Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କର୍ଣ୍ଣାଟକରେ ଓଡିଆ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

Odisha

କର୍ଣ୍ଣାଟକରେ ଓଡିଆ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
କର୍ଣ୍ଣାଟକରେ ଓଡିଆ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା l କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକର କୁଶପଲ୍ଲୀ ଗାଁର ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ରବୀନ୍ଦ୍ର ସାହୁ ସେ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତେବେ କୌଣସି କାରଣ ନେଇ ସେଠାକାର ଜଣେ ଯୁବକ ରବୀନ୍ଦ୍ରଙ୍କୁ ଗୋଡାଇ ଗୋଡାଇ ଏକ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି l

ବାପାଙ୍କ ମୃତ୍ୟୁବରଣ ପରେ ରବୀନ୍ଦ୍ର ପ୍ରାୟ ୧୧ ବର୍ଷ ଧରି ବାହାର ରାଜ୍ୟରେ କାମ କରି ଆସୁଥିଲେ । ପରିବାର କହିଲେ ମା ଆଉ ଦୁଇ ଭଉଣୀଙ୍କ ସହ ରବୀନ୍ଦ୍ର ଥିଲେ। ଏବେ ରବୀନ୍ଦ୍ରଙ୍କ ମୃତ୍ୟୁକୁ ନେଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତେବେ ରବୀନ୍ଦ୍ର ଗତ ପାଞ୍ଚ ଦିନ ପୂର୍ବରୁ ଭଉଣୀର ବାହାଘର ପାଇଁ ଗାଁ କୁ ଛୁଟି ନେଇ ଆସିଥିଲେ l ଭଉଣୀର ବାହାଘର ସରିବା ପରେ ପୁଣି ସେହି କମ୍ପାନୀକୁ ଚାଲିଯାଇଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ଲାଗି କମ୍ପାନୀ ପକ୍ଷରୁ ତାଙ୍କୁ ସିନିୟର ସିକ୍ୟୁରିଟି ସୁପରଭାଇଜର ଲାଗି ମନୋନୀତ କରିଥିଲେ ବୋଲି ଶୁଣିବାକୁ ମିଳିଛି l ହେଲେ କିଏ ଓ କାହିଁକି ରବୀନ୍ଦ୍ରକୁ ହତ୍ୟା କଲା ତାହା ଏବେବି ଅସ୍ପଷ୍ଟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odia youth brutally murdered in Karnataka | Argus News