରେ ଘଟୁଛି ଦୁର୍ଘଟଣା,ଡରି ଡରି ଅତି ସାବଧାନ ସହ ହେଉଛି ଯାତାୟାତ l ସେପଟେ ଖୁବ ଶୀଘ୍ର ସୁଉଚ୍ଚ ପୋଲ ନିର୍ମାଣ ନେଇ ଖଡ଼ିଆଳ ପୂର୍ତ୍ତ ବିଭାଗ ର ପ୍ରତିଶୃତି l  କଥା ଦେଇଥିଲେ ଶୀଘ୍ର ପୋଲ ନିର୍ମାଣ କରିବେ ମାତ୍ର ବର୍ଷ ପରେ ବର୍ଷ ବିତିଲା ଦୁର୍ବଳିଆ ଅଣ ଓସାରିଆ ପୋଲ ଉପରେ ଲୋକେ କରୁଛନ୍ତି ଯାତାୟାତ l ଦୁର୍ଗମ ବାସୀଙ୍କ ପାଇଁ ଏହି ରାସ୍ତା ପାଲଟିଛି ମରଣଯନ୍ତା l

ଏ ହେଉଛି ନୂଆପଡା ବୋଡେ଼ନ ଠାରୁ ଭଇଁସାଦାନୀ ପଞ୍ଚାୟତ ଓ ବୋଏରଗାଁ ପଞ୍ଚାୟତକୁ ଯିବାକୁ ରାସ୍ତା। ଦୁଇଟି ପଞ୍ଚାୟତ ବାସୀଙଅକ ପାଇଁ ଏହି ପୋଲ ଲାଇଫ୍ ଲାଇନ୍। ମାତ୍ର ନିମ୍ନମାନର ପୋଲ ଞ୍ଚଳବାସୀଙ୍କ ପାଇଁ ସାଜିଛ ଚିନ୍ତାର କାରଣ।  ରାସ୍ତା ବଣ ପାହାଡ଼ ଘେରା ଭଇସାଦାନୀ ପଞ୍ଚାୟତ ର ମୁଖ୍ୟ ରାସ୍ତା l ପଞ୍ଚାୟତ ଯିବା ବାଟରେ ପଡେ ଯୁଜଘାଟ ନାଳ । ତା ଉପରେ ତିଆରି ହୋଇଛି ଏହି ଦୁର୍ବଳିଆ ପୋଲ l ଦୀର୍ଘ ବର୍ଷ ହେଲା ଏହା ଉପରେ ସୁଉଚ୍ଚ ପୋଲ ନିର୍ମାଣ କରିବାକୁ ଲୋକେ ଦାବୀ କରୁଥିବା ବେଳେ ପ୍ରଶାସନ ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି।ପ୍ରତିଶ୍ରୁତି ଦେଇଥିଲେ ସ୍ଥାୟୀ ପୋଲ କରିବେ । ମାତ୍ର ଦୁର୍ଗମବାସୀଙ୍କ ଦୁରାବସ୍ଥ କଥା ଭୁଲିଗଲା ପ୍ରଶାସନ। ଏବେ ଦୁର୍ବଳ ପୋଲ ଉପରେ ବିପଦପୁର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଛନ୍ତି ଅଞ୍ଚଳବାସୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁର୍ଗମବାସୀଙ୍କୁ ସେତୁ ଧୋକା | Argus News