Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁପୋଷଣ ଦୂର ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରଣ୍ଟି

Smruti Parija
Browse all articles by Smruti Parija
·1 year ago·2 min read
କୁପୋଷଣ ଦୂର ପାଇଁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରଣ୍ଟି

ସକ୍ଷମ ଅଙ୍ଗନୱାଡିରେ ପରିଣତ ହେବ ରାଜ୍ୟର ସମସ୍ତ ୭୪ ହଜାର ଅଙ୍ଗନୱାଡି କେନ୍ଦ୍ର । ଅପପୁଷ୍ଟି ମୁକ୍ତ ଓଡିଶା ପାଇଁ ମିଶନ ଆରମ୍ଭ କରିବ ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ଏହାକୁ ତୃଣମୂଳ ସ୍ତରେ କାମ କରୁଥିବା ଅଧିକାରୀ ମାନେ ମନିଟରିଂ କରିବେ । ବହୁତ ଶୀଘ୍ର ବିକଶିତ ଏବଂ କୁପୋଷଣ ମୁକ୍ତ ଓଡିଶା ଗଠନ ହେବ । ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ ସମାରୋହରେ ବଡ ଘୋଷଣା କରିଛନ୍ତି ସରକାର । ସୁସ୍ଥ ଶିଶୁ ସୁସ୍ଥ ଭବିଷ୍ୟତର ପ୍ରତୀକ । ପୂର୍ବ ସରକାରରେ ପୋଷଣ କେବଳ ସ୍ଲୋଗାନ ବାଜିରେ ସୀମିତ ଥିଲା । ପିଲାଙ୍କ ପାଖରେ ପୋଷଣ ଯୁକ୍ତ ଖାଦ୍ୟ ପହଞ୍ଚି ପାରୁନଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ମିଶନ ମୋଡରେ କାମ କରୁଛି ବିଜେପି ସରକାର । ସୁଦୃଢ ହେବ ଅଙ୍ଗନୱାଡି ଭିତ୍ତିଭୂମି । ଆସନ୍ତା ୩ ବର୍ଷ ଭିତରେ ରାଜ୍ୟର ସମସ୍ତ ୭୪ ହଜାର ଅଙ୍ଗନୱାଡି କେନ୍ଦ୍ର ହେବ ସକ୍ଷମ ଅଙ୍ଗନୱାଡି । କିଶୋରୀ ମାନଙ୍କ ମଧ୍ୟରେ କୁପୋଷଣ ଦୂର କରିବା ପାଇଁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ସାମିଲ କରିଛନ୍ତି ରାଜ୍ୟ ସରକାର । ମାଆ ଓ ଶିଶୁଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟ କେତେ ଜରୁରୀ ଜଣାଇବା ପାଇଁ ଅଙ୍ଗନବାଡି ଠାରୁ ଆରମ୍ଭ କରି ସାରା ରାଜ୍ୟରେ ଚାଲିଛି ସଚେତନାତା କାର୍ଯ୍ୟକ୍ରମ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ଥ ଜୀବନ ଶୈଳୀ ଆପଣେଇବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜେପି ସରକାରକୁ ପୂର୍ବ ସରକାର ଦେଇଯାଇଛନ୍ତି ଅପପୁଷ୍ଟିର କଳଙ୍କ...ବିଧାନସଭା ତଥ୍ୟ କହୁଛି ୨୦୨୪ ଅଗଷ୍ଟ ସୁଦ୍ଧା ରାଜ୍ୟର ୯୮ ହଜାର ୬୨୦ ଶିଶୁ ଅପପୁଷ୍ଟିର ଶିକାର । ଏପରିକି ପୂର୍ବରୁ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ବିଜେଡି ସରକାର ଅମଳରେ ଅପପୁଷ୍ଟିର ଅସଲ ଚିତ୍ରକୁ ଉଜାଗର କରିଥିଲା । ରାଜ୍ୟରେ ୧୦.୭ ଲକ୍ଷ ପିଲା ବୟସ ତୁଳନାରେ ଗେଡା ହୋଇଥିବା ବେଳେ ୫.୧୩ ଲକ୍ଷ ପିଲା ଉଚ୍ଚତା ତୁଳନାରେ ଅଧିକ ପତଳା । ୧୦.୮ ଲକ୍ଷ ଶିଶୁ ବୟସ ତୁଳନାରେ ବହୁତ କମ୍ ଓଜନର ହୋଇଥିବା ବେଳେ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଥିବା ରିପୋର୍ଟରେ କୁହାଯାଇଥିଲା । ହେଲେ ବିକାଶର ମିଛ ଦମ୍ଭୋକ୍ତି ବାଢୁଥିଲେ ବିଜେଡି ସରକାର ।

Sponsored
nutrition-is-being-celebrated-across-the-country-including-odisha | Argus News