୧୩ ନମ୍ବର ଓ୍ବାର୍ଡରେ ବଢୁଛି ଝାଡା ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା

ରାଜଧାନୀରେ ଝାଡ଼ାବାନ୍ତି ଆତଙ୍କ। ୧୩ ନମ୍ବର ଓ୍ବାର୍ଡରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି। ସ୍ଥିତି ଅନୁଧ୍ୟାନ କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍। ଅପମିଶ୍ରିତ ସମ୍ପ ପାଣି ଯୋଗୁଁ ସଂକ୍ରମଣ ବଢୁଥିବା ଅଭିଯୋଗ ।
ରାଜଧାନୀରେ ଝାଡା ବାନ୍ତି ଆତଙ୍କ। ଭୁବନେଶ୍ୱର ୧୩ ନମ୍ବର ୱାର୍ଡରେ ବଢୁଛି ଝାଡା ବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ପାଣି ସମ୍ପରୁ ଅପମିଶ୍ରିତ ପାଣି ପିଇ ଝାଡା ବାନ୍ତିରେ ପୀଡ଼ିତ ହୋଇଥିବା ଅଭିଯୋଗ ହୋଇଛି। ପାଣି ସମ୍ପ ଭିତରୁ କାଦୁଅ, ସିମେଣ୍ଟ ଅଖା, କାଠ ବାହାରୁ ଥିବା ଲୋକେ ଅଭିଯୋଗ କରିଛନ୍ତି।
ଯାହା ଫଳରେ ଝାଡା ବାନ୍ତିରେ 150 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। ଆକ୍ରାନ୍ତଙ୍କୁ ନୀଳାଦ୍ରିବିହାର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗର ଭ୍ରମ ମାନ ଟିମ୍ ପହଞ୍ଚି ଚିକିତ୍ସା କରିଛି। ଆକ୍ରାନ୍ତଙ୍କୁ ଔଷଧ ଦେବାସହ ଗୁରୁତରଙ୍କୁ ମେଡିକାଲ ପଠାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।