Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଇନଶୃଙ୍ଖଳା ପରିସ୍ଥିତି, ନବୀନଙ୍କ ବୟାନକୁ ନେଇ ଚର୍ଚ୍ଚା

Odisha

ଆଇନଶୃଙ୍ଖଳା ପରିସ୍ଥିତି, ନବୀନଙ୍କ ବୟାନକୁ ନେଇ ଚର୍ଚ୍ଚା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଇନଶୃଙ୍ଖଳା ପରିସ୍ଥିତି, ନବୀନଙ୍କ ବୟାନକୁ ନେଇ ଚର୍ଚ୍ଚା

Key Points

  • ଆଇନଶୃଙ୍ଖଳା ପରିସ୍ଥିତି, ନବୀନଙ୍କ ବୟାନକୁ ନେଇ ଚର୍ଚ୍ଚା
  • ନବୀନଙ୍କ ପ୍ରଶ୍ନ, ପୃଥ୍ଵୀରାଜଙ୍କ ଉତ୍ତର

ଅର୍ଗସ ବ୍ୟୁରୋ : ରାଜ୍ୟରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଏ କଥା ଆମେ ନୁହେଁ ବରଂ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗୃହରେ ରାଜ୍ୟପାଳ ଅଭିଭାଷଣ ରଖୁଥିବା ବେଳେ ମାତ୍ର ଦେଢ  ମିନିଟ ପରେ  ରାଜ୍ୟପାଳଙ୍କ ଅଭିଭାଷଣକୁ ବୟକଟ କରି କକ୍ଷତ୍ୟାଗ କଲେ ବିରୋଧୀ । ଗୃହ ବାହାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଭିଯାଗ କଲେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୂଷୁଡି ପଡିଛି । ନବୀନ ନିଜ ସରକାର ଅମଳରେ ମନ୍ତ୍ରୀ ବିଧାୟକଙ୍କ ନାଁରେ ଅଭିଯୋଗ ଆସିଲେ ତୁରନ୍ତ ଆକ୍ସନ କରୁଥିଲେ ବୋଲି ବାହାସ୍ପୋଟ ବି ମାରିଲେ । ଯଦି ଆକ୍ସନ ନେଉଥିଲେ ତାହାଲେ ପ୍ରତାପ, ଅରୁଣ, ବ୍ୟୋମକେଶ ଓ ଦିବ୍ୟଶଙ୍କରଙ୍କ ବିରୋଧରେ କି ଆକ୍ସନ ନେଲେ ତାହା କିନ୍ତୁ କହିଲେନି । 

ନବୀନଙ୍କ  ଆଇନ ଶୃଙ୍ଖଳା  ମନ୍ତବ୍ୟକୁ କିନ୍ତୁ ସାଧାରଣ ଲୋକେ ହଜମ କରିପାରୁନାହାଁନ୍ତି । କାରଣ ୨୫ ବର୍ଷ ଶାସନ ଭିତରେ ନେତା - ମନ୍ତ୍ରୀ  କେମିତି  ଆଇନକୁ ହାତକୁ ନେଉଥିଲେ ତାର ଉଦାହରଣ ରଖି ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ  । ମାହାଙ୍ଗାରେ ଡବଲ ମର୍ଡର ମାମଲାରେ ମୁଦାଲା ନମ୍ବର ୧୩ ଥିଲେ ତତ୍କାଳୀନ ବିଧାୟକ ପ୍ରତାପ ଜେନା । ଖାଲି ଏତିକି ନୁହେଁ ବରଂ ଅଭିଯୁକ୍ତ କାବୁଲାର ସନ୍ଦେହ ଜନକ ମୃତ୍ୟୁ ପଛରେ ବି ପ୍ରତାପଙ୍କ ସଂପୃକ୍ତି ଥିବା ନେଇ ଆସିଥିଲା ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ।

ହେଲେ ଆକ୍ସନ ତ ଦୂରର କଥା ବରଂ ଦଳୀୟ କାର୍ଯ୍ୟାନୁଷ୍ଠାନ ବି ନେଇନଥିଲେ ନବୀନ । ସେହିପରି ମମିତା ମେହର ମର୍ଡର ଓ ପରେ  ଜେଲ ଭିତରେ ଅଭିଯୁକ୍ତ ଗୋବିନ୍ଦର ମୃତ୍ୟୁ ପଛରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ପରେ ବି ନୋ ଆକ୍ସନ ମୁଦ୍ରାରେ ଥିଲେ ନବୀନ । କେବଳ ଏଇ ଘଟଣା ନୁହେଁ ବରଂ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଅରୁଣ ସାହୁଙ୍କୁ ସୁରକ୍ଷା ଦେବାର ସଙ୍ଗୀନ ଅଭିଯୋଗ ପରେ ଚୁପ ଥିଲେ ନବୀନ । ଏହାସହ ଶ୍ରମମନ୍ତ୍ରୀ ଥିବା ବେଳେ ଶ୍ରୀକାନ୍ତ ସାହୁ ନିଜ ଦଳର ନାରୀନେତ୍ରୀଙ୍କ ପ୍ରତି ବ୍ୟଭିଚାର ଅଭିଯୋଗର ନୀରବ ଦ୍ରଷ୍ଟା ସାଜିଥିଲେ ନବୀନ । ଯୌନ ଶୋଷଣ ଅଭିଯୋଗ ଥାଇ ବି ବିଧାୟକ ବିଜୟଶଙ୍କର ଦାସଙ୍କ ଉପରେ ହେଉନଥିଲା ଆକ୍ସନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତକାଲି ବିରୋଧୀ ଦଳ ନେତା କହିଥିଲେ କି, ରାଜ୍ୟରେ ବିପର୍ଯ୍ୟସ୍ତ ହେଲାଣି ଆଇନଶୃଙ୍ଖଳା ସ୍ଥିତି । ହେଲେ ନିଜେ ସରକାରରେ ଥିବା ବେଳେ ଏ ସବୁ ଅଭିଯୋଗରେ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେନେଇ କିନ୍ତୁ ନା ନବୀନ କିଛି ପ୍ରତିକ୍ରିୟା ଦେଲେ ନା ବିଜେଡି ପକ୍ଷରୁ କିଛି କୁହାଗଲା । ମୋଟ୍‌ ଉପରେ ବିଜେଡି ନେତାଙ୍କ ଅଭିଯୋଗ ଲିଷ୍ଟ ବହୁତ ଲମ୍ବା । ସେମାନଙ୍କ ବିରୋଧରେ ନୋ ଆକ୍ସନ, ଆଉ ଏବେ ନୂଆ ସରକାର ଆସୁ ଆସୁ କେମିତି ବିଗିଡିଗଲା ଆଇନଶୃଙ୍ଖଳା ତାହାକୁ ନେଇ ଉଠିଲାଣି ପ୍ରଶ୍ନ ।
 

Sponsored
LoP Naveen Patnaik | Argus News