Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ କମୁଛି ଡାଇରିଆ ରୋଗୀ ସଂଖ୍ୟା, ନିୟନ୍ତ୍ରଣରେ ସଂକ୍ରମଣ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଜ୍ୟରେ କମୁଛି ଡାଇରିଆ ରୋଗୀ ସଂଖ୍ୟା, ନିୟନ୍ତ୍ରଣରେ ସଂକ୍ରମଣ

Key Points

ରାଜ୍ୟରେ କମୁଛି ଡାଇରିଆ ରୋଗୀ ସଂଖ୍ୟା, ନିୟନ୍ତ୍ରଣରେ ସଂକ୍ରମଣ
ଏଯାଏଁ ଗଲାଣି 11 ଜୀବନ, ଯାଜପୁରରେ ସର୍ବାଧିକ 10 ଜଣ
ଜିଲ୍ଲାରୁ ଜିଲ୍ଲା ବୁଲି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ଓ ରାଜ୍ୟର ସ୍ବାସ୍ଥ୍ୟ ଟିମ୍
ଯାଜପୁର ଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶ
ସ୍ଥିତି ମୁକାବିଲା ପାଇଁ ଗଠନ ହେବ କ୍ବିକ୍ ଆକ୍ସନ ଟିମ୍
ଯାଜପୁରରେ 4 ଓ ଭଦ୍ରକରେ ଅଧିକ 2 ଦିନ ଯାଏଁ ସ୍କୁଲ ଛୁଟି ଘୋଷଣା
କଟକ ସହରର ପରିମଳ ବ୍ୟବସ୍ଥା ନେଇ ହାଇକୋର୍ଟଙ୍କ ଉଦବେଗ

ଡରାଉଛି ଡାଇରିଆ। ତମାମ ପ୍ରତିଷେଧମୂଳକ ପଦକ୍ଷେପ ସତ୍ବେ ରାଜ୍ୟର 3ଟି ଜିଲ୍ଲା ଯାଜପୁର, ଭଦ୍ରକ ଓ କଟକରେ ଏବେ ବି ନିୟନ୍ତ୍ରଣ ବାହାରେ ରହିଛି ଝାଡ଼ାବାନ୍ତି ସ୍ଥିତି । କେନ୍ଦ୍ରରୁ ଆସିଥିବା ଟିମ୍ ସହ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ୍ ସଂକ୍ରମିତ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାଜପୁରର ବିଭିନ୍ନ ମେଡିକାଲକୁ ଯାଇ ଡାଇରିଆ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସଂକ୍ରମିତଙ୍କ ସହ ମେଡିକାଲ୍ ଟିମ୍ ସହ ଆଲୋଚନା କରିଛନ୍ତି । ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ କହିବା ସହ ଦାୟିତ୍ବରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ କ୍ବିକ୍ ଆକ୍ସନ୍ ଟିମ୍ ଗଠନ ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଏଥିସହ ଜଳ ଉତ୍ସର ବିଶୋଧନ ପାଉଚ୍ ଓ ବୋତଲରେ ବିକ୍ରି ହେଉଥିବା ପାଣିର ମାନ ଯାଞ୍ଚ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ରୋଗୀ ସଂଖ୍ୟା କମୁଛି, ସ୍ଥିତି ନିୟନ୍ତ୍ରଣରେ ଅଛି।

ଗତ 24 ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାରେ 30 ଜଣ ସଂକ୍ରମିତ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏବେ ମୋଟ 158 ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ଭଦ୍ରକ ଜିଲ୍ଲାରେ ବି ଏବେ 74 ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ସ୍ଥିତିକୁ ନଜରରେ ରଖି ଏ ଦୁଇ ଜିଲ୍ଲାରେ ସ୍କୁଲ ଗୁଡ଼ିକୁ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। 20 ତାରିଖ ବଦଳରେ ଯାଜପୁରରେ 25 ତାରିଖରେ ଏବଂ ଭଦ୍ରକରେ 23 ତାରିଖରେ ଖୋଲିବ ସ୍କୁଲ। ଏପଟେ ଡାଇରିଆ ଡର ଭିତରେ ରାଜ୍ୟର ବାକି ସ୍ଥାନରେ କାଲି ଖୋଲିବ ସ୍କୁଲ । ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ପାଣି ଫିଲଟର ନ ଥିବା ସ୍କୁଲ୍ ଗୁଡ଼ିକରେ ପିଲାଙ୍କୁ ପିଇବାକୁ ଫୁଟା ପାଣି ପାଇଁ କୁହାଯାଇଛି। ସ୍କୁଲ ପରିଚାଳନା ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ

ସେପଟେ କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ଡ୍ରେନର ରକ୍ଷଣାବେକ୍ଷଣ, ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ କରିବା, ସହରକୁ ସଂକ୍ରମଣମୁକ୍ତ ରଖିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶୁଦ୍ଧ ପାନୀୟଜଳ ଯୋଗାଇବାକୁ ୱାଟକୋକୁ ନିର୍ଦେଶ ଦେବା ସହ ନିର୍ଦ୍ଦେଶ କାର୍ଯ୍ୟକାରିତା ନେଇ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
number-of-diarrhea-patients-is-decreasing-in-the-state-infection-under-control | Argus News