ପିଲାଙ୍କୁ ବିଦ୍ୟାଳୟକୁ ଛାଡୁ ନାହାନ୍ତି ଅଭିଭାବକ

Key Points
ବାରଣ୍ଡା ପାଲଟିଛି ଶ୍ରେଣୀଗୃହ
ବାରଣ୍ଡାରେ ଗଢା ଚାଲିଛି ଭବିଷ୍ୟତ
ଗୋଟିଏ କୋଠରୀକୁ ପିଲା ସତୁରୀ
ପିଲାଙ୍କୁ ବିଦ୍ୟାଳୟକୁ ଛାଡୁ ନାହାନ୍ତି ଅଭିଭାବକ
ଅବ୍ୟବସ୍ଥା ଘେରରେ ନୂଆପଡା ଜିଲ୍ଲା କୋମନା ବ୍ଲକ ଶୁଆବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସ୍କୁଲରେ ମାତ୍ର ତିନୋଟି ଶ୍ରେଣୀଗୃହ, ଯାହା ଭିତରେ ଦୁଇଟି ସମ୍ପୂର୍ଣ୍ଣ ଅଯୋଗ୍ୟ । ଛାତ ଫାଟି ଆଁ କଲାଣି, ସାମାନ୍ୟ ବର୍ଷା ହେଲେ ପାଣି ଗଳିବା ସହ ସିମେଣ୍ଟ ମୁଣ୍ଡା ଛାତରୁ ପଡୁଛି । ଫଳରେ ଗୋଟିଏ ଶ୍ରେଣୀଗୃହରେ ଚାଲିଛି ଶିକ୍ଷାଦାନ । ଆଉ ଯେଉଁଠି ଶିକ୍ଷକଙ୍କୁ ଠିଆ ହେବା ପାଇଁ ଯାଗା ନାହିଁ, ପାଠ ପଢାଇବେ ବା କେମିତି । ଗୋଟିଏ କୋଠରୀରେ ତିନୋଟି ଶ୍ରେଣୀ ବସୁଥିବା ବେଳେ ବାରଣ୍ଠାରେ ଚାରିଟି ଶ୍ରେଣୀ ବସି ପାଠ ପଢୁଛନ୍ତି । ତେଣୁ ଅନେକ ଅଭିଭାବକ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡୁ ନାହାନ୍ତି । ସେପଟେ ବିପଦ ସଙ୍କୁଳ ଶ୍ରେଣୀଗୃହ ବଦଳରେ ନୂତନ ଶ୍ରେଣୀଗୃହ ପାଇଁ ଦାବି କରିଛନ୍ତି ଗ୍ରାମବାସୀ l
ଦୁଇ ବର୍ଷରେ ୨୩ ଲକ୍ଷ ଅଟକଳ ବ୍ୟୟରେ ଦୁଇଟି କୋଠରୀ ପାଇଁ କାର୍ଯ୍ୟାଦେଶ ଆସିଥିଲା । ହେଲେ ଠିକାଦାର ହେଉ କି ବିଭାଗୀୟ ଅଧିକାରୀ, ଏମାନଙ୍କ ଖାମ ଖିଆଲି ମନୋଭାବ ପାଇଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି ବିଲଡିଂ କାମ । ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ସ୍ଥିତି ପରଖିବାକୁ ଜିଦ ଧରିଥିଲେ । ସେହିଦିନ ହିଁ ସବୁ କାମ ସାରିବା ପରେ ରାତିରେ ଜିଲ୍ଲାପାଳ ସୁଆବାହାଲ ଗାଁରେ ପହଞ୍ଚି ସ୍କୁଲ ବୁଲି ଦେଖିବା ସହ ତୁରନ୍ତ କାମ ସାରିବା ପାଇଁ ଫୋନ ଯୋଗେ ଠିକାଦାରକୁ ତାଗିଦ କରିଥିଲେ । ତେବେ କେବେ ସ୍କୁଲ ସମସ୍ୟା କେବେ ସୁଧୁରୁଛି, ତାକୁ ହିଁ ଅପେକ୍ଷା ।