Nuapada By Election / ନୂଆପଡ଼ା ବ୍ୟାଟେଲରେ କିଏ ମାରିବ ବାଜି ?

Key Points
କିଏ ହେବ ନୂଆପଡାର ନୂଆ ନେତା ?
କାହାର ହେବ ନୂଆପଡ଼ା ଆସନ ?
ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ...
ଆଜି ଜଣାପଡ଼ିବ ନୂଆପଡ଼ା କାହାର । ନୂଆପଡ଼ା ବ୍ୟାଟେଲରେ କିଏ ମାରିବ ବାଜି ? କିଏ ହେବ ନୂଆପଡାର ନୂଆ ନେତା ? କାହାର ହେବ ନୂଆପଡ଼ା ଆସନ ? ଆରମ୍ଭ ହୋଇସାରିଛି କାଉଣ୍ଟ ଡାଉନ। ଖୋଲିସାରିଛି EVM । ଆରମ୍ଭ ହୋଇସାରିଛି ଗଣତି । ତେବେ ପ୍ରଥମେ ପୋଷ୍ଟଲ ବାଲାଟ ଗଣତି, ତା'ପରେ EVM କାଉଣ୍ଟିଂ । ୧୪ଟି ଟେବୁଲରେ ହେବ ୨୬ ରାଉଣ୍ଡ ଗଣତି । ଜୟ, ସ୍ନେହାଙ୍ଗିନୀ ନା ଘାସିରାମ । କାହାକୁ ବିଜୟ ମୁକୁଟ ପିନ୍ଧାଇବେ ନୂଆପଡ଼ାବାସୀ ?
ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଆଗୁଆ । ଜୟ ଢ଼ୋଲକିଆଙ୍କୁ ୪୯୦୪ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୧୩୫୭ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୧୩୦୮ ଭୋଟ୍ ପାଇଛନ୍ତି ।
ଦ୍ଵିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୦,୪୮୬ ଭୋଟ୍ରେ ଆଗୁଆ । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୯୨୩ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୨୩୪ ଭୋଟ ପାଇଛନ୍ତି ।
ତୃତୀୟ ରାଉଣ୍ଡରେ ୧୦୦୧୩ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୧୪୩୭୦ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୪୩୫୭ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୩୫୩୦ ଭୋଟ ପାଇଛନ୍ତି।
ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧୮,୯୦୩ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରୀଆଙ୍କୁ ୫୩୨୦ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୬୦୮୮ ଭୋଟ୍ ପାଇଛନ୍ତି ।
ପଞ୍ଚମ ରାଉଣ୍ଡରେ ୧୮୧୯୫ ଭୋଟରେ ଆଗୁଆ ଜୟ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୨୫୧୯୫ ଭୋଟ୍ ମିଳିଛି । ୬୭୯୭ ଭୋଟ ସହ ଦ୍ଵିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେଡି ପ୍ରାର୍ଥୀ ସେହ୍ନାଙ୍ଗିନୀ ଛୁରିଆଙ୍କୁ ମିଳିଛି ୬୫୩୮ ଭୋଟ୍ ।
ଷଷ୍ଠ ରାଉଣ୍ଡରେ ୨୧,୯୯୫ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୩୦,୬୪୧ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆଙ୍କୁ ୮୬୪୬ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୭୮୯୧ ଭୋଟ୍ ମିଳିଛି ।
ଅଷ୍ଟମ ରାଉଣ୍ଡ ସୁଦ୍ଧା ୨୮,୮୮୮ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୪୧,୫୨୦ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୨,୬୩୨ ଭୋଟ୍ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୧୦,୬୪୯ ଭୋଟ୍ ।
ନବମ ରାଉଣ୍ଡ ସୁଦ୍ଧା ୩୦,୪୬୮ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୪୫,୨୫୧ ଭୋଟ ପାଇ ଆଗରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୪,୭୮୪ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୧୧,୯୫୭ ଭୋଟ୍ ।
ଦଶମ ରାଉଣ୍ଡ ସୁଦ୍ଧା ୩୩,୨୩୨ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୫୦,୩୩୩ ଟି ଭୋଟ୍ ପାଇ ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୭,୧୦୧ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୩,୭୫୧ ଭୋଟ୍ ମିଳିଛି ।
ଏକାଦଶ ରାଉଣ୍ଡର ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୬,୭୯୬ ଭୋଟରେ ଆଗୁଆ ଅଛନ୍ତି । ୫୪,୯୮୦ ଟି ଭୋଟ୍ ପାଇ ସର୍ବାଗ୍ରେ ରହିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୮,୧୮୪ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୫,୩୩୭ଟି ଭୋଟ୍ ମିଳିଛି ।
ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ୪୦,୩୧୩ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ୫୯,୩୬୬ ଟି ଭୋଟ୍ ପାଇ ସର୍ବାଗ୍ରେ ରହିଛନ୍ତି ଜୟ ଢୋଲକିଆ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୯,୦୫୩ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୭,୪୩୭ ଭୋଟ୍ ମିଳିଛି ।
ତ୍ରୟୋଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୪୩,୨୧୪ ଭୋଟରେ ଆଗୁଆ ଅଛନ୍ତି । ୬୩,୫୨୨ ଟି ଭୋଟ୍ ପାଇ ଥିବାବେଳେ ବିଜେଡି ପ୍ରାର୍ଥୀ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୦,୨୮୮ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୦,୧୦୩ ଭୋଟ୍ ମିଳିଛି ।
ଚତୁର୍ଦ୍ଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୪୬,୭୧୩ ଭୋଟରେ ଆଗୁଆ ଅଛନ୍ତି । ୬୮,୫୬୪ ଟି ଭୋଟ୍ ପାଇ ଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୧,୮୫୧ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୧୪୬୦ ଭୋଟ୍ ମିଳିଛି ।
ପଞ୍ଚଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦,୬୫୬ ଭୋଟରେ ଆଗୁଆ ଅଛନ୍ତି । ୭୩,୭୪୫ ଟି ଭୋଟ୍ ପାଇ ଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୩,୦୮୯ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୨,୬୧୮ ଭୋଟ୍ ମିଳିଛି ।
ଷୋଡ଼ଶ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୩,୮୭୨ଟି ଭୋଟରେ ଆଗୁଆ ଅଛନ୍ତି । ୭୮,୫୦୭ ଟି ଭୋଟ୍ ପାଇ ଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୪,୬୩୫ ଖଣ୍ଡ ଭୋଟ୍ ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୪,୨୫୧
୧୭ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୬,୮୧୯ ଭୋଟରେ ଆଗୁଆ ଅଛନ୍ତି । ୮୩,୫୭୨ଟି ଭୋଟ୍ ପାଇ ଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୬,୨୦୩ ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୨୬,୭୫୩ ଖଣ୍ଡ ଭୋଟ୍ ମିଳିଛି ।
୧୮ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୯,୯୧୨ ଭୋଟରେ ଆଗୁଆ ଅଛନ୍ତି । ୮୮,୨୭୮ ଟି ଭୋଟ୍ ପାଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପଛରେ ପକାଇ ଆଗକୁ ବଢ଼ିଛନ୍ତି ଘାସିରାମ ମାଝୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୮,୩୬୬ ଟି ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୭,୪୩୮ଟି ଭୋଟ୍ ।
୧୯ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୨,୩୧୩ ଭୋଟରେ ଆଗୁଆ ଅଛନ୍ତି । ୯୨,୯୪୭ ଟି ଭୋଟ୍ ପାଇ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୩୦,୬୩୪ ଭୋଟ୍ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୯୦୨୬ ।
୨୦ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୫,୫୯୮ ଭୋଟରେ ଆଗୁଆ ଅଛନ୍ତି । ତାଙ୍କୁ ୯୭,୭୮୯ ଟି ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୩୨,୧୯୧ ଭୋଟ୍ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୦,୪୨୩ ।
୨୩ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧,୧୨,୫୮୭ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୩୬୪୪୫ ଭୋଟ୍ । ସେହିଭଳି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୪,୩୬୧ ।
୨୪ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧,୧୬,୧୫୯ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୩୭୬୨୫ ଭୋଟ୍ । ସେହିଭଳି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୬,୦୨୩ ।
୨୬ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧,୨୨,୮୯୮ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୩୯,୯୮୭ ଭୋଟ୍ । ସେହିଭଳି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮,୦୦୧ ।
୨୭ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧,୨୩,୨୪୩ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୪୦,୦୩୯ ଭୋଟ୍ । ସେହିଭଳି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮,୨୫୬ ।
୨୯ ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧,୨୩,୮୬୯ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୪୦,୧୨୧ ଭୋଟ୍ । ସେହିଭଳି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୮,୪୦୮ ।
📱 Get Argus News App
✨Related Topics
Explore more stories