Videos
|
Odisha

5G ଯୁଗରେ ଅପହଞ୍ଚ ଇଣ୍ଟରନେଟ୍, ଗଛ ଚଢ଼ିଲେ ଆସୁଛି ନେଟୱର୍କ

Sushanta Sahoo
Browse all articles by Sushanta Sahoo
·1 year ago·1 min read
5G ଯୁଗରେ ଅପହଞ୍ଚ ଇଣ୍ଟରନେଟ୍, ଗଛ ଚଢ଼ିଲେ ଆସୁଛି ନେଟୱର୍କ

ଖଡ଼ିଆଳ: ବଣ ପାହାଡ଼ ଘେରା ଉପାନ୍ତ ଅଞ୍ଚଳ ରେ ଆଜି ବି ନେଟୱାର୍କ ସାତ ସପନ ପାଲଟିଛି l ଦୁନିଆ 5ଜିରୁ 6ଜି ଆଡ଼କୁ ବଢ଼ୁଛି । ହେଲେ ଟାୱାର ଟିଏ ନ ଥିବା ରୁ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବଣ ପାହାଡ଼ ଘେରା ଦାବ୍ରି ଅଞ୍ଚଳବାସୀ ।


କିଏ ପାଣି ଟାଙ୍କି ଉପରେ ଆଉ କିଏ ଗଛ ଉପରେ । ପୁଣି କିଏ ପାହାଡ ଉପରେ ଚଢି ମୋବାଇଲ ନେଟୱର୍କ ଖୋଜୁଛନ୍ତି । 5ଜି ଯୁଗରେ ଟାୱାର ଟିଏ ନ ଥିବାରୁ ନାହିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଟାୱାର ନଥିବାରୁ କିଏ ଗଛକୁ ତ କିଏ ଛାତ ଉପରକୁ ପୁଣି କିଏ ପାଣି ଟାଙ୍କି ଏବଂ ପାହାଡ଼ ଉପରେ ଚଢିବାକୁ ବାଧ୍ୟ ହେଉଛନ୍ତି ।


ନେଟୱାର୍କ ସମସ୍ୟା ଯୋଗୁଁ ପୋଷ୍ଟାଲ କାମ ହେଉ କି ସ୍କୁଲ ଅବା ଜନସେବା କେନ୍ଦ୍ରରେ ଅନଲାଇନ କାମ ଠପ ହୋଇ ପଡୁଛି l ବହୁ ବର୍ଷ ଧରି ଟାୱାର ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲେ ବି କେହି ଶୁଣିନଥିବା ଅଭିଯୋଗ ହୋଇଛି । ନେଟୱାର୍କ ନ ଥିବାରୁ ଦାବ୍ରୀ ପଞ୍ଚାୟତ କାର୍ଯ୍ୟାଳୟ, ପୋଷ୍ଟ ଅଫିସ, ସ୍କୁଲ,ସାଙ୍ଗକୁ ଅନେକ ଅଫିସରେ ଅନଲାଇନ କାମ ହୋଇ ପାରୁନାହିଁ l


ଜନସେବା କେନ୍ଦ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଆମ୍ବୁଲାନ୍ସ, ଦମକଳ ଭଲି ଜରୁରୀକାଳୀନ ସେବା ପାଇଁ ଫୋନ କଲେ ନେଟୱାର୍କ ଆସୁନାହିଁ l ଦାବ୍ରି ପଞ୍ଚାୟତ ସମେତ ଆଖ ପାଖ ଅଞ୍ଚଳରେ ମଧ୍ୟ ନେଟୱାର୍କ ସେବା ଫେଲ ମାରିଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଟାୱାର ସ୍ଥାପନ କରିବା ଜରୁରୀ ହୋଇ ପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: