|
logo
Live
Argus News App
GET APP

Argus News - ବିଦେଶରେ ଓଡ଼ିଆ ଝିଅର କମାଲ, ବିଶ୍ୱ ଆର୍ଚେରୀ ପାରା ସିରିଜରେ ଜିତିଲେ ସ୍ୱର୍ଣ୍ଣ ପଦକ

Odisha

Archery Para / ବିଦେଶରେ ଓଡ଼ିଆ ଝିଅର କମାଲ, ବିଶ୍ୱ ଆର୍ଚେରୀ ପାରା ସିରିଜରେ ଜିତିଲେ ସ୍ୱର୍ଣ୍ଣ ପଦକ

Bikash Mohanty
Browse all articles by Bikash Mohanty
·6 hours ago·2 min read
ବିଦେଶରେ ଓଡ଼ିଆ ଝିଅର କମାଲ, ବିଶ୍ୱ ଆର୍ଚେରୀ ପାରା ସିରିଜରେ ଜିତିଲେ ସ୍ୱର୍ଣ୍ଣ ପଦକ
Payal

Key Points

ବ୍ୟାଙ୍କକରେ ଚମକିଲେ ଓଡ଼ିଆ ଝିଅ ପାୟଲ
ବିଶ୍ୱ ଆର୍ଚେରୀପାରା ସିରିଜରେ ଜିତିଲେ ସ୍ୱର୍ଣ୍ଣ ପଦକ
ବଲାଙ୍ଗୀରର ଝିଅ ପାୟଲ ନାଗ
ସାରା ରାଜ୍ୟରୁ ଶୁଭେଚ୍ଛାର ସୁଅ

କଣ୍ଟାବାଞ୍ଜି,୦୫/୦୪:ବ୍ୟାଙ୍କକରେ ଚମକିଲେ ଓଡ଼ିଆ ଝିଅ। ଆଣିଲେ ଦେଶ ପାଇଁ ଗୌରବ। ବ୍ୟାଙ୍କକରେ ଅନୁଷ୍ଠିତ ହ୍ୟୁଣ୍ଡାଇ ବିଶ୍ୱ ଆର୍ଚେରୀପାରା ସିରିଜ୍ ୨୦୨୬‌ରେ ଭାରତୀୟ ଖେଳାଳି ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ସିରିଜ୍ ରେ ଭାରତୀୟ ଖେଳାଳି ୭ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ସହ ସମୁଦାୟ ୧୬ଟି ପଦକ ଜିତି ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ବଲାଙ୍ଗୀର ଜିଲ୍ଲା ମୁରିବାହାଲର ପାରା ଆଥଲେଟ୍ ପାୟଲ୍ ନାଗ ବିଶ୍ୱର ଏକ ନମ୍ବର ଖେଳାଳି ଶୀତଲ ଦେବୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚକିତ କରିବା ସହ ନିଜ ଦେଶ ଭାରତ ତଥା ନିଜ ଅଞ୍ଚଳ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି।

ତେବେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ବାନ୍ଦୁପଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜମୁନାବାହାଲ ଗ୍ରାମର ଜଣେ ପ୍ରତିଭାବାନ ପାରା-ଆଥଲେଟ୍ ପାୟଲ୍ ନାଗ । ୫ ବର୍ଷ ବୟସରୁ ଦିବ୍ୟାଙ୍ଗ ହୋଇଥିଲେ। ହେଲେ ହାର ମାନି ନଥିଲେ ପାୟଲ। ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଆଜି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ପାୟଲ ନାଗଙ୍କ ଭଳି ଖେଳାଳି ମାନେ ଆଜିର ଯୁବପିଢ଼ି ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଥିବା ବେଳେ ଆଜିର ଦିନରେ ସେ ପ୍ରମାଣ କରିସାରିଛନ୍ତି ଯେ ଅକ୍ଷମତା ଶରୀରରେ ଥାଏ, ମନରେ ନୁହେଁ। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ପଢନ୍ତୁଏହି ଖବରRCB ପ୍ରଶ୍ନରେ ରାଗିଗଲେ ବିରାଟ କୋହଲି..ଦେଲେ ଏମିତି ଉତ୍ତର

ଆର୍ଚେରୀ ପାରା  ହେଉଛି ଏକ ନୂତନ ଅନ୍ତର୍ଜାତୀୟ ପ୍ରତିଯୋଗିତା ଯାହା ଦୁନିଆର ଶ୍ରେଷ୍ଠ ପାରା-ଆର୍ଚର ବା ଭିନ୍ନକ୍ଷମ ଧନୁର୍ଦ୍ଧର ମାନଙ୍କ ପାଇଁ ଆୟୋଜିତ ହେଉଛି। ଏହି ସିରିଜ୍ ମାଧ୍ୟମରେ ପାରା ଆର୍ଚେରୀ ଖେଳକୁ ବିଶ୍ୱସ୍ତରରେ ଅଧିକ ଲୋକପ୍ରିୟ କରିବା ଏବଂ ଖେଳାଳିମାନଙ୍କୁ ବିଶ୍ୱ ମାନ୍ୟତା ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।  ନିକଟରେ ଶେଷ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି।  ମୋଟ ୧୬ଟି ପଦକ ଜିତିଛି ଭାରତ। ଭାରତୀୟ ଖେଳାଳି ମାନେ କମ୍ପାଉଣ୍ଡ ପୁରୁଷ, ମହିଳା ଏବଂ ମିଶ୍ରିତ ଦଳଗତ ବିଭାଗରେ ସମସ୍ତ ୩ଟି ଯାକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଏହି ସିରିଜ୍‌ର ପରବର୍ତ୍ତୀ ପର୍ଯ୍ୟାୟ ଜୁନ୍ ୨୮ ରୁ ଜୁଲାଇ ୪, ୨୦୨୬ ମଧ୍ୟରେ ଚେକ୍ ରିପବ୍ଲିକରେ ଅନୁଷ୍ଠିତ ହେବ।

ଏହି ସିରିଜ୍‌ରେ ଖେଳାଳିମାନଙ୍କୁ ସେମାନଙ୍କର ଶାରୀରିକ ଅକ୍ଷମତା ଅନୁଯାୟୀ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯଥା: ରିକର୍ଭ ଓପନ୍ ଏଥିରେ  ୭୦ ମିଟର ଦୂରତାରୁ ଲକ୍ଷ୍ୟ ଭେଦ କରାଯାଏ, ଆଉ ଏକ ବର୍ଗ ହେଉଛି କମ୍ପାଉଣ୍ଡ ଓପନ୍ ଏଥିରୋ ୫୦ ମିଟର ଦୂରତାରୁ ଲକ୍ଷ୍ୟ ଭେଦ କରାଯାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Archery Para: ବିଦେଶରେ ଓଡ଼ିଆ ଝିଅର କମାଲ, ବିଶ୍ୱ ଆର୍ଚେରୀ ପାରା ସିରିଜରେ ଜିତିଲେ ସ୍ୱର୍ଣ୍ଣ ପଦକ | Argus News