Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏଥର ଭାରି ମହଙ୍ଗା ବାରବାଟୀ କ୍ରିକେଟ୍‌ ଦର, ଚିନ୍ତାରେ କ୍ରିକେଟ୍‌ ପ୍ରେମୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଏଥର ଭାରି ମହଙ୍ଗା ବାରବାଟୀ କ୍ରିକେଟ୍‌ ଦର, ଚିନ୍ତାରେ କ୍ରିକେଟ୍‌ ପ୍ରେମୀ

Key Points

  • ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍‌ ହେବ ବାରବାଟୀରେ
  • କ୍ରିକେଟ୍‌ ପ୍ରେମୀ କିନ୍ତୁ ନାଖୁସ୍‌
  • ଟିକଟ ରେଟ୍‌ ଯାହା କିଣିବା ସମ୍ଭବ ହେଉନି

ଅର୍ଗସ ବ୍ୟୁରୋ: ବାରବାଟୀରେ ଏଥର ହେବାକୁ ଥିବା ମ୍ୟାଚ୍‌କୁ ନେଇ ଦେଖାଗଲାଣି ଅସନ୍ତୋଷ । କାରଣ ପକେଟ୍‌ ବାଧିଛୁ ଏଥର ଟିକଟ ରେଟ୍‌ । ଷ୍ଟାଡିୟମରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ଦେଖିବା ପାଇଁ ଗଣିବାକୁ ହେବ ଦେଢ଼ଗୁଣା ଦାମ୍ । ପୂର୍ବପରି ଆଉ ୬ ଶହ କି ୭ ଶହ ନୁହେଁ, ୭ ନମ୍ବର ଗ୍ୟାଲେରୀକୁ ଛାଡ଼ିଦେଲେ ୧ରୁ ୬ ନମ୍ବର ଗ୍ୟାଲେରୀ ଟିକେଟ୍ ଦାମ୍ ସିଧା ହଜାରେ ପାର୍ । ତେଣୁ ଏତେ ଟଙ୍କା ଦେଇ କ୍ରିକେଟ୍‌ ଖେଳିବା ଅପେକ୍ଷା ଘରେ ଟିଭିରେ ବସି କ୍ରିକେଟ୍‌ ଖେଳ ଦେଖିବାକୁ ପସନ୍ଦ କରୁଛନ୍ତି ଦର୍ଶକ ।

ଏଥର ବାରବାଟୀ ଟିକଟକୁ ନେଇ ଚର୍ଚ୍ଚା ବଢିଛି । ୭ ନମ୍ବର ଗ୍ୟାଲେରୀ ଟିକଟର ଦାମ ୮ ଶହ ରହିଥିବା ବେଳେ ଅନ୍ୟ ଗ୍ୟାଲେରୀର ଟିକଟ ଅମୂଲ ଦାମ । ଯଦି ପୂର୍ବ ମ୍ୟାଚ୍‌ ଦେଖିବା ତେବେ ଏଥର ଟିକଟର ଦାମ କାହିଁ କେତେ ଅଧିକ । ଅନେକ ଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା । କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମଉଳି ଯାଇଛି ଦର୍ଶକଙ୍କ ଉତ୍ସାହ।

ସୂଚନା ଅନୁସାରେ, ବାରବାଟୀରେ ଶେଷ ଦିନିକିଆ ୨୦୧୯ ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା । ସେତେବେଳେ ୧ ଏବଂ ୩ ନମ୍ବର ଗ୍ୟାଲେରୀ ଟିକଟ ଦାମ୍ ୬ଶହ ରହିଥିଲା, ଏବେ ତାହା ୧୨ ଶହରେ ପହଞ୍ଚିଛି । ସେହିପରି ୨ ଏବଂ ୪ ନମ୍ବର ଗ୍ୟାଲେରୀ ଦାମ ପୂର୍ବରୁ ୫ଶହ ଥିଲା, ତାହା ଏବେ ହଜାରେ ଟଙ୍କା ହୋଇଛି । ୬ ନମ୍ବର ଗ୍ୟାଲେରୀ ୪ ଶହରୁ ସିଧା ପହଞ୍ଚିଯାଇଛି ୧୨ ଶହ ଟଙ୍କାରେ । ସେହିପରି ସ୍ପେଶାଲ୍ ଏନକ୍ଲୋଜର ୩ରୁ ୭ ହଜାର, ନ୍ୟୁ ପାଭିଲିୟନ୍ ୫ରୁ ୧୦ ହଜାର, AC ବକ୍ସ ୫ରୁ ୯ ହଜାର, ଏବଂ କର୍ପୋରେଟ୍ ବକ୍ସ ଟିକଟ ୫ ହଜାରରୁ ସିଧା ୨୦ ହଜାର ଟଙ୍କାରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ଖେଳାଳି ରିହାତିକୁ ମଧ୍ୟ ଉଠାଇ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଓଡ଼ିଶାରେ ନୁହେଁ ବରଂ ଭାରତରେ କ୍ରିକେଟ୍‌ ସମସ୍ତେ ଦିଲ୍‌ ସେ ଦେଖନ୍ତି । ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ୍‌ ଫ୍ୟାନ୍‌ । ସେଇଥି ଲାଗି ତ ପୂର୍ବ ମ୍ୟାଚ ସମୟରେ ରାତିରାତି ଲାଇନ୍‌ରେ ଛିଡ଼ା ହୋଇ ଟିକଟ କିଣନ୍ତି ଦର୍ଶକ । କିନ୍ତୁ ଏସନ ଯେଉଁ ଦର ଧାର୍ଯ୍ୟ କରାଯାଇଛି ତାହାକୁ ନେଇ ଚିନ୍ତାରେ ଦର୍ଶକ । ସେପଟେ ଓସିଏ କହିଛି, ବାରବାଟୀ ଟିକେଟ ଦାମ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ମ୍ୟାଚ ପୂର୍ବରୁ ଷ୍ଟାଡିୟମର ରକ୍ଷଣାବେକ୍ଷଣ, ସାଜସଜ୍ଜା, ଦୁଇ ଦୁଇଟି ପିଚ୍ ନିର୍ମାଣ ସହ ଆନୁସଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଟିକେଟ ଦାମ୍ ଏଭଳି ଧାର୍ଯ୍ୟ ହୋଇଛି ।

ଏଠାରେ କହିରଖୁଛୁ କି, ଆସନ୍ତା ଫେବୃୟାରୀ ୯ରେ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ବାରବାଟୀରେ । ଏଭଳି ସ୍ଥିତିରେ ଆକାଶଛୁଆଁ ଟିକଟ ଦାମକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପରେ ଓସିଏ ଏହାର ପୁନର୍ବିଚାର କରୁଛି ନା ନାହିଁ, ତା’କୁ ଅପେକ୍ଷା । 

Sponsored
OCA releases ticket prices | Argus News