Videos
|
Odisha

ଯେତେ ବୁଝାଇଲେ ବି ବୁଝୁନାହାନ୍ତି, ପିଲାଙ୍କ ମନରୁ ଯାଉନି ପରୀକ୍ଷା ଭୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଯେତେ ବୁଝାଇଲେ ବି ବୁଝୁନାହାନ୍ତି, ପିଲାଙ୍କ ମନରୁ ଯାଉନି ପରୀକ୍ଷା ଭୟ

ମାଟ୍ରିକ ପରୀକ୍ଷାରେ କମୁନି ଡ୍ରପଆଉଟ୍‌ ସଂଖ୍ୟା । ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ୭୦୦ ରୁ ଅଧିକ ପିଲା ଫର୍ମ ଫିଲାପ କରିଛନ୍ତି ହେଲେ ଦେଇନାହାନ୍ତି ପରୀକ୍ଷା । ଶିକ୍ଷାବିତଙ୍କ ମତରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭିତରେ ସମନ୍ୱୟ ଅଭାବରୁ ଦୂର ହେଉନି ପିଲାଙ୍କ ପରୀକ୍ଷା ଭୟ।

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଗତ ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖରେ ଶେଷ ହୋଇଥିଲା । ଚଳିତ ପରୀକ୍ଷାରେ ପୂର୍ବଥର ଭଳି ଡ୍ରପ୍ ଆଉଟ ସଂଖ୍ୟା ଚିନ୍ତା ବଢାଇଛି । ପ୍ରତି ବିଷୟରେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଯାହା ଶିକ୍ଷା ବିଭାଗ ପାଇଁ ଉଦବେଗର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ପରୀକ୍ଷା ପ୍ରତି ପିଲାମାନଙ୍କର ଏପରି ମନୋଭାବ କହିଁକି । ଏଥିପାଇଁ କିଏ ଦାୟୀ ।

ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ଭାବେ ୨୯ ହଜାର ୯୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜିକୃତ କରିଥିଲେ । ଏମାନଙ୍କ ମଧ୍ୟରୁ ମାତୃଭାଷା ପରୀକ୍ଷାରେ ୭୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି । ଇଂରାଜୀରେ ୭୬୧, ଗଣିତରେ ୭୭୮, ବିଜ୍ଞାନରେ ୭୭୯, ସାମାଜିକ ବିଜ୍ଞାନରେ ୭୯୧ ଏବଂ ହିନ୍ଦୀ ଓ ସଂସ୍କୃତ ପରୀକ୍ଷାରେ ୭୮୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି।

ସେହିପରି ମଧ୍ୟମା ପରୀକ୍ଷାରେ ୬୪୭ ଜଣ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୭ ଜଣ ପରୀକ୍ଷା ଦେଇନାହାନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୪୨୯ ଜଣ ପଞ୍ଜିକୃତଙ୍କ ମଧ୍ୟରୁ ୪୯ ଜଣ ଅନୁପସ୍ଥିତ ରହିଛନ୍ତି । ଏବେ ଜିଲ୍ଲା ଶିକ୍ଷା ବିଭାଗ ଏମାନେ ଅନୁପସ୍ଥିତ ରହିବାର କାରଣ ଖୋଜୁଛି । ପ୍ରଧାନଶିକ୍ଷକ ମାନଙ୍କୁ ପ୍ରତି ପିଲା ଅନୁପସ୍ଥିତିର କାରଣ ଖୋଜି ରିପୋର୍ଟ ଦେବାକୁ କୁହାଯାଇଥିବା DEO କହିଛନ୍ତି ।

ବିଦ୍ୟାଳୟର ଭିତିଭୂମି ସଠିକ ଥିବା ବେଳେ ପାଠ ପଢ଼ା ମଧ୍ୟ ହେଉଛି । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲେ ମଧ୍ୟ ପରୀକ୍ଷାକୁ କାହିଁକି ଆସୁ ନାହାନ୍ତି । ଏହାର କଣ କାରଣ ଖୋଜି ବାହାର କରୁଛି ଜିଲ୍ଲା ଶିକ୍ଷା ବିଭାଗ ଏବେ ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Number of matric dropouts increasing in Odisha. | Argus News