ମଞ୍ଚରେ ବନ୍ୟ ଜନ୍ତୁ ଖାଇଵା ଘଟଣାରେ ଗିରଫ ସଂଖ୍ୟା 2 କୁ ବୃଦ୍ଧି
·1 year ago·1 min read

ଅର୍ଗସ ବ୍ୟୁରୋ: ପୌରାଣିକ ମଞ୍ଚରେ ବନ୍ୟ ଜନ୍ତୁ ଖାଇଵା ସହ ବିଷଧର ସାପ ଖେଳେଇବା ଘଟଣା । ଗିରଫ ସଂଖ୍ୟା ଦୁଇରେ ପହଂଚିଲା । ବନ ବିଭାଗ ଦ୍ୱାରା ନାଟ୍ୟ ପରିଚାଳକ ଗିରଫ ହୋଇଥିବାବେଳେ ଗଞ୍ଜାମ ହିଞ୍ଜିଳି ପୋଲିସ ନିଜ ତରଫରୁ ମାମଲା ରୁଜୁ କରି ଅନ୍ୟ ଜଣେ ଅର୍ଥାତ ପୁରୁଷୋତ୍ତମପୁର ଅଞ୍ଚଳର ବିମ୍ବାଧର ଗୌଡଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ହିଞ୍ଜିଳି ଥାନା ରାଳବ ଗାଁ କାଞ୍ଜିଅଁଳା ଯାତ୍ରା ରାମାୟଣରେ ଏଭଳି ବର୍ବର ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଯାହା ପୁରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ବର୍ବରତା ସୀମା ପାର କରି ଜିଅନ୍ତା ଘୁସୁରୀ ଖାଇଥିବା ଭିଡିଓ ଭାଇରଲ ହେବା ପରେ ହିଞ୍ଜିଳି ଥାନା ପୋଲିସ ନିଜ ଆଡୁ କେସ ନଂ ୯୮୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କଳାକାର ଜଣଙ୍କୁ ଗିରଫ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: