|
logo
Live

Argus News - ରାଜ୍ୟରେ ଦାଦନ ଯେତେ ବଢିବେ, ନବୀନ ବାବୁ ସେତେ ଖୁସି ହେବେ !

Odisha

ରାଜ୍ୟରେ ଦାଦନ ଯେତେ ବଢିବେ, ନବୀନ ବାବୁ ସେତେ ଖୁସି ହେବେ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ରାଜ୍ୟରେ ଦାଦନ ଯେତେ ବଢିବେ, ନବୀନ ବାବୁ ସେତେ ଖୁସି ହେବେ  !

Key Points

  • ଦାଦନ ମୁକ୍ତ ନୁହେଁ ଦାଦନ ଯୁକ୍ତ ଓଡ଼ିଶା ପସନ୍ଦ ନବୀନ ବାବୁଙ୍କର
  • ଯେତେ ବେକାରୀ ବଢିବ, ସେତେ ଫାଇଦା ମିଳିବ
  • ଯୋଜନା କେବଳ ଦେଖାଇ ହେବା ପାଇଁ

ଅର୍ଗସ ବ୍ୟୁରୋ: ଦାଦନ ମୁକ୍ତ କରିବାକୁ କହୁଥିବା ନବୀନ ବାବୁ କିନ୍ତୁ ସ୍ଵପ୍ନ କିଛି ଅଲଗା ଦେଖନ୍ତି । ଖାଲି ବଡ଼ ବଡ଼ ହୋଡିଂ ଲଗାଇ ବିଜେଡି ସରକାର ପ୍ରଚାର କରିବାରେ ବ୍ୟସ୍ତ ରୁହନ୍ତି । ହେଲେ ଯୋଜନା ମୂଳରୁ କାମ କରେନା । ଏକଥା ଆମେ ତୁଚ୍ଛାକୁ କହୁନୁ...କାରଣ ରାଜ୍ୟରେ କାଳେ ଯେତେ ଅଧିକ ଦାଦନ ବଢିବେ ବାବୁଙ୍କର ସେତେ ଭୋଟ୍‌ ବ୍ୟାଙ୍କ ବଢିବ ବୋଲି ତାଙ୍କୁ କିଏ କାଳେ କର୍ଣ୍ଣମନ୍ତ୍ରଣା ଦେଇ ଦେଇଛି । ସେଇଥି ଲାଗି ବୋଧହୁଏ ମୁଖ୍ୟମନ୍ତ୍ରୀ ଦାଦନ କେମିତି ବଢିବେ ସେନେଇ ଯୋଜନା ପୂରା ଖୁନ୍ଦି ଖୁନ୍ଦି କରି ରଖିଛନ୍ତି ।

ଇଏ ବର୍ଷେ କି ଦୁଇ ବର୍ଷର ସରକାର ନୁହେଁ ବରଂ ୨୩ ବର୍ଷ ହେଲାଣି ରାଜ୍ୟରେ ଗୋଟିଏ ସରକାର । ଜଣିଏ ମୁଖ୍ୟମନ୍ତ୍ରୀରେ ଶାସନ ଚାଲିଛି । ହେଲେ ରାଜ୍ୟର ପ୍ରଗତି କଣ ହେବ ବରଂ ଅବନତି ହେଉଛି । ନବୀନ ପଟ୍ଟନାୟକଙ୍କର ବାପା ଜଣେ ସଚ୍ଚା ଓଡ଼ିଆ ଥିଲେ, ସେଇଥି ଲାଗି ପ୍ରତିଟି ଓଡ଼ିଆଙ୍କର କଥା ସେ ବେଶ୍‌ ଭଲରେ ବୁଝୁଥିଲେ । ହେଲେ ନବୀନ ପଟ୍ଟନାୟକ ବିଦେଶରେ ବଢିଲେ । ହଠାତ୍‌ ଆସି ସିଂହାସନ ଆରୋହଣ କଲେ । ତେଣୁ ସେ ଓଡ଼ିଆଙ୍କ ଦୁଃଖ ବୁଝିବବେ ବା କେମିତି ?

ନବୀନ ନିବାସରେ ବସି କେବଳ ଭିଡିଓରେ କଥାବାର୍ତ୍ତା ହୋଇଗଲେ ରାଜ୍ୟର ଶାସନ ଚାଲେନି । ଥରେ ନବୀନ ବାବୁ ଯଦି ଗାଁକୁ ଯାଇ ବୁଲନ୍ତେ, ଲୋକଙ୍କ ସହ କଥା ହୁଅନ୍ତେ ଜାଣିପାରନ୍ତେ କି ପ୍ରକୃତରେ କେତେ କଷ୍ଟରେ ରହୁଛନ୍ତି ଓଡ଼ିଆ । ନିର୍ବାଚନ ବୈତରଣୀ ପାର ହେବା ଲାଗି କେବଳ ଯୋଜନା ପରେ ଯୋଜନା କରୁଛନ୍ତି ହେଲେ ଏଇଠି ସ୍ଵାଭିମାନୀ ଓଡ଼ିଆଟିଏ ଦାଦନ ଯାଇ କାମ କରୁଛି । କେତେବେଳେ ଖାଉଛି ତ ଆଉ କେତେବେଳେ ଉପବାସରେ ରହୁଛି । ନା ପିଲାଙ୍କୁ ଭଲ ଖାଇବାକୁ ଗଣ୍ଡେ ମିଳୁଛି ନା ପୂଜାପର୍ବରେ ନୂଆ ସାର୍ଟ ମିଳୁଛି । ଆଖିର ଲୁହକୁ ଓଠରେ ଚାପି ଏ  ସରକାର ଦାଦନ ହେବାକୁ ବାଧ୍ୟ କରୁଛି । ନିଜେ ଖୁସିରେ ବିଭୋର ହେଉଛି । ଏ ସରକାର ରାଜ୍ୟର ବିକାଶ କରିବ ନା ବିନାଶ କରିବ ? ବିଚାର ଆପଣଙ୍କର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ରାଜ୍ୟରେ ଦାଦନ ଯେତେ ବଢିବେ, ନବୀନ ବାବୁ ସେତେ ଖୁସି ହେବେ ! | Argus News