ନୂତନ ଜାତୀୟ ଶିକ୍ଷାନୀତି ନେଇ ଆସିଲା ଗାଇଡଲାଇନ

Key Points
ଜାତୀୟ ଶିକ୍ଷାନୀତି ଆଧାରରେ ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ନୂଆ ନିୟମ ।
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ଆଧାରରେ ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ନୂଆ ନିୟମ । ସେପ୍ଟେମ୍ବର 1 ସୁଦ୍ଧା 6 ବର୍ଷ ହୋଇଥିବା ପିଲାଙ୍କର ହୋଇପାରିବ ପ୍ରଥମ ଶ୍ରେଣୀରେ ଆଡମିଶନ । ସବୁ ପ୍ରାଥମିକ ବିଦ୍ୟାଳୟରେ 5-6 ବର୍ଷର ପିଲାଙ୍କ ପାଇଁ ଖୋଲିବ ଶିଶୁ ବାଟିକା । ନୂତନ ଜାତୀୟ ଶିକ୍ଷାନୀତି ନେଇ ଆସିଲା ଗାଇଡଲାଇନ।
ନିକଟରେ ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ସରକାର । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ ଓଡିଶା ପାଇଁ କରିକୁଲମ୍ ପ୍ରସ୍ତୁତି ବେଳେ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନିଆଯିବ।
📱 Get Argus News App
✨ସରକାର କହିଛନ୍ତି ଯେ, ଏହା ୨୦୨୪-୨୫ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ଯାହାର ଲକ୍ଷ୍ୟ ହେଉଛି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗବେଷଣା, ନବସୃଜନ ଏବଂ ବ୍ୟବହାରିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବା। NEP ୨୦୨୦ ଶିଳ୍ପ ଇଣ୍ଟର୍ଣ୍ଣସିପ୍ ମାଧ୍ୟମରେ ଦକ୍ଷତା ବିକାଶ ଉପରେ ମଧ୍ୟ ଧ୍ୟାନ ଦିଏ, ଯାହା ନିଶ୍ଚିତ କରେ ଯେ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ନିଯୁକ୍ତି ସୁଯୋଗ ଏବଂ ଚାକିରି ବଜାରର ଚାହିଦା ସହିତ ସମନ୍ୱିତ ।