Videos
|
Odisha

କଳାକାର ସଂଘରେ ଯିଏ ରହିବ ସେ ଯାତ୍ରା କରିପାରିବ ନାହିଁ !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କଳାକାର ସଂଘରେ ଯିଏ ରହିବ ସେ ଯାତ୍ରା କରିପାରିବ ନାହିଁ !

ଯାତ୍ରାରେ ଚାଲିଥିବା ବାଦି ପାଲା ଏବେ ବ୍ୟକ୍ତିଗତ ସ୍ତରକୁ ଯାଇଛି। ଘରୋଇ ଟିଭି ଚ୍ୟାନେଲ ବିତର୍କରେ ଅଭିନେତା ବାପି ପଣ୍ଡା ଓ ରାଜଧାନୀ ଅପେରା ମାଲିକ ପବିତ୍ର ପାତ୍ର ମୁହାଁମୁହିଁ ହେବା ପରେ ମାମଲାରେ ମୋଡ ବଦଳିଛି। ନରି, ନାଣ୍ଡୁ ମାମଲାକୁ ଛାଡି ଏବେ ପବିତ୍ର ପାତ୍ର ଓ ବାପି ପଣ୍ଡାଙ୍କ ବିବାଦ ଚର୍ଚ୍ଚାକୁ ଆସିଛି।


ଗତକାଲି ରାଜଧାନୀ ଅପେରାର ପରିଚାଳକ ଜଗତଜୀବନ ପଣ୍ଡା ଗଣମାଧ୍ୟମରେ ଦାବି କରିଥିଲେ ବାପି ପଣ୍ଡା, ପବିତ୍ର ପାତ୍ରଙ୍କୁ କ୍ଷମା ମାଗନ୍ତୁ। ନହେଲେ ବାପିଙ୍କୁ ଯାତ୍ରା କରିବାକୁ ଦିଆଯିବ ନାହିଁ। ଯାହାକୁ ଚ୍ୟାଲେଞ୍ଜ କରିଥିଲେ ବାପି ପଣ୍ଡା। ଏହି ଘଟଣାକୁ ନେଇ ଗତକାଲି ଦିନ ତମାମ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା। ପରେ ଯାତ୍ରା ମାଲିକ ସଂଘ ପକ୍ଷରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାପି ପଣ୍ଡାଙ୍କୁ ଯାତ୍ରାରୁ ବ୍ୟାନ୍ କରିବା, କଳାକାର ସଂଘରେ ଥିବା କଳାକାରଙ୍କୁ ମାଲିକ ସଂଘରେ ଥିବା ଯାତ୍ରା ପାର୍ଟିରେ ସୁଯୋଗ ନଦେବା ଆଦି କଥାକୁ ନେଇ ମାଲିକ ଓ ମାଲିକଙ୍କ ମଧ୍ୟରେ ବିତର୍କ ହୋଇଛି। କେହିକେହି ଏହାକୁ ବିରୋଧ କରିଥିବା ବେଳେ କିଛି ମାଲିକ ଏହାକୁ ସମର୍ଥନ କରିଥିବା କୁହାଯାଉଛି। ଏନେଇ କୌଣସି ମାଲିକ ବିଧିବଦ୍ଧ ଭାବେ କହି ନାହାନ୍ତି। ହେଲେ ଏବେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେଉଛି।


ଗତକାଲି ରାତିରେ ଚଣ୍ଡିଖୋଲରେ ଏକାଠି ହୋଇଥିଲେ ମାଲିକ। ରାତି ତମାମ ହୋଇଛି ବୈଠକ। ଏବର୍ଷ କଳାକାର ସଂଘରେ ଥିବା କଳାକାରଙ୍କୁ ନନେବା ପାଇଁ ମାଲିକମାନେ ଏକମତ ହୋଇଥିବା କୁହାଯାଉଛି। କଳାକାର ରାଜି ନ ହେଲେ କଳାକାରକୁ ପ୍ରମୁଖ ପାର୍ଟି କିଣିବେ ନାହିଁ । ବାପି ପଣ୍ଡାଙ୍କୁ ଯାତ୍ରାରେ ଏଣ୍ଟ୍ରି ମିଳିବ ନାହିଁ । ୨୦୨୫-୨୬ ବର୍ଷ ଲାଗି ଯେଉଁ ଚୁକ୍ତି ହେବ ସେଥିରେ ଦୁଇଟି ଲିଖିତ ବିଷୟ ରହିବ।


ଯଦି ଯେଉଁ କଳାକାର କହିବେ ଯାତ୍ରା ପାର୍ଟି ବଡ ତେବେ ସେମାନେ କଳାକାର ସଂଘରେ ରହିବେ ନାହିଁ। ଯେଉଁ କଳାକାର କହିବେ ସଂଘ ବଡ, ଯାତ୍ରା ପାର୍ଟି ନୁହେଁ, ତେବେ ତାଙ୍କ ରାସ୍ତାରେ ତାଙ୍କୁ ଛାଡି ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଆଲୋଚନା ହେଉଛି ଏବେ ଚାରିଆଡେ।