Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓମ୍‌କାରଙ୍କୁ ନେଇ ପୁଣି ବଢିଲା ଚର୍ଚ୍ଚା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଓମ୍‌କାରଙ୍କୁ ନେଇ ପୁଣି ବଢିଲା ଚର୍ଚ୍ଚା

Key Points

  • ଓମ୍‌କାରଙ୍କୁ ନେଇ ପୁଣି ବଢିଲା ଚର୍ଚ୍ଚା
  • ଓଡ଼ିଶାରେ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ନାଁରେ କରିଥିଲେ ବଡ଼ ଦୁର୍ନୀତି
  • ଏବେ ଦଣ୍ଡ ଦେଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ବିଜେଡି ଦେଇଥିଲା, ବିଜେପି ଆଦାୟ କଲା । ଅର୍ଥାତ୍‌ ଓ-ହବର ଏକଜିକ୍ୟୁଟିଭ୍ ଚେୟାରମ୍ୟାନ୍ ଓମକାର ରାୟଙ୍କୁ ଏବେ ଦଣ୍ଡ ଦେଇଛନ୍ତି ରାଜ୍ୟ ସରକାର । ବେଆଇନ ଭାବରେ ରାଜ୍ୟରୁ କୋଟି କୋଟି ଟଙ୍କା ଚଳୁ କରିବା ପରେ BJD ନେତା ଭି. କେ ପଣ୍ଡିଆନ ଓ ପୂର୍ବତନ IT ସଚିବଙ୍କ ମନୋଜ ମିଶ୍ରଙ୍କ ଏଜେଣ୍ଟ ସାଜିଥିବା ଏ ବାବୁ ପୁଣି ଫସିଛନ୍ତି ବଡ଼ ବିବାଦରେ । କାରଣ ଓଡ଼ିଶାରେ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ନାଁରେ ବଡ଼ ଧରଣର ଦୁର୍ନୀତି କରିଥିବା ଏ ଅଣ ଓଡ଼ିଆ ଅଧିକାରୀଙ୍କୁ ବେଆଇନ କାମ ପାଇଁ ଦଣ୍ଡିତ କରିଛନ୍ତି ରାଜ୍ୟ ସରକାର । ଆର୍ଥିକ କ୍ଷମତା ଉପରେ ବି ଲଗାମ ଲଗାଯାଇଛି । ସରକାରଙ୍କୁ ମିଛ ତଥ୍ୟ ଦେଇ ଅଧିକ ଦରମା ନେଇଯାଇଥିବାରୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ହୋଇଛି ।

ଦୁର୍ନୀତିର କାର୍ପଟଦାର ସାଜିଥିଲେ ଓମକାର । ସେଇଥି ଲାଗି ତ ବାବୁଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଥିବାବେଳେ କେଳେଙ୍କାରୀ କରିବା ବନ୍ଦ କରିନଥିଲେ । ଚାକିରିରୁ ଅବସର ନେଇଥିବା ବ୍ୟକ୍ତିଙ୍କୁ ପୁଣି ଥରେ ଥଇଥାନ କରିବାକୁ ବଡ ଚକ୍ରାନ୍ତ କରୁଥିଲେ । ସରକାରଙ୍କ ନିୟମକୁ ବେଖାତିର କରି କାହା ସାହାସରେ ଏମିତି କାରନାମା କଲେ ଓମକାର ତାହା ସବୁଠାରୁ ବଡ଼ ପ୍ରଶ୍ନ । 

ସୂଚନା ଅନୁସାରେ, STPIରେ ନିର୍ଦ୍ଦେଶକ ଥିବା ବେଳେ ନିଜକୁ DG ଦର୍ଶାଇ କୌଶଳ କ୍ରମେ ଓ ହବ୍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ଅକ୍ତିଆର କରିଥଲେ ଓମ୍ କାର ରାୟ ।  ସେଇଥି ଲାଗି ତ ଓ - ହବରେ ଓଡ଼ିଆ ଉଦୋଗୀଙ୍କୁ କରାଯାଇଛି କୋଣଠେସା । ଗ୍ରାଣ୍ଟ ନାଁରେ କୋଟି କୋଟି ଟଙ୍କାର ସ୍କାମ କରିଥିଲେ ଏହି ଅଣ ଓଡ଼ିଆ ଠିକା ସଚିବ ଓମ୍ କାର ରାୟ । ତେଣୁ କାହିଁକି ତାଙ୍କୁ ଗିରଫ କରାଯିବନି ସେନେଇ ଉଠିଲାଣି ପ୍ରଶ୍ନ । ଖାଲି ଏତିକି ନୁହେଁ ବରଂ କେବେ ଟଙ୍କା ଫେରସ୍ତ କରିବେ ଓମ୍ କାର ରାୟ ? କେବେ ଫିଟିବ ଓ-ହବ କେଳେଙ୍କାରୀର ଗୁମର ? କେବେ ଦାଖଲ ହେବ ବିଭାଗୀୟ ତଦନ୍ତ ରିପୋର୍ଟ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
O-Hub Scam | Argus News