ଟଙ୍କା ନ ଦେବାରୁ ଓଡ଼ିଆ ଯୁବକଙ୍କୁ ମାରିଦେଲେ, ୨ ମହିଳାଙ୍କୁ ଗଣଦୁଷ୍କର୍ମ

ଶହେ ଟଙ୍କା ପାଇଁ ଜୀବନ ନେଇଗଲେ । ୨ ମହିଳାଙ୍କ ସହ ଅସଦାଚରଣ ବି କଲେ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କର୍ଣ୍ଣାଟକର ହମ୍ପି ଅଞ୍ଚଳରେ । ମାତ୍ର ଶହେ ଟଙ୍କା ପାଇଁ ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଛି । ଇସ୍ରାଏଲ୍ର ଜଣେ ମହିଳାଙ୍କ ସହ ଅନ୍ୟ ଜଣେ ବି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ତେରାବାଡ଼ି ଗାଁରେ ବିଭାସ ପ୍ରଧାନ ।
କର୍ଣ୍ଣାଟକର ଏହି ଲୋମଟାଙ୍କୁରା ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି । ଖବର ଅନୁସାରେ, ବିଦେଶୀ ମହିଳା ଜଣଙ୍କ ତାଙ୍କ ଗାଇଡ୍ଙ୍କ ସହ ବୁଲିବାକୁ ଯାଇଥିଲେ । ସେମାନଙ୍କ ସହ ଥିଲେ ୩ ଜଣ ପୁରୁଷ । ଯେଉଁଥିରେ ଓଡ଼ିଶାର ବିଭାସ ଥିଲେ । ମାର୍ଚ୍ଚ ୬ ରାତିରେ କର୍ଣ୍ଣାଟକର ହାମ୍ପି ଅଞ୍ଚଳରେ ବୁଲୁଥିବା ବେଳେ ରାତି ପ୍ରାୟ ୧୧ଟାରେ ୩ ଦୁର୍ବୃତ୍ତ ଆସି ଯୁକ୍ତିତର୍କ କରିଥିଲେ ।
କେଉଁଠି ପେଟ୍ରୋଲ୍ ପମ୍ପ ବୋଲି ପଚାରିଥିଲେ ଦୁର୍ବୃତ୍ତ । ଆଉ ଶହେ ଟଙ୍କା ମାଗିବାରୁ ହୋମ୍ ଷ୍ଟେ ଅପରେଟର ମନା କରିଥିଲେ । ଆଉ ଏହାକୁ ନେଇ ବାଇକ୍ରେ ଆସିଥିବା ୩ ଦୁର୍ବୃତ୍ତ ଗାଳିଗୁଳଜ କରିବା ସହ ଅସଦାଚରଣ କରିଥିଲେ । ଏହା ଦେଖି ପ୍ରତିବାଦ କରିଥିଲେ ୩ ଜଣ ପୁରୁଷ । ଆଉ ଦୁର୍ବୃତ୍ତ ସେମାନଙ୍କୁ ତୁଙ୍ଗଭଦ୍ରା ବାମ ପଟ କେନାଲକୁ ଠେଲି ଦେଇଥିଲେ ।
📱 Get Argus News App
✨କେନାଲ ଭିତରୁ ୨ ଜଣ ଯୁବକ ପହଁରି ପହଁରି ସୁରକ୍ଷିତ ସ୍ଥାନକୁ ଆସିବାରେ ସକ୍ଷମ ହୋଇଥିବା ବେଳେ ଓଡ଼ିଆ ଯୁବକ ବିଭାସ ନାୟକଙ୍କ ମୃତ୍ୟୁ ହୋଇଛି । ଶନିବାର ସକାଳେ କେନାଲରୁ ବିଭାସଙ୍କ ମୃତଦେହ ଉଦ୍ଧାର କରିଛି କର୍ଣ୍ଣାଟକ ପୋଲିସ । ବିଭାସ ଦିଲ୍ଲୀର ଏକ ହସ୍ପିଟାଲରେ ଏଚ୍ଆର୍ ଥିବା ବେଳେ ସେ ଭ୍ରମଣ ପ୍ରିୟା । ହାମ୍ପି ବୁଲିବାକୁ ସେ ବିଦେଶୀ ବନ୍ଧୁଙ୍କ ସହ କର୍ଣ୍ଣାଟକ ଆସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାସଙ୍କ ପରିବାର ଲୋକେ ଦାବି କରିଛନ୍ତି । ବିଭାସଙ୍କ ମୃତ୍ୟୁରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।