Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / ମାଆ-ପୁଅ ମିଶି ଧୋଇଦେଲେ ନବୀନଙ୍କୁ, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ମାଆ-ପୁଅ ମିଶି ଧୋଇଦେଲେ ନବୀନଙ୍କୁ, କହିଲେ...

Key Points

କିଏ ବ୍ୟବହାର କରିବ ନକରିବ ତାହା ତାଙ୍କ ପରିବାର ନିଷ୍ପତ୍ତି ନେବ।
ପରିବାରର ଅନୁମତି ବିନା ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି ଯାହା କି ଉଚିତ୍‌ ନୁହେଁ।

ବିଜେଡି ଉପରେ ବର୍ଷିଲେ ଢୋଲକିଆଙ୍କ ପତ୍ନୀ । ଭିଡିଓ ବାର୍ତ୍ତା ଜାରି କରି ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ । ଭିଡିଓ ବାର୍ତ୍ତା ଜାରି କରି ବିଜେଡିକୁ ଆକ୍ରମଣ କରିଛନ୍ତି କଳ୍ପନା ଢୋଲକିଆ। ସେ କହିଛନ୍ତି ତାଙ୍କ ସ୍ବାମୀ ରୋଗଶଯ୍ୟାରେ ପଡ଼ିଥିବା ବେଳେ ବିଜେଡିର କେହି ନେତା ତାଙ୍କ ପାଖରେ ପହଞ୍ଚି ନଥିଲେ ।

ସାଧାରଣତଃ କୌଣସି ଲୋକ ଯଦି ରୋଗରେ ପଡ଼େ, ତେବେ ସେ ପ୍ରଥମେ ନିଜ ଲୋକଙ୍କୁ ଖୋଜିଥାଏ। କିନ୍ତୁ ଏମିତି ଅସମୟରେ ବିଜେଡି ଆମ ସହ ଛିଡ଼ା ହୋଇନଥିଲା। ସେହି ସମୟରେ ତାଙ୍କୁ ବିଜେଡି ନେତା କେହି ଦେଖା ନକରିବା ରାଜେନ୍ଦ୍ର ଢୋଲକିଆଙ୍କୁ ରୋଗଠାରୁ ଅଧିକ କଷ୍ଟ ଦେଇଥିଲା। ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରିବା ନୈତିକତା ବିରୋଧୀ। ତାଙ୍କୁ କିଏ ବ୍ୟବହାର କରିବ ନକରିବ ତାହା ତାଙ୍କ ପରିବାର ନିଷ୍ପତ୍ତି ନେବ। ପରିବାରର ଅନୁମତି ବିନା ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି ଯାହା କି ଉଚିତ୍‌ ନୁହେଁ।

ଅନ୍ୟପଟେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ନୂଆପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକକୁ କଡ଼ା ସମାଲୋଚନା କରିଛନ୍ତି । ଜୟ କହିଛନ୍ତି, 'ସୋମବାର ନବୀନ ପଟ୍ଟନାୟକ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେ ବିଷୟରେ ବେଶି କିଛି କହିବାର ନାହିଁ । ବାସ୍‌ ଏତିକି କହିବି, ମୋ ବାପା ଯେତେବେଳେ ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସେତେବେଳେ ସେ ହସ୍ପିଟାଲ ଆସିଲେନି କି ଫୋନ କରି ପଚାରି ନଥିଲେ। ଏବେ କିନ୍ତୁ ନିର୍ବାଚନ ପ୍ରଚାରରେ ଆସି ଏମିତି କହୁଛନ୍ତି । ମତେ ବହୁତ ଖରାପ ଲାଗିଛି ଏ ଅଭିଯୋଗ' ।

'ପ୍ରାର୍ଥୀ କେବେ ଚୋରି କରାଯାଏନି । ମୁଁ ନିଜେ ବିଜେପିରେ ଯୋଗ ଦେଇଛି। ମୋତେ କେହି ଚୋରି କରିନାହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏଭଳି ନିମ୍ନସ୍ତରର ଟିପ୍ପଣୀ ମୋତେ ଖରାପ ଲାଗିଛି । ସେ ମୋ ବାପା ଭଳି, ତାଙ୍କ ମୁହଁରୁ ଏଭଳି କଥା ବାହାରିବ, ମୁଁ କେବେ ଆଶା କରିନଥିଲି । ନବୀନ ଯେତେ ଯାହା କହିଲେ ବି ନୂଆପଡ଼ାବାସୀଙ୍କର ସହାନୁଭୂତି ମୋ ସହିତ ରହିଛି ।' ଜୟଙ୍କ ଢୋଲକିଆଙ୍କ ଏଭଳି ବୟାନ ସମସ୍ତଙ୍କୁ ଇମୋସନ୍‌ନାଲ କରିଦେଇଛି । ଏଇ ବୟସରେ ନବୀନ ପଟ୍ଟନାୟକ ସତ୍ତା ପାଇବା ପାଇଁ ଏମିତି ନିମ୍ନସ୍ତରକୁ ଯାଇ ଭାଷଣ ଦେବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହି ଅବସରରେ ଜୟ ସ୍ପଷ୍ଟ କରିଛନ୍ତି ସେ କାହିଁକି ବିଜେପିରେ ମିଶିଲେ । ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା । ଶେଷ ଅବସ୍ଥାରେ ଯେ‌ତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେ‌ତେବେ‌ଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ । ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ଵପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା । ଆଉ ବାପାଙ୍କ ସେହି ସ୍ଵପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି । ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା ।

ଏଣେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାହଶାହରେ ଯୋଗ ଦେଇଥିଲେ। ଆମ ପରିବାରକୁ ସାନ୍ତ୍ଵନା ଦେଇଥିଲେ। ଖାଲି ସେତିକି ନୁହେଁ ନୂଆପଡ଼ା ଦାୟିତ୍ଵ ନିଜେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ଯେଉଁଭଳି ସହୃଦୟତା ଦେଖାଇଛି, ବାପା ବିଜେଡିରେ ରହି ଜୀବନ ଦେଇଥିଲେ ବି ସେମାନେ କିଛି କରିନାହିଁନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada By Election | Nuapada Politics: Jai Dholakia and his mother target Naveen | Argus News