କାଲିଠୁ ଖଣ୍ଡଗିରି କୁମ୍ଭ ମେଳା, ଯାତ୍ରାରେ ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ବିଏମ୍ସିର କଡ଼ା ନିର୍ଦ୍ଦେଶ

Key Points
କାଲିଠୁ ଖଣ୍ଡଗିରି କୁମ୍ଭ ମେଳା
୬ରୁ ଯାତ୍ରା ମହାସମର
ଅଶ୍ଲୀଳ ନୃତ୍ୟ ବନ୍ଦ ନିର୍ଦ୍ଦେଶ
ଭୁବନେଶ୍ଵର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭ ମେଳା । ଏଥିପାଇଁ ଖଣ୍ଡଗିରି ଗୁମ୍ଫାରେ ସାଧୁ ସନ୍ଥଙ୍କ ଭିଡ଼ ବି ଜମିଲାଣି । ଅନ୍ୟପଟେ ଫେବ୍ରୁଆରୀ ୬ରୁ ଆରମ୍ଭ ହେବାକୁ ଥିବା ଯାତ୍ରା ମହାସମର ପାଇଁ ବନ୍ଧା ଚାଲିଛି ମଞ୍ଚ । ଏହାରି ଭିତରେ ଯାତ୍ରା ପାର୍ଟି ଗୁଡ଼ିକ ଲାଗି ନିର୍ଦ୍ଦେଶନାମା ଜାରି କରିଛି ବିଏମ୍ସି ।
ଖଣ୍ଡଗିରି ଯାତ୍ରାରେ ସମ୍ପୂର୍ଣ୍ଣ ଭାବେ ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ଯାତ୍ରା ପାର୍ଟି ମାଲିକଙ୍କୁ ନିର୍ଦ୍ଦେଶ ଦେଇଛି ବିଏମ୍ସି । ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି, ଖଣ୍ଡଗିରିର ମର୍ଯ୍ୟାଦା ହାନି ନ କରିବାକୁ ଯାତ୍ରା ପାର୍ଟି ମାଲିକ ମାନଙ୍କୁ କୁହା ଯାଇଛି । ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
📱 Get Argus News App
✨କୁମ୍ଭ ମେଳା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଏମ୍ସି କମିଶନର । ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ପବିତ୍ର ପଞ୍ଚକୁଣ୍ଡର ଖୁବଶୀଘ୍ର ପୁନରୁଉଦ୍ଧାର କରାଯିବ । ପ୍ରତି ୧୦୦ମିଟରରେ ନିୟୋଜିତ ହେବେ ଜଣେ ଲେଖାଏଁ ସ୍ଵଚ୍ଛ କର୍ମୀ ।
ମାଘ ମେଳାରେ ପରିବେଶ ସ୍ଵଚ୍ଛ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ବିଏମ୍ସି କମିଶନର । ଅସ୍ଥାୟୀ ଶୌଚାଳୟ ସହ ଆଲୋକ ଏବଂ ପାନୀୟ ଜଳର ବନ୍ଦୋବସ୍ତ କରାଯାଇଛି ।