Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିୟମ ମାନୁନାହାନ୍ତି ବିଜେଡି ନେତା ?

Odisha

ନିୟମ ମାନୁନାହାନ୍ତି ବିଜେଡି ନେତା ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନିୟମ ମାନୁନାହାନ୍ତି ବିଜେଡି ନେତା ?

Key Points

  • ନିୟମ ମାନିବାକୁ ପ୍ରସ୍ତୁତ ନୁହନ୍ତି ପାଣ୍ଡିଆନ ?
  • ଆଚରଣ ବିଧିକୁ ଫୁ'କଲେ
  • ଷ୍ଟାଡିୟମ୍‌ରୁ ମାନିଫେଷ୍ଟୋ ପାଇଁ ମତାମତ ମାଗିଲେ 

ଅର୍ଗସ ବ୍ୟୁରୋ:  ନିୟମ ମାନିବାକୁ ଆଦୌ ରାଜି ନାହାନ୍ତି ବିଜେଡି ନେତା ପାଣ୍ଡିଆନ । ନିଇତି ସରକାରୀ ନିୟମର ଉଡାଉଛନ୍ତି ଧଜିଆ । ସାଧାରଣ ନିର୍ବାଚନ ଲାଗି ଦେଶରେ ଆଦର୍ଶ ଆଚରଣବିଧି ଲାଗୁ ହେବା ପରେ ବି କେମିତି ସରକାରୀ ଷ୍ଟାଡିୟମରୁ ବିଜେଡି ପାଇଁ ମାନିଫେଷ୍ଟୋର ମତାମତ ମାଗିଲେ ? ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ଖାଲି ପ୍ରଶ୍ନ ଉଠିନି ବରଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ବି ଜୋର ଧରିଛି ।

କୁଆଡେ ଗଲା ବିଜେଡିର 2014, 2019 ପ୍ରତିଶ୍ରୁତି ?  ଆବାସ, ଶୀତଳଭଣ୍ଡାର, ପାଣି, ଚାଷୀଙ୍କୁ ବୋନସ୍ ଧୋକ୍କା ଦେଲେ...ଏବେ ପୁଣି ଥରେ ନିର୍ବାଚନ ଆସିଯାଇଥିବାରୁ ବୈତରଣୀ ପାର ହେବା ପାଇଁ ଲୋକଦେଖାଣିଆ ମାନିଫେଷ୍ଟୋର ମାଗିଲେ । କିନ୍ତୁ ଆଦର୍ଶ ଆଚରଣବିଧୀ ଲାଗୁ ହୋଇଥିବା ବେଳେ କିଏ ଦେଲା ଭି.କେ ପାଣ୍ଡିଆନଙ୍କୁ ଅନୁମତି, ସରକାରୀ ଷ୍ଟାଡିୟମରୁ କେମିତି ପାଣ୍ଡିଆନ୍ କଲେ ଦଳୀୟ ଘୋଷଣା ? ବିଜେପି ଅଭିଯୋଗ କରିଛି, ଆଦର୍ଶ ଆଚରଣବିଧିର ଇଏ ଖୋଲା ଉଲ୍ଲଘଂନ । ପୂର୍ବରୁ ବି ପାଣ୍ଡିଆନଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନର ଆସିଥିଲା ଅଭିଯୋଗ । କାରଣ ଯାଜପୁର ବାରବାଟୀ ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବାକୁ ଏସସିବି ମେଡିକାଲ ଯାଇଥିବା ବେଳେ ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର , ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ...ଯାହାକୁ ନେଇ CEOଙ୍କ ପାଖରେ ଫେରାଦ ହୋଇଥି୍ଲା ବିଜେପି । 

ମିଛ କହିବାରେ ପାଣ୍ଡିଆନ ବୋଧହୁଏ କେହି କାଟିପାରିବେ ନାହିଁ । କାରଣ ଭୋଟରଙ୍କୁ ଭୂଆଁ ବୁଲାଇବାକୁ ଯାଇ ଗୋଟିଏ ପରେ ଗୋଟିଏ ମିଛ କହିବାରେ ସେ ବ୍ୟସ୍ତ । କାରଣ ପୂର୍ବରୁ ଯେତେ ଥର ନିର୍ବାଚନ ଆସିଛି ସେତିକି ନୂଆ ମିଛ କହିଛନ୍ତି ରାଜ୍ୟ ସରକାର । ଲୋକଙ୍କ ସରକାର ବୋଲି ପ୍ରଚାର ଜୋରଦାର, ହେଲେ ବାସ୍ତବାତ ଭିନ୍ନ। ଏଭଳି ସମୟରେ କଳିଙ୍ଗ ଷ୍ଟାଡିୟମରୁ ମାନିଫେଷ୍ଟୋ ପାଇଁ ପାଣ୍ଡିଆନଙ୍କ ମତାମତ ମାଗିବା ଭିଡିଓକୁ ନେଇ ବିବାଦ ବଢିବାରେ ଲାଗିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
BJD Leader VK Pandian | Argus News