Odia Literature / ଆମେରିକା ମାଟିରେ ଓଡ଼ିଆ ସାହିତ୍ୟର ମହକ… ‘ଏ ସ୍ପଟଲାଇଟ୍ ଅନ୍ ଓଡ଼ିଶା’ରେ ଝଲସିଲା ଓଡ଼ିଆ ଅସ୍ମିତା
·23 mins ago·2 min read

Key Points
ସାତ ସମୁଦ୍ର ପାରିରେ ମହକିଲା ଓଡ଼ିଆ ଭାଷା ଓ ସାହିତ୍ୟ
ବିଶ୍ୱ ଦରବାରରେ ଝଲସିଲା ଓଡ଼ିଆ ଅସ୍ମିତା
ବିଶ୍ୱ ଦରବାରରେ ଝଲସିଲା ଓଡ଼ିଆ ଅସ୍ମିତା
ସାତ ଦରିଆ ପାରିରେ ମହକିଲା ଓଡ଼ିଆ ଭାଷା ଓ ସାହିତ୍ୟ । ବିଶ୍ୱ ଦରବାରରେ ଝଲସିଲା ଓଡ଼ିଆ ଅସ୍ମିତା । ଆମେରିକାର ନ୍ୟୁୟର୍କ ସହରରେ ଓଡ଼ିଶାର ସମୃଦ୍ଧ ସାହିତ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜିତ ହୋଇଛି ସ୍ୱତନ୍ତ୍ର ସାହିତ୍ୟ ଅଧିବେଶନ । ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିଫଳିତ ହୋଇଛି ଓଡ଼ିଆ ଭାଷାର ଗୌରବମୟ ଐତିହ୍ୟ ।
ନ୍ୟୁୟର୍କରେ ଓଡ଼ିଆ ଭାଷାର ଜୟଯାତ୍ରା । ନଭେମ୍ବର ୧୪ ତାରିଖରେ ନ୍ୟୁୟର୍କର ବୋହେମିଆନ୍ ନ୍ୟାସନାଲ୍ ହଲ୍ରେ ‘ଏ ସ୍ପଟଲାଇଟ୍ ଅନ୍ ଓଡ଼ିଶା’ ଶୀର୍ଷକ ସ୍ୱତନ୍ତ୍ର ସାହିତ୍ୟ ଅଧିବେଶନ ଆୟୋଜିତ ହୋଇଛି । ଇଣ୍ଡୋ-ଆମେରିକାନ୍ ଆର୍ଟସ୍ କାଉନସିଲ୍ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାନ୍ସ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଭାରତର କନସୁଲ୍ ଜେନେରାଲ୍ ବିନୟ ଶ୍ରୀକାନ୍ତ ପ୍ରଧାନ ଏହାକୁ ଉଦ୍ଘାଟନ କରି ଓଡ଼ିଆ ସାହିତ୍ୟିକଙ୍କ ଅବଦାନକୁ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲେ ପଦ୍ମଭୂଷଣ ଓ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟ । ନିଜ ସାହିତ୍ୟିକ ଜୀବନର ଅନୁଭୂତି ଓ ସୃଜନଶୀଳ ଯାତ୍ରା ସମ୍ପର୍କରେ ସେ ଆଲୋଚନା କରିଥିଲେ । ଓଡ଼ିଆ ଭାଷାର ଇତିହାସଠୁ ଆରମ୍ଭ କରି ସାହିତ୍ୟର କ୍ରମବିକାଶ, କାଳଜୟୀ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳାଦ୍ରି ବିଜୟ’ଠୁ ଆରମ୍ଭ କରି ଓଡ଼ିଶାର ନିଆରା ଖାଦ୍ୟ ପରମ୍ପରା ପର୍ଯ୍ୟନ୍ତ ସବୁକିଛି ସ୍ଥାନ ପାଇଥିଲା ଏହି ଆଲୋଚନାରେ । ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଶିଷ୍ଟ ସାହିତ୍ୟିକ ଓ ଗବେଷକମାନେ ନିଜର ମତ ରଖିଥିଲେ ।
ଭୌଗୋଳିକ ସୀମା ଡେଇଁ ଏବେ ବିଶ୍ୱ ଦରବାରରେ ପହଞ୍ଚୁଛି ଓଡ଼ିଆ ସାହିତ୍ୟ । ନ୍ୟୁୟର୍କର ଏହି ସାହିତ୍ୟ ଉତ୍ସବ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଆ ଭାଷାର ସମୃଦ୍ଧି ଓ ସ୍ୱତନ୍ତ୍ର ପରିଚୟକୁ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବାର ଏକ ଅନନ୍ୟ ପ୍ରୟାସ । ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories