Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଶାନ୍ତ ନେପାଳରେ ଫସିଛନ୍ତି ଶତାଧିକ ଓଡ଼ିଆ, ସୁରକ୍ଷିତ ଫେରିଲେ ୨୩ ଜଣ

Sushanta Sahoo
Browse all articles by Sushanta Sahoo
·10 months ago·2 min read
ଅଶାନ୍ତ ନେପାଳରେ ଫସିଛନ୍ତି ଶତାଧିକ ଓଡ଼ିଆ, ସୁରକ୍ଷିତ ଫେରିଲେ ୨୩ ଜଣ

Key Points

କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ପ୍ରବାସୀ ନେପାଳରେ ଫସି ରହିଛନ୍ତି । ସେଠାରେ ହିଂସା ବ୍ୟାପକ ହେଉଥିବା ବେଳେ ପରିବାର ପୋଷିବାକୁ ଯାଇଥିବା ମୁରବୀଙ୍କୁ ନେଇ ଚିନ୍ତାରେ ଘର ଲୋକ ।

କେନ୍ଦ୍ରାପଡ଼ା/ଭୁବନେଶ୍ଵର: ନେପାଳ ଅଶାନ୍ତ ହୋଇ ପଡ଼ିଥିବା ବେଳେ ସେଠାରେ ଫସିଛନ୍ତି ଶତାଧିକ ଓଡ଼ିଆ । କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ପ୍ରବାସୀ ନେପାଳରେ ଫସି ରହିଛନ୍ତି । ସେଠାରେ ହିଂସା ବ୍ୟାପକ ହେଉଥିବା ବେଳେ ପରିବାର ପୋଷିବାକୁ ଯାଇଥିବା ମୁରବୀଙ୍କୁ ନେଇ ଚିନ୍ତାରେ ଘର ଲୋକ । ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି ଅଞ୍ଚଳର ଏକାଧିକ ଲୋକ ନେପାଳରେ ଦାଦନ ଖଟୁଥିବା ବେଳେ ଏବେ ଫସି ରହିଥିବା ପରିବାର ଲୋକ କହିଛନ୍ତି ।


ପଟ୍ଟାମୁଣ୍ଡାଇର ମଣ୍ଡପଡ଼ା, ବଳଭଦ୍ରପୁର, ବାଲିପାଟଣା, ଡାମରପୁର ସହ ଆଳିର ସିଙ୍ଗିରି, ମାଣିକପାଟଣା ଆଦି ଅଞ୍ଚଳର ଲୋକେ ପରିବାର ପ୍ରତିପୋଷଣ ପାଇଁ ନେପାଳରେ ଦାଦନ ଖଟୁଛନ୍ତି । ଏବେ ନେପାଳରେ ହିଂସା ପରେ ଓଡ଼ିଆ ଲୋକ ସେଠି ଗୃହ ବନ୍ଦୀ ଭଳି ଜୀବନ ବିତାଉଛନ୍ତି । ଘରୁ ବାହାରିବା କାଠିକର ହୋଇ ପଡ଼ିଥିବା ସରିବାକୁ ବସିଲାଣି ସାଇତା ଖାଦ୍ୟ । ଯାହାକୁ ନେଇ ଦାଦନଙ୍କ ଠାରୁ ନେଇ ପରିବାର ଲୋକ ବି ଚିନ୍ତାରେ । ସେମାନଙ୍କୁ ଫେରାଇ ଆଣିବା ଲାଗି ପ୍ରଶାସନକୁ ଗୁହାରି କରିଛନ୍ତି ପରିବାର ଲୋକ ।

ନେପାଳରେ ଓଡ଼ିଆ ଫସିଥିବା ଖବର ପାଇବା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି । ଓଡ଼ିଶାରୁ ୨୩ ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ହିଂସା ଯୋଗୁଁ ଫସି ରହିଥିଲେ ।

ଫସିଥିବା ଖବର ଆସିବାର ୫ ଘଣ୍ଟା ମଧ୍ୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ. ମନୋଜ କୁମାର ମହାପାତ୍ରଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Over 100 Odias Stranded in Violence-Hit Nepal | Odisha Govt Begins Rescue Ops | Argus News | Argus News