Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ 

Odisha

OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ 

Smruti Parija
Browse all articles by Smruti Parija
·1 year ago·1 min read
OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ 

ଅର୍ଗସ ବ୍ୟୁରୋ: ଗିରଫ ହେଲେ କୁବେର ବାବୁ । ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ବରିଷ୍ଠ ଇଞ୍ଜିନିୟର OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ ହୋଇଛନ୍ତି । ଗତକାଲି ଭୁବନେଶ୍ବର, କଟକ, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା କୁବେର ବାବୁଙ୍କର 13 ଠିକଣାରେ ଭିଜିଲାନ୍ସ ରେଡ୍ କରିଥିଲା, ସାମ୍ନାକୁ ଆସିଲା ଆଖି ଖୋସି ହୋଇଯିବା ଭଳି ସମ୍ପତ୍ତି । କେଜିଏ ଓଜନର ସୁନା, ରାଜ୍ୟର ବିଭିନ୍ନ ସ୍ଥାନରେ 45ଟି ପ୍ଲଟ୍, 2ଟି ଫ୍ଲାଟ୍, 88 ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକାଧିକ କାର୍, ଜେସିବି, କ୍ରସର ୟୁନିଟ୍, ଏସ୍କାଭେଟର ମେସିନ୍ । 

କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏହି ଇଞ୍ଜିନିୟରଙ୍କ ଅଧୀନରେ ଥିଲା 4ଟି ଜିଲ୍ଲା । କଟକ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ। କଟକ ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ। SCB ମେଡିକାଲ୍ ଷ୍ଟାଫ୍ କ୍ବାର୍ଟର, ହଷ୍ଟେଲ ଓ ପ୍ରଶସ୍ତିକରଣ କାମ ସବୁର ତଦାରଖ ଦାୟିତ୍ବରେ ଥିଲେ OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । ଅଭିଯୋଗ ଏ ସବୁ କାମରେ ମୋଟା ଅଙ୍କର ଆୟ କରିଥିଲେ। 8 ମାସ ପରେ ସରିଥାଆନ୍ତା ଚାକିରି କାଳ । ଏଯାଏଁ ତାଙ୍କର 8 କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


 

Argus Whatsapp Channel Mobile Top
Sponsored
OBCC Additional Chief Minister Pradeep Rath Arrested | Argus News