Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mrutyunjaya Mohapatra / ମାଟି ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·1 min read
ମାଟି ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ

Key Points

ଭାରତ ସହିତ ଆମର ୧୩ଟି ପଡ଼ୋଶୀ ରାଷ୍ଟ୍ରକୁ ସଠିକ ଅକାଳନ ଏବଂ ତଥ୍ୟ ଦେବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ।

ମାଟି ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ। ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଗିଲବର୍ ୱାକର୍ ଗୋଲ୍ଡ ସମ୍ମାନ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ତାଙ୍କ ଜୀବନ ବ୍ୟାପି ସାଧନାକୁ ନଜରରେ ରଖି ଏହି ପୁରସ୍କାର ଲାଗି ସୁପାରିଶ କରାଯାଇଥିଲା। ୧୯୯୨ ମସିହାରୁ ସେ ଭାରତୀୟ ପାଣିପାଗ ବିଭାଗ ସହ ଯୋଡ଼ି ହୋଇ ରହିଛନ୍ତି। ତାଙ୍କ ସମୟରେ ଭାରତୀୟ ପାଣିପାଗ ବିଭାଗରେ ହୋଇଛି ଅନେକ ସକରାତ୍ମକ ପରିବର୍ତ୍ତନ।

ପାଣିପାଗ ସହ ଟେକ୍ନଲୋଜିକୁ ଯୋଡ଼ିବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଅବଦାନ। ବାତ୍ୟା ଏବଂ ପ୍ରାକୃତିକ ଦୁର୍ବିପାକକୁ ନେଇ ତାଙ୍କର ଅନେକ ସଠିକ ଅକାଳନ ଶହ ଶହ ଜୀବନ ବଞ୍ଚାଇ ପାରିଛି। ୨୦୦୭ ମସିହାରେ ଭାରତୀୟ ପାଣିପାଗ ବିଭାଗରେ ୱାର୍ନିଙ୍ଗ ସିଷ୍ଟମକୁ ସମ୍ପୂର୍ଣ ଅତ୍ୟାଧୁନିକରଣ କରିବା ପାଇଁ ତାଙ୍କ ରିପୋର୍ଟକୁ ସେତେବେଳେ ଗ୍ରହଣ କରିଥିଲେ କେନ୍ଦ୍ର ସରକାର। ଭାରତ ସହିତ ଆମର ୧୩ଟି ପଡ଼ୋଶୀ ରାଷ୍ଟ୍ରକୁ ସଠିକ ଅକାଳନ ଏବଂ ତଥ୍ୟ ଦେବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଭାରତର ସଇକ୍ଲୋନ ମ୍ୟାନ ଭାବେ ପରିଚୟ ହାସଲ କରିଥିବା ମୃତ୍ୟୁଞ୍ଜୟକୁ ନେଇ ଆଜି ଗର୍ବିତ ଓଡ଼ିଶା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mrutyunjaya Mohapatra | Odia boy Mrutyunjaya Mohapatra Brings pride to the Odisha | Argus News