ବିଶ୍ୱ ଆଥଲେଟିକ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାରେ କମାଲ କଲେ ଓଡ଼ିଆ ଝିଅ
·11 months ago

Key Points
୧୦୦ମିଟର ହଡଲସରେ ଭାରତ ପାଇଁ ସଫଳତା ଆଣିଛନ୍ତି ଓଡିଆ ଝିଅ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପ୍ରତିଯୋଗିତା
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱ ଅଥଲେଟିକ କଂଟିନେଣ୍ଟାଲ ଟୁର ବ୍ରୋଂଜ଼ ପ୍ରତିଯୋଗିତାରେ କମାଲ କରିଛନ୍ତି ଓଡିଆ ଖେଳାଳି । ୧୦୦ ମିଟର ହଡଲସରେ ଭାରତ ପାଇଁ ସଫଳତା ଆଣିଛନ୍ତି ଓଡିଶା ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ । ନିଜ ପ୍ରଭାବୀ ପ୍ରଦର୍ଶନରେ କଳିଙ୍ଗ ଷ୍ଟାଡିଅମର ଦର୍ଶକଙ୍କୁ ବିମୋହିତ କରିଛନ୍ତି ପ୍ରଜ୍ଞା। ଏଥିସହ ରାଜ୍ୟ ଓ ଦେଶ ପାଇଁ ଆଣିଛନ୍ତି ଗୌରବ। ପ୍ରଜ୍ଞା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ୧୩.୭୪ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପ୍ରଜ୍ଞା ପ୍ରଶାନ୍ତି ସାହୁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: