Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ

Odisha

Ravi Swain / ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ

Rashmita Mishra
Browse all articles by Rashmita Mishra
·3 months ago·1 min read
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
Ravi Swain

Key Points

ରବି ସ୍ୱାଇଁଙ୍କ ପରଲୋକ
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
ଲିଭର ସିରୋସିସ୍‌ରେ ରୋଗରେ ପୀଡ଼ିତ ଥିଲେ
ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ ରବି ସ୍ୱାଇଁ

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ। ସେ ଲିଭର ସିରୋସିସ୍‌ରେ ରୋଗରେ ପୀଡ଼ିତ ଥିଲେ। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ ରବି ସ୍ୱାଇଁ । 

ସୂଚନାଥାଉ କି ବରିଷ୍ଠ ଚଳଚ୍ଚିତ୍ରନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ବାଇଁ ତାଙ୍କର ୭୫ବର୍ଷ ବୟସରେ ଆଜି ସକାଳ ପ୍ରାୟ ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗଘଟିଛି । ସେ ଲିଭର ସୋରିଆସିସ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ "ଜୋର ଯାର ମୂଲକ ତାର", ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ "କି ହେବ ଶୁଆ ପୋଷିଲେ", ଅବତାର ସିଂହଙ୍କ ନିର୍ଦ୍ଦେଶିତ"ପଞ୍ଜୁରୀ ଭିତରେ ଶାରୀ " ଏବଂ ଉଦଣ୍ଡୀ ସୀତା" ଚଳଚିତ୍ରର ସେ ନିର୍ମାତା ଥିଲେ । ଏହା ରାଜ୍ୟରେ ବେଶ ଆଦୃତ ହୋଇଥିଲା ।

ସେହିପରି କ୍ଷେତ୍ରମୋହନ ମେମୋରିଆଲ ଟ୍ରଷ୍ଟ, ଓମ ଶାନ୍ତି କଲେଜ ଅଫ ସାଇନ୍ସ ଆଣ୍ଡ ଟେକନୋଲୋଜି, କ୍ଷେତ୍ରମୋହନ ଆଇ ଟି ସି ଏବଂ ଦୈତାରୀ ଆଇଟିସିର ପ୍ରତିଷ୍ଠାତା ଅଟନ୍ତି । ତାଙ୍କର ଦେହାନ୍ତରେ ପିପିଲିରେ ଶୋକର ଛାୟା ଖେଳିଯାଇଛି । ପିପିଲି ବିଧାୟକଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, କଂଗ୍ରେସ ନେତା ନିଶିକାନ୍ତ ମିଶ୍ର,ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Ravi Swain | Odia Film Producer Ravi Swain Passes Away, Industry Mourns | Argus News