Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲୁଟ୍ ହୋଇଛି ଓଡ଼ିଆଙ୍କ ଝାଳବୁହା ଟଙ୍କା: ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲେ ପୂର୍ବ ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
ଲୁଟ୍ ହୋଇଛି ଓଡ଼ିଆଙ୍କ ଝାଳବୁହା ଟଙ୍କା: ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲେ ପୂର୍ବ ସରକାର

Key Points

ଛୋଟ, ବଡ଼ ସବୁ ଜମାକାରୀଙ୍କୁ ଟଙ୍କା ଫେରାଇବେ ସରକାର
ବିଜେପି ସଭାପତି ମନମୋହନ ସାମଲ ଦେଲେ ସୂଚନା
ଚିଟଫଣ୍ଡ ଓଡ଼ିଶା ଇତିହାସର ସବୁଠାରୁ ବଡ଼ କେଳେଙ୍କାରୀ
ବିଜେଡି ସରକାରର ପ୍ରୋତ୍ସାହନରେ ଲୁଟ୍ ହୋଇଛି ଓଡ଼ିଆଙ୍କ ଝାଳବୁହା ଟଙ୍କା
ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲେ ପୂର୍ବ ସରକାର
କାର୍ଯ୍ୟ ଆରମ୍ଭ ପରେ ନିରାଶ ଜମାକାରୀ ଓ ନିବେଶକାରୀଙ୍କ ପାଖରେ ଫେରିଛି ଆଶା

ଚିଟଫଣ୍ଡ ପ୍ରସଙ୍ଗରେ ବିଜେଡ଼ିକୁ କଡ଼ା ଟାର୍ଗେଟ କଲା ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ବର୍ଷିଲେ ରାଜ୍ୟ ସଭାପତି ମନମୋହନ ସାମଲ । ବିଗତ ସରକାରରେ ୧୫ ବର୍ଷ ଭିତରେ ୧୭୪ ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ସାଧାରଣ ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟ କରିବାରେ ଲାଗିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତାଙ୍କ ମନ୍ତ୍ରୀ, ବିଧାୟକ, ସାଂସଦ ମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ମାଧ୍ୟମରେ ଲୋକଙ୍କ ପଇସା ଆତ୍ମସାତ କରୁଥିଲେ । ବିଜେଡ଼ିର ଅନେକ ନେତା, ମନ୍ତ୍ରୀ ଏଥିପାଇଁ ଦଣ୍ଡିତ ହୋଇ ବର୍ଷ ବର୍ଷ ଜେଲ ମଧ୍ୟ ଯାଇଛନ୍ତି । ଆସନ୍ତା ୩ରୁ ୪ମାସ ଭିତରେ ୫ ଲକ୍ଷ ଜମାକାରୀଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଛୋଟ ବଡ଼ ସବୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ବିଜେଡି ସଭାପତି।

ସେପଟେ ବିଜେଡ଼ି କହିଛି, ୨୪ ଘଣ୍ଟା କହିଥିଲେ ୧୩ ମାସ ବିତିଗଲାଣି । ତଥାବି ଚିଟଫଣ୍ଡ ହିତାଧିକାରୀଙ୍କୁ ଟଙ୍କା ଫେରାଇ ପାରିଲେ ନାହିଁ ବିଜେପି ସରକାର ।
ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ କାର୍ଯ୍ୟ ଆରମ୍ଭ ପରେ ନିରାଶ ଜମାକାରୀ ଓ ନିବେଶକାରୀଙ୍କ ପାଖରେ ଫେରିଛି ଆଶା । ଚିଟଫଣ୍ଡ ତଦନ୍ତ କମିଶନ ସରକାରଙ୍କ ନିକଟରେ ୭ଟି ଅନ୍ତରୀଣ ତଦନ୍ତ ରିପୋର୍ଟ ମଧ୍ୟ ଉପସ୍ଥାପନ କରିଥିଲେ । ତେବେ ୫ ଫେବୃଆରୀ ୨୦୨୦ରେ ଶେଷ ହୋଇଥିଲା ତଦନ୍ତ କମିଶନର କାର୍ଯ୍ୟକାଳ । କିନ୍ତୁ ଟଙ୍କା ଫେରସ୍ତ ପାଇଁ ଆଉ ତଦନ୍ତ କମିଶନର କାର୍ଯ୍ୟକାଳ ବୃଦ୍ଧି କରିନଥିଲେ ପୂର୍ବ ସରକାର। ଏପରିକି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ କମିଶନ ବାବଦକୁ ୬ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ ସେତେବେଳର ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
odias-sweat-money-has-been-looted-the-previous-government-deceived-by-making-promises | Argus News