ହସ୍ପିଟାଲରେ ସ୍ତ୍ରୀ ଓ ନବଜାତ ପୁଅ, ଛାଡିଚାଲିଗଲେ OAS ସ୍ୱାମୀ

Key Points
ହସ୍ପିଟାଲରେ ସ୍ତ୍ରୀ ଓ ନବଜାତ ପୁଅ
ଦେଖାନକରି ଛାଡ଼ିଚାଲିଗଲେ ସ୍ତ୍ରାମୀ
ଓଏଏସ୍ ଅଧିକାରୀଙ୍କ ନାଁରେ ସାଘାଂତିକ ଅଭିଯୋଗ
ଧୂମ୍ଧାମ୍ରେ ବିବାହ ହେଲା । ବେଦୀରେ ସାତ ଫେରା ନେବାବେଳେ କଥା ଦେଇଥିଲେ ସ୍ୱାମୀ । ସାତ ଜନମର ସାଥୀ ହେବି । ସବୁ ଦୁଃଖ ବୁଝିବି । ମୃତ୍ୟୁ ପର୍ଯ୍ୟନ୍ତ ସାଥୀ ହୋଇ ଚାଲିବା । ବିବାହର ବର୍ଷକ ପରେ ପୁଅଟିଏ ହେଲା । ସଦ୍ୟଜାତ ଶିଶୁପୁତ୍ରକୁ ଧରି ପତ୍ନୀ ହସ୍ପିଟାଲ ବେଡରେ ପଡିଥାନ୍ତି। ପୁଅ ଜନ୍ମ ଦେବା ପରେ ପତ୍ନୀଙ୍କ ମନରେ ଖୁସି ଭରିରହିଥିଲା। ଅପେକ୍ଷା କରିଥିଲେ ପୁଅର ବାପା ଆସି କେତେବେଳେ ପୁଅକୁ ଧରି ଗେଲ କରିବେ। ହେଲେ ପୁଅକୁ ଦେଖିବାକୁ ସ୍ୱାମୀ ବେଡ ପାଖକୁ ଆସିନଥିଲେ। ପ୍ରସବ ଯନ୍ତ୍ରଣା ଭୁଲି ସ୍ତ୍ରୀ ମନେମନେ ଖୋଜୁଥିଲେ ସ୍ୱାମୀଙ୍କୁ। ହେଲେ ଆସିନଥିଲେ ସ୍ୱାମୀ। ଏସବୁ ଭିତରେ ମହିଳାଙ୍କ ମନକୁ ଫେରିଆସିଥିଲା ଶାଶୂଘର ନିର୍ଯାତନାର କାହାଣୀ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା କୌଣସି ସାଧାରଣ ଘରର କଥା ନୁହେଁ।
ଜଣେ ଓଏଏସ୍ ଅଧିକାରୀଙ୍କ ଘରର କଥା। କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ବର୍ଷକର ବିବାହରେ ସ୍ତ୍ରୀକୁ ପର କରିଦେଲେ ଓଏଏସ୍ ବାବୁ । ଏମିତିକି ହସ୍ପିଟାଲ ବେଡ୍ରେ କୁନି ପିଲା ଓ ମାଆକୁ ଛାଡି ଚାଲିଗଲେ ସରକାରୀ ବାବୁ ଜଣଙ୍କ । ବର୍ତ୍ତମାନ ଓଏଏସ୍ ସାର୍ଥକ ମହାପାତ୍ରଙ୍କ ବିରୋଧରେ ପତ୍ନୀ ଅର୍ଚ୍ଚନା ଦାଶ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହାସହ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ସାର୍ଥକ ଜଣେ ଓଏଏସ ଅଧିକାରୀ, ଏବେ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଡିଜିଏମ୍ ଭାବେ କାର୍ଯ୍ୟରତ। ଅଭିଯୋଗକାରିଣୀ ଅର୍ଚ୍ଚନା ପଞ୍ଚାୟତିରାଗ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯ୍ୟାତନା ଦେବା ସେ ଅଭିଯୋଗ କରିଛନ୍ତି।
📱 Get Argus News App
✨ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି । ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ଆଉ ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ଅର୍ଚ୍ଚନା। ଅର୍ଚ୍ଚନା ଅଭିଯୋଗ କରିଛନ୍ତି, “ମୋ ସ୍ୱାମୀ ମୋ ଫୋନ୍ ଓ ମେସେଜ୍ର ଉତ୍ତର ଦେଉନାହାନ୍ତି। ମୋ ଓ ମୋ ସନ୍ତାନ ପ୍ରତି ନିଷ୍ଠୁରତା କରାଯାଇଛି।” ସେ ମହାପାତ୍ରଙ୍କ ମା’ ଓ ଭଉଣୀଙ୍କ ଉପରେ ମଧ୍ୟ ମାନସିକ ହଇରାଣ ଓ ଅପମାନର ଅଭିଯୋଗ ଆଣିଛନ୍ତି। ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, “ଆମେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ମହାପାତ୍ର ସକାରାତ୍ମକ ପ୍ରତିକ୍ରିୟା ଦେଇନଥିଲେ। ତେଣୁ ପୋଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛୁ।” ପୋଲିସ ଏହି ମାମଲାର ନିରପେକ୍ଷ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା କରାଯାଉଛି।
୨୦୧୪ ମସିହା ଫେବ୍ରୁଆରି ମାସରେ ଉଭୟ ପରିବାରଙ୍କ ସହମତିରେ ସେମାନେ ବିବାହ କରିଥିଲେ। ମାତ୍ର ବିବାହର କିଛି ମାସ ପରେ ଶାଶୂ ଓ ନଣନ୍ଦ ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏମିତିକି ତାଙ୍କଠାରୁ ଦୂରେଇ ରହିବା ପାଇଁ ସାର୍ଥକଙ୍କ ଉପରେ ଚାପ ପକାଉଥିଲେ। ଏମିତିକି ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଯେଉଁଥି ପାଇଁ ସେ ମାନସିକ ଚାପରେ ରହୁଥିଲେ। ଆଉ ଧୀରେ ଧୀରେ ସାର୍ଥକ ମଧ୍ୟ ତାଙ୍କୁ ଘୃଣା କରିବାକୁ ଲାଗିଥିଲେ। ଅର୍ଚ୍ଚନା ଭାବୁଥିଲେ ଛୁଆ ଜନ୍ମ ହୋଇଗଲେ ବୋଧେ ସବୁକିଛି ଠିକ ହୋଇଯିବ। ମେ' ୭ରେ ସେ ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେିଥିଲେ। ହେଲେ ହସ୍ପିଟାଲରେ ଛୁଆକୁ ଛାଡି ସାର୍ଥକ ଏବଂ ତାଙ୍କ ପରିବାର ଲୋକେ ପଳାଇଥିଲେ। ପରେ ସାର୍ଥକ ତାଙ୍କୁ ଧମକ ଦେଇ ଡିଭୋର୍ସ ପାଇଁ କହିଥିଲେ। ଯାହାକୁ ଆଧାର କରି ଅର୍ଚ୍ଚନା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଦୁହେଁ ଶିକ୍ଷିତ ହୋଇ ଏଭଳି ଅଶକ୍ଷିତ କାର୍ଯ୍ୟ ସମାଜକୁ କଣ ଶିକ୍ଷା ଦେଉଛି ତାହା ବଡ଼ ବଡ଼ ପ୍ରଶ୍ନ।