Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢ଼ୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ୨୦ରୁ ଅଧିକ ରୋଗୀଙ୍କୁ SCB ସ୍ଥାନାନ୍ତର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବଢ଼ୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ୨୦ରୁ ଅଧିକ ରୋଗୀଙ୍କୁ SCB ସ୍ଥାନାନ୍ତର

Key Points

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଲା

୨୦ ଜଣରୁ ଅଧିକ ରୋଗୀଙ୍କୁ SCB ସ୍ଥାନାନ୍ତର

ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଲା । ଆକ୍ରାନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ୨୦ ଜଣରୁ ଅଧିକ ରୋଗୀଙ୍କୁ SCB ସ୍ଥାନାନ୍ତର । ରାଜ୍ୟସ୍ତରୀୟ ଗୋଟିଏ ଡାକ୍ତରୀ ଟିମ୍ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟିମରେ ମେଡିକାଲ୍ ଡାକ୍ତର, ମାଇକ୍ରୋ ବାଓଲଜିଷ୍ଟ୍, ଫୁଡ୍ ସେଫ୍ଟି ଇନସ୍ପେକ୍ଟର ଅଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆଡିସନାଲ୍ ମେଡିକାଲ୍ ଟିମ୍ ଯାଇଛନ୍ତି । ଏସସିବିରୁ ମଧ୍ୟ ଗୋଟିଏ ଆଡିସନାଲ୍ ମେଡିକାଲ୍ ଟିମ୍ ଯାଜପୁର ଯାଉଛନ୍ତି । 


ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣର ମାଧ୍ୟମ ପାଇପ୍, କୂଅ, ପୋଖରୀ ସଫା କରିବା ପାଇଁ କୁହାଯାଇଛି । ଯାଜପୁର ସାଂସଦ ଓ ଜିଲ୍ଲାପାଳ ମଧ୍ୟ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବ୍ୟାସନଗର ଓ ଦାନଗଦିରେ ଝାଡ଼ିବାନ୍ତି ବ୍ୟାପି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଛନ୍ତି । ବିଷାକ୍ତ ଖାଦ୍ୟ ଖାଇବା କାରଣରୁ ସଂକ୍ରମଣ ହୋଇଥିବା କହିଛନ୍ତି ଡାକ୍ତର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
number-of-people-suffering-from-diarrhea-exceeding-400 | Argus News