Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଆଖି ବୁଜିଲେ ଉମରକୋଟର ନର୍ସିଂ ଛାତ୍ରୀ

Rashmita Mishra
Browse all articles by Rashmita Mishra
·11 months ago·1 min read
ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଆଖି ବୁଜିଲେ ଉମରକୋଟର ନର୍ସିଂ ଛାତ୍ରୀ

Key Points

ରାଇଘର ଡୁମୁରିମୁଣ୍ଡା ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା
ଭୁବନେଶ୍ୱର ଏମ୍ସରେ ଆଖି ବୁଜିଲେ ପୀଡ଼ିତା
ପ୍ରେମିକ ଦ୍ଵାରା ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ କୀଟନାଶକ ପିଇଥିଲେ ପୀଡ଼ିତା

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଆଖି ବୁଜିଲେ ଉମରକୋଟ ରାଇଘର ଅଞ୍ଚଳର ନର୍ସିଂ ଛାତ୍ରୀ । ଭୁବନେଶ୍ୱର ଏମ୍ସରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରେମିକ ଦ୍ଵାରା ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ପିଇଦେଇଥିଲେ କୀଟନାଶକ । ଜୁଲାଇ ୧୭ରେ କରିଥିଲେ ଆତ୍ମହତ୍ୟା ଉଦ୍ୟମ ।

ରାଇଘର ଡୁମୁରିମୁଣ୍ଡା ଅଞ୍ଚଳର ଝିଅ ଜୟପୁରଠାରେ ଏକ କଲେଜରେ ବିଏସସି ନର୍ସିଂ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ହଷ୍ଟେଲ ରହି ପାଠ ପଢୁଥିଲେ, ଝିଅର ପୋଡ଼ଶୀ ଗ୍ରାମର ପୁଅ ସତ୍ୟଜିତ ସରକାର କୃଷି ବିଜ୍ଞାନ ଛାତ୍ର । ପୀଡିତା ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ପୀଡିତାଙ୍କୁ ଏଥିପାଈଁ ବାରମ୍ବାର ହଇରାଣ କରୁଥିଲେ ।

ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ ଛାତ୍ରୀ ଜଣକ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ଏକ ତରଫା ପ୍ରେମ କରୁଥିବା ସତ୍ୟଜିତ ବିଚ ବଜାରରେ ଛାତ୍ରୀଙ୍କୁ ମାରପିଟ କରିଥିଲେ । ସତ୍ୟଜିତ ଛାତ୍ରୀଙ୍କୁ ଏତେ ମାଡ଼ ମାରିଥିଲେ ଯେ ପୀଡ଼ିତା ଛାତ୍ରୀଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା । ଏହାପରେ ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏଥିରେ ପୀଡିତା ଲୋକଲଜ୍ଜ୍ୟା ସହିନପାରି ୧୭ ଜୁଲାଇରେ ଘରେ ଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nursing-student-from-umerkot-dies-in-aiims-hospital-in-bhubaneswar | Argus News