Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odias in Middle East War / ଯୁଦ୍ଧରେ ଫସିଥିବା ସବୁ ଓଡ଼ିଆ ସୁରକ୍ଷିତ ଫେରିବେ, ଜାରି ହୋଇଛି ଟୋଲ ଫ୍ରି ନମ୍ବର

Bikash Mohanty
Browse all articles by Bikash Mohanty
·4 months ago·2 min read
 ଯୁଦ୍ଧରେ ଫସିଥିବା ସବୁ ଓଡ଼ିଆ ସୁରକ୍ଷିତ ଫେରିବେ, ଜାରି ହୋଇଛି ଟୋଲ ଫ୍ରି ନମ୍ବର
War

Key Points

ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତି ନେଇ ଓଡ଼ିଶା ସରକାରଙ୍କ ତତ୍ପରତା
୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ଜାରି
ଟୋଲ ଫ୍ରି ନମ୍ବର - ୮୦୦୪୬୩୪୨
ହ୍ୱାଟ୍ସଆପ ନମ୍ବର ୯୭୧୫୪୩୦୯୦୫୭୧
ଯୋରଦାର ଚାଲିଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ହଜାର ହଜାର ଓଡ଼ିଆ ଏହାର ଶୀକାର ହୋଇଛନ୍ତି। ଆମ ସରକାର ଏକ ଦାୟିତ୍ୱବାନ ସରକାର । ଆଜି ସମଗ୍ର ବିଶ୍ୱରେ ମିଡ଼ିଲ ଇଷ୍ଟରେ ଯୁଦ୍ଧକୁ ନେଇ କ୍ରାଇସିସ ଦେଖା ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ କନା ନଜର ରଖିଛନ୍ତି। ଗତ ମାର୍ଚ୍ଚ 2 ରେ ଟୋଲ ଫ୍ରି ୨୪ ଘଣ୍ଟିଆ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି । ଏହା ଉପରେ ଆମ ବିଭାଗ ଦିନ ରାତି ମନିଟରିଂ କରୁଛି ବୋଲି ବିଧାନସଭାରେ ମୁଲତବୀ ଆଲୋଚନାର ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ, ଶ୍ରମ ବିଭାଗ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ଆମେ ଆମ ଲୋକଙ୍କୁ ଫେରାଇ ଆଣିବା ପାଇଁ ସ୍ପେଶାଲ କଣ୍ଟ୍ରୋଲ ରୁମ ଖୋଲିଛୁ। ଦୁବାଇକୁ 35 ଜଣ ଟୁରିଷ୍ଟ ଯାଇଥିଲେ, ତାଙ୍କୁ ଆମେ 2ଟି ପର୍ଯ୍ୟୟରେ ଫେରାଇ ଆଣିଛୁ। ଆଉ 22 ଜଣଙ୍କୁ 2 ଦିନ ଭିତରେ ଫେରାଇ ଆଣିବାକୁ ଯୋଜନା କରାଯାଉଛି । 24 ବର୍ଷ ଶାସନରେ ବିଜେଡି ରହିଲା ପରେ ଏବେ ସେମାନେ ପଚାରୁଛନ୍ତି କାହିଁକି ଏତେ ଲୋକ ବିଦେଶ ଯାଉଛନ୍ତି । ସେମାନେ ଯଦି ଲୋକଙ୍କୁ ରୋଜଗାର ଦେଇଥାନ୍ତେ ଏହି ସମୟ ଆସି ନଥାନ୍ତା । 9 ଜିଲ୍ଲାରୁ କାହିଁକି ହଜାର ହଜାର ଲୋକ ବାହାର ରାଜ୍ୟକୁ ଯାଉଛନ୍ତି ତା ଉପରେ ତର୍ଜମା କରାଯାଉଛି । ଆମ ରାଜ୍ୟରେ ରୋଜଗାର ନମିଳିବା ଫଳରେ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ତାଙ୍କୁ କିପରି ନିଜ ଅଞ୍ଚଳରେ ରୋଜଗାର ମିଳିବ ସେଥିପାଇଁ ବ୍ୟବସ୍ଥା କରାଯାଉଛି । 9 ଜିଲ୍ଲାରେ 300 ଦିନ କାମ ଦେବାକୁ ଭିବି ଜିରାମଜି ଯୋଜନାରେ ସାମିଲ କରାଯିବ । ଶ୍ରମ ବିଭାଗରେ 51 ଲକ୍ଷ ଶ୍ରମିକ ରେଜିଷ୍ଟ୍ରେସନ କରିଛନ୍ତି । 2024 ମସିହାରେ 46 ଲକ୍ଷ ଥିବାବେଳେ କେବଳ ବିଗତ 2 ବର୍ଷରେ 7 ଲକ୍ଷ ରେଜିଷ୍ଟ୍ରେସନ କରିଛନ୍ତି ।

ଏହି ମୁଲତବୀ ଆଲୋଚନାରେ ବିଜେଡ଼ି ବିଧାୟକ ଅରୁଣ ସାହୁ କହିଲେ ଓଡ଼ିଆ ଯୁବକ କତାରରେ ମୃତ୍ୟୁ ବରଣ କରିଛନ୍ତି । ସମଗ୍ର ଦେଶ ଏବଂ ବିଶେଷ ଭାବେ ରାଜ୍ୟର ଅନେକ ପରିବାର ଏବେ ଭୟରେ ଅଛନ୍ତି। ସରକାର କଣ ପ୍ରସ୍ତୁତି କରିଛନ୍ତି । ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁ ହଇରାଣ ହେଉଛନ୍ତି ବିଦେଶରେ ଥିବା ଶ୍ରମିକ । ଯୁଦ୍ଧ ପ୍ରଭାବିତ ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଫସି ରହିଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । ଓଡ଼ିଶାର ହଜାର ହଜାର ପରିବାର ଆଶଙ୍କା ଭିତରେ କାଳତିପାତ କରୁଛନ୍ତି ।

ଓଡ଼ିଆ ଅସ୍ମିତା ନାଁରେ ସରକାର ଆସିଛି । ହେଲେ ଓଡ଼ିଆ ଭାଇ ମାନଙ୍କୁ ବଞ୍ଚାଇବା ପାଇଁ କୌଣସି ପ୍ରୟାସ ନାହିଁ । ପ୍ରବାସୀ ମାନେ ବିଭିନ୍ନ ଦେଶରେ ଅସ୍ତବ୍ୟସ୍ତ ହୋଇଗଲେଣି।  କେନ୍ଦ୍ର ସରକାରଙ୍କ ରାଜ୍ୟ ସରକାର କଣ ଆଲୋଚନା କରିଛନ୍ତି । ଦୁବାଇ ବିମାନ କେବେ ଚାଲୁ ହେବ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ମୁଲତବୀ ଆଲୋଚନାରେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odias in Middle East War | Odias Stuck in Middle East War to Return Safely | Toll-Free Helpline Released | Argus News