Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାଳଚେରରୁ ଜମ୍ମୁ-କାଶ୍ମୀର ଡାକିନେଲା ମୃତ୍ୟୁ, ଡେପୁଟେସନରେ ଯାଇ ଡ୍ୟୁଟି ବେଳେ ଯବାନ ସହିଦ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ତାଳଚେରରୁ ଜମ୍ମୁ-କାଶ୍ମୀର ଡାକିନେଲା ମୃତ୍ୟୁ, ଡେପୁଟେସନରେ ଯାଇ ଡ୍ୟୁଟି ବେଳେ ଯବାନ ସହିଦ

Key Points

କିସ୍ତୱାରରେ ଗତ ଗୁରୁବାର ହୋଇଥିବା ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରା ଗାଁର ମନୋଜ ବିଶ୍ଵାଳ ।

ପରଜଙ୍ଗ: ଜମ୍ମୁ-କାଶ୍ମୀରରେ ଓଡ଼ିଆ ଯବାନ ସହିଦ । କିସ୍ତୱାରରେ ଗତ ଗୁରୁବାର ହୋଇଥିବା ବାଦଲ ଫଟା ବର୍ଷା ଓ ଭୂସ୍ଖଳନରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣିକମରା ଗାଁର ମନୋଜ ବିଶ୍ଵାଳ । ଚିସୁତି ଗାଁ ପାହାଡ଼ ଶିଖର ମଚଳି ମାତା ମନ୍ଦିର ଯାତ୍ରା ଡ୍ୟୁଟିରେ ଥିବାବେଳେ ବାଦଲ ଫଟା ବର୍ଷା ପରେ ଭୂ-ସ୍ଖଳନ ହୋଇଥିଲା ।


ସେବେଠୁ କିସ୍ତୱାରେ ୨୦୦ରୁ ଅଧିକ ନିଖୋଜ ଥିବା ବେଳେ ଶନିବାର ଓଡ଼ିଆ ଯବାନ ମନୋଜଙ୍କ ମୃତଦେହ ମିଳିଥିଲା । ମନୋଜଙ୍କ ଦେହାନ୍ତ ଖବର ପାଇ ମାଣିକମରା ଗାଁରେ ଶୋକର ଛାୟା ଖେଳି ଯାଇଛି । ମନୋଜଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି । ମନୋଜ ତାଳଚେର ଟିଟିପିଏସ୍‌ରେ ନିଯୁକ୍ତ ଥିବାରୁ ସେଠାରେ ଘରଭଡ଼ା ନେଇ ପତ୍ନୀ ଓ ୨ ଝିଅଙ୍କ ସହ ରହୁଥିଲେ । ମନୋଜଙ୍କ ସାନ ଭାଇ ମଧ୍ୟ CISFରେ କାର୍ଯ୍ୟରତ ।


ମନୋଜ ନିୟୋଜିତ ଥିବା ଚିସୁତି ଗାଁ ପାହାଡ଼ ମନ୍ଦିରରେ ଯାତ୍ରା ଜୁଲାଇ ୨୫ରୁ ଆରମ୍ଭ ହୋଇଥିଲା । ଏହା କିସ୍ତୱାର ଜିଲ୍ଲା ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଯାତ୍ରା ସେପ୍ଟେମ୍ବର ୫ରେ ସରିବାର ଥିଲା । ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ପରେ ଏହି ଯାତ୍ରାକୁ ବନ୍ଦ କରିଦିଆ ଯାଇଛି । ଭୂସ୍ଖଳନରେ ଏବେ ସୁଦ୍ଧା ୭୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଏବେ ବି ୨୦୦ରୁ ଅଧିକ ନିଖୋଜ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିସ୍ତୱାରରେ ଆଖି ପାଇବା ଯାଏ କେବଳ ଧ୍ଵଂସ ହିଁ ଧ୍ଵଂସ ଦେଖିବାକୁ ମିଳୁଛି । ଏବେ ବି ମାଟିକାଦୁଅ ଓ ପଥର ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ପ୍ରତିକୂଳ ପାଣିପାଗ ସତ୍ତ୍ଵେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବାଦଲ ଫଟା ବର୍ଷା ପରେ ପାଣି ସହ ବଡ଼ ବଡ଼ ପଥର ଖଣ୍ଡ ଓ ଗଛ ଭାସି ଆସି ଘର, ଦୋକାନ ଆଦି ଭସାଇ ନେଇଥିଲା ।


ଓଡ଼ିଶା ସମ୍ପର୍କିତ ଅଧିକ ଖବର ପଢ଼ନ୍ତୁ

Sponsored
Odia Jawan Martyred in Landslide After Cloudburst in J&K | Argus News | Argus News