ଭୁବନେଶ୍ବରରେ ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ: ସମ୍ବର୍ଦ୍ଧନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ। ଭୁବନେଶ୍ବର ମଧ୍ୟ ବିଧାୟକ ବାବୁ ସିଂ ଅମିତଙ୍କୁ ସ୍ବାଗତ କରିଛନ୍ତି। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମୟରେ ଅମିତ ନିଜର ବ୍ରୋଞ୍ଜ ପଦକ ଦେଖାଇଛନ୍ତି। ଅମିତ ରୋହିଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଉଭୟଙ୍କର ପ୍ରୟାସ ଯୋଗୁ ଓଡ଼ିଶାରେ ହକି ଖେଳ ଓ ଖେଳାଳିମାନେ ଆଗକୁ ଯିବେ। ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ।
ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପ୍ରଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଅମିତ ରୋହିଦାସଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଆଜି ସମ୍ବର୍ଦ୍ଧିତ କରିଛନ୍ତି । ଫୁଲ ତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଛନ୍ତି । ସେପଟେ ଅମିତ ରୋହିଦାସ ମଧ୍ୟ ସମସ୍ତ ଭାରତୀୟ ହକି ଦଳର ସଦସ୍ୟଙ୍କ ଦସ୍ତଖତ ଥିବା ଟି-ସାର୍ଟ ସହ ପ୍ୟାରିସରୁ ଆଣିଥିବା ମାସ୍କଟ କୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଓଡିଶା ପାଇଁ ଆଜି ଗର୍ବ ଓ ଗୌରବର ଦିନ । ଆଗାମୀ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିବ ସେନେଇ ଓଡିଶା ସରକାର ସହଯୋଗର ହାତ ବଢେଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର