Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଲିକ ସଂଘକୁ ଟକ୍କର ଦେବାକୁ ମାଲିକ ହେବେ ବାପି ପଣ୍ଡା !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ମାଲିକ ସଂଘକୁ ଟକ୍କର ଦେବାକୁ ମାଲିକ ହେବେ ବାପି ପଣ୍ଡା !

ଯାତ୍ରାରେ ଏବେ ଚାଲିଛି ବୟକଟ୍ ଟ୍ରେଣ୍ଡ। ପ୍ରଥମେ ନରି ଓ ପ୍ରତାପଙ୍କୁ ମାଲିକ ସଂଘ ବ୍ୟାନ୍ କରିଥିବା ବେଳେ ଏବେ ପୁଣି ବାପି ପଣ୍ଡାଙ୍କୁ ବ୍ୟାନ କରିବାକୁ ମାଲିକ ସଂଘ ଯୋଜନା କରିଥିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏକ ଗଣମାଧ୍ୟମ ବିତର୍କରେ ରାଜଧାନୀ ଅପେରା ମାଲିକ ପବିତ୍ର ପାତ୍ର ଓ ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଘନେଇଛି ବିବାଦ। ନରିଙ୍କୁ ନ୍ୟାୟ ପାଇଁ ଦାବି କରୁଥିବା ବାପି ପଣ୍ଡା ଏବେ ନିଜେ ପଡି ଯାଇଛନ୍ତି ଅଡୁଆରେ।


ମାଲିକ ସଂଘ ଓ କଳାକାର ସଂଘ ବିବାଦକୁ ନେଇ ଗତକାଲି ରାତିରେ ଚଣ୍ଡିଖୋଲରେ ଏକାଠି ହୋଇଥିଲେ ସଂଘରେ ଥିବା ମାଲିକମାନେ। ଏବର୍ଷ କଳାକାର ସଂଘରେ ଥିବା କଳାକାରଙ୍କୁ ନନେବା ପାଇଁ ମାଲିକମାନେ ଏକମତ ହୋଇଥିବା କୁହାଯାଉଛି। କଳାକାର ରାଜି ନ ହେଲେ କଳାକାରକୁ ପ୍ରମୁଖ ପାର୍ଟି କିଣିବେ ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାପି ପଣ୍ଡାଙ୍କୁ ଯାତ୍ରାରେ ଏଣ୍ଟ୍ରି ମିଳିବ ନାହିଁ । ୨୦୨୫-୨୬ ବର୍ଷ ଲାଗି ଯେଉଁ ଚୁକ୍ତି ହେବ ସେଥିରେ ଦୁଇଟି ଲିଖିତ ବିଷୟ ରହିବ। ଯଦି ଯେଉଁ କଳାକାର କହିବେ ଯାତ୍ରା ପାର୍ଟି ବଡ ତେବେ ସେମାନେ କଳାକାର ସଂଘରେ ରହିବେ ନାହିଁ। ଯେଉଁ କଳାକାର କହିବେ ସଂଘ ବଡ, ଯାତ୍ରା ପାର୍ଟି ନୁହେଁ, ତେବେ ତାଙ୍କ ରାସ୍ତାରେ ତାଙ୍କୁ ଛାଡି ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଆଲୋଚନା ହେଉଛି ଏବେ ଚାରିଆଡେ।


ସେପଟେ ବାପି ପଣ୍ଡାଙ୍କୁ ବ୍ୟାନ୍ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ତାଙ୍କ ସହକଳାକାରଙ୍କ ଠାରୁ ଶୁଣିବାକୁ ମିଳୁଛି, ୨୦୨୫-୨୬ ବର୍ଷରେ ନିଜେ ଯାତ୍ରା ପାର୍ଟି କରିପାରନ୍ତି ବାପି ପଣ୍ଡା। ଏଥିସହ ସହ ସେ ସବୁବେଳେ କଳାକାରମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି।

Sponsored
Odia Jatra artist Bapi Panda's controversy | Argus News