ଅକ୍ଟୋବର ଓ ନଭେମ୍ବର ବାତ୍ୟାପ୍ରବଣ ମାସ: IMD ଡିଜି

Key Points
ଅକ୍ଟୋବରରେ ହେବ କି ବାତ୍ୟା ?
ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା
ଅକ୍ଟୋବର ଓ ନଭେମ୍ବର ବାତ୍ୟାପ୍ରବଣ ମାସ: IMD ଡିଜି
ଅକ୍ଟୋବର-ନଭେମ୍ବରରେ ଓଡ଼ିଶାରେ ହେବ କି ବାତ୍ୟା । ଏ ନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ପ୍ରଶାନ୍ତ ମହାସାଗରରେ ଲା-ନିନା ସ୍ଥିତି ହେଲେ ବାତ୍ୟା ହୋଇପାରେ। ତେବେ ଆଗାମୀ 15 ଦିନ ଯାଏଁ ବାତ୍ୟା ନେଇ କୌଣସି ଆଶଙ୍କା ନାହିଁ । ଅକ୍ଟୋବର ଓ ନଭେମ୍ବର ହେଉଛି ବାତ୍ୟାପ୍ରବଣ ମାସ। `ଲାନିନା ପ୍ରଭାବରେ ଅକ୍ଟୋବର-ନଭେମ୍ବର ମାସରେ ବାତ୍ୟା ହୁଏ।
ତେବେ, ଆସନ୍ତା ୧୫ ଦିନରେ କୌଣସି ବାତ୍ୟାର ଆଶଙ୍କା ନାହିଁ'। ଉଭୟ ଆରବ ଓ ବଙ୍ଗୋପସାଗରରେ ବାତ୍ୟା ନେଇ ଆଶଙ୍କା ନାହିଁ'। ଏତେ ଆଗରୁ ବାତ୍ୟା ସମ୍ବନ୍ଧରେ ସୂଚନା ଦେବା ସମ୍ଭବ ନୁହେଁ। `ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହେଲେ ଆମେ ୭ ଦିନ ଆଗରୁ ସୂଚନା ଦିଆଯାଏ। ପ୍ରତି ଗୁରୁବାର ବିଭାଗ ପକ୍ଷରୁ ବାତ୍ୟା ସମ୍ବନ୍ଧୀୟ ସୂଚନା ଦିଆଯାଏ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରା।