ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
·1 year ago·1 min read

Key Points
ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା
ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଫଟୋରେ ଥିବା ଯୁବକ ଓ ଫଟୋ ଭାଇରାଲକାରୀକୁ ଗିରଫ କରାଯାଇଛି
ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଫଟୋରେ ଥିବା ଯୁବକ ଓ ଫଟୋ ଭାଇରାଲକାରୀକୁ ଗିରଫ କରାଯାଇଛି । ଭାଇରାଲ ଫଟୋରେ ଥିବା ପୁରୁଷବନ୍ଧୁ ଉର୍ଦ୍ଧବ ଗଡ଼ ନାୟକଙ୍କୁ ଜୟପୁରରୁ ଗିରଫ କରିଛି ପୋଲିସ । ସେହିପରି ଫଟୋ ଭାଇରାଲ କରିଥିବା ସତ୍ୟଜିତ ସରକାରକୁ ନୟାଗଡ଼ରୁ ଗିରଫ କରାଯାଇଛି ।
ତେବେ ପ୍ରେମିକ ଉଦ୍ଧବ ଗଡ଼ନାୟକ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋକୁ ଭାଇରାଲ କରିଥିବା ସତ୍ୟଜିତ ସରକାରକୁ ଦେଇଥିଲା । ସେପଟେ ନର୍ସିଂ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭୁବେନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଫଟୋ ଭାଇରାଲ ପରେ ଗତ ଜୁଲାଇ ୧୭ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ ଜଣକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: