Videos
|
Odisha

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଏଏସ ଅଧିକାରୀଙ୍କ ପତ୍ନୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଏଏସ ଅଧିକାରୀଙ୍କ ପତ୍ନୀ

Key Points

OAS ଅଫିସରଙ୍କ ବିରୋଧରେ ସ୍ତ୍ରୀ
ନବଜାତକ ପ୍ରତି ନିଷ୍ଠୁରତା ଅଭିଯୋଗ

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଏଏସ ଅଧିକାରୀଙ୍କ ପତ୍ନୀ

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓଏଏସ ଅଧିକାରୀ ସୌରଭ ମହାପାତ୍ରଙ୍କ ପତ୍ନୀ । OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର ନାଁରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯ୍ୟାତନା ଦେବା ସେ ଅଭିଯୋଗ କରିଛନ୍ତି। ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି । ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ଆଉ ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର।


ଶେଷରେ ନିଜେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଲେ। ଶିଶୁ ଜନ୍ମହେବାର 3 ମାସ ହୋଇଯାଇଥିଲେ ମଧ୍ୟ ତାକୁ କିମ୍ବା ସ୍ତ୍ରୀଙ୍କୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି। ତେଣୁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅର୍ଚନା ଦାସ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (OSDMA)ରେ କାର୍ଯ୍ୟରତ ସୌରଭ, ପୁତ୍ର ଜନ୍ମର ମାତ୍ର ଚାରି ଦିନ ପରେ ମେ ୧୦ରେ ଅର୍ଚ୍ଚନା ଓ ନବଜାତକକୁ ହସ୍ପିଟାଲରେ ଛାଡ଼ି ଚାଲିଯାଇଥିଲେ। ତା’ପରେ ସେ ସ୍ତ୍ରୀ ଓ ସନ୍ତାନଙ୍କ ସହ ଯୋଗାଯୋଗ ରଖି ନାହାନ୍ତି। ଅର୍ଚ୍ଚନା ଅଭିଯୋଗ କରିଛନ୍ତି, “ମୋ ସ୍ୱାମୀ ମୋ ଫୋନ୍‌ ଓ ମେସେଜ୍‌ର ଉତ୍ତର ଦେଉନାହାନ୍ତି। ମୋ ଓ ମୋ ସନ୍ତାନ ପ୍ରତି ନିଷ୍ଠୁରତା କରାଯାଇଛି।” ସେ ମହାପାତ୍ରଙ୍କ ମା’ ଓ ଭଉଣୀଙ୍କ ଉପରେ ମଧ୍ୟ ମାନସିକ ହଇରାଣ ଓ ଅପମାନର ଅଭିଯୋଗ ଆଣିଛନ୍ତି।

ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, “ଆମେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ମହାପାତ୍ର ସକାରାତ୍ମକ ପ୍ରତିକ୍ରିୟା ଦେଇନଥିଲେ। ତେଣୁ ପୋଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛୁ।” ପୋଲିସ ଏହି ମାମଲାର ନିରପେକ୍ଷ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା କରାଯାଉଛି।

oas-officers-wife-stands-at-police-station-demanding-justice | Argus News