Vehicle Reactivation / ଓଡ଼ିଶାର ୨ ଲକ୍ଷରୁ ଅଧିକ ଗାଡ଼ି ସ୍ଥାୟୀ ଆର୍କାଇଭରେ; ରାସ୍ତାରେ ଗଡ଼ି ପାରିବ ତ ?
·1 hour ago·2 min read

Key Points
- ଆପଣଙ୍କୁ ଆସିଛି କି ପରମାନେଣ୍ଟ ଆର୍କାଇଭ୍ ମେସେଜ ?
- ମେସେଜ ଆସିବା ପରେ ରାସ୍ତାରେ ଗଡ଼ି ପାରିବ ତ ଆପଣଙ୍କ ଗାଡ଼ି ?
- ନା ବାତିଲ୍ ହୋଇଯିବ ଗାଡ଼ିର RC, ଗାଡ଼ି ହେବ କି ସ୍କ୍ରାପ୍ ?
ଭୁବନେଶ୍ୱର: ଗାଡ଼ି ଅଛି…ମାଲିକ ଅଛନ୍ତି…ରାସ୍ତାରେ ଗଡ଼ୁଛି ଗାଡ଼ି । ହେଲେ ବାହାନ ଡାଟାବେସ୍ରେ ବଦଳିଯାଇଛି ଏହାର ପରିଚୟ ! ଓଡ଼ିଶାର ୨ ଲକ୍ଷରୁ ଅଧିକ ଗାଡ଼ିକୁ ସ୍ଥାୟୀ ଆର୍କାଇଭ ରଖିଛି କେନ୍ଦ୍ର ସରକାର । ଏହା କ’ଣ ଗାଡ଼ିର RC ବାତିଲ ? ଗାଡ଼ି ହେବ କି ସ୍କ୍ରାପ୍ ? ନା ଆଉଥରେ ଫେରିବ ପୁରୁଣା ସ୍ଥିତିକୁ ?
ନଭେମ୍ବର ୧ ତାରିଖରୁ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବାହାନ ପୋର୍ଟାଲ୍ରେ ହୋଇଛି ବଡ଼ ପରିବର୍ତ୍ତନ । ଆଉ ଏହି ପରିବର୍ତ୍ତନର ପରିଣାମ ସ୍ୱରୂପ ଓଡ଼ିଶାର ୨ ଲକ୍ଷରୁ ଅଧିକ ଗାଡ଼ି ଏବେ ଆଉ ରାସ୍ତାରେ ଗଡ଼ି ପାରିବ ନାହିଁ । ତେବେ କଣ ଏହି ପରିବର୍ତ୍ତନ ?
କେନ୍ଦ୍ର ସରକାରଙ୍କ ନିୟମ କହୁଛି, ଏଣିକି ଗାଡ଼ିର ସ୍ଥିତି ହେବ ଚାରିଟି ବର୍ଗରେ । ସେ ଗୁଡ଼ିକ ହେଉଛି, ପରମାନେଣ୍ଟ ଆର୍କାଇଭ୍, ଟେମ୍ପୋରାରୀ ଆର୍କାଇଭ୍, ଆକ୍ଟିଭ୍ ନନ୍-କମ୍ପ୍ଲାଏଣ୍ଟ, ଆକ୍ଟିଭ୍ କମ୍ପ୍ଲାଏଣ୍ଟ ।
ଯଦି ଆପଣଙ୍କ ଗାଡ଼ିର କାଗଜପତ୍ର ଅପଡେଟ୍ ନାହିଁ କି ଦୀର୍ଘଦିନ ଧରି ଇନ୍ସୁରାନ୍ସ, ପଲ୍ୟୁସନ୍ କିମ୍ବା ଅନ୍ୟ ଆବଶ୍ୟକ ଡକ୍ୟୁମେଣ୍ଟ ନବୀକରଣ ହୋଇନାହିଁ ତେବେ ବାହାନ ଡାଟାବେସ୍ରେ ଆପଣଙ୍କ ଗାଡ଼ିର ସ୍ଥିତି ବଦଳି ଥାଇପାରେ । ଦୁଇ ବର୍ଷରୁ ଅଧିକ ସମୟ ଧରି ଆବଶ୍ୟକ କାଗଜପତ୍ର ଅପଡେଟ୍ ନଥିବା ଗାଡ଼ିଗୁଡ଼ିକୁ ପରମାନେଟ୍ ଆର୍କାଇଭ୍ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି କରିବେ ଆକ୍ଟିଭ୍ ?
ଯଦି ଆପଣଙ୍କ ପାଖକୁ ବାହାନ ପକ୍ଷରୁ ଏଭଳି ମେସେଜ ଆସିଛି ତେବେ କିପରି ଗାଡ଼ିକୁ ପୁଣି ଆକ୍ଟିଭ୍ କରିବେ ? ତେବେ ଏଥିପାଇଁ ଅଫିସ୍କୁ ଅଫିସ୍ ଦୌଡ଼ିବାକୁ ପଡ଼ିବନି । ପ୍ରଥମେ ଗୁଗୁଲରେ ପରିବହନ ପୋର୍ଟାଲ ଖୋଲନ୍ତୁ । ଭେହିକିଲ୍ ରିଲେଟେଡ୍ ସର୍ଭିସେସ୍ରେ ଓଡ଼ିଶା ଓ ସମ୍ପୃକ୍ତ RTO ଚୟନ କରି ଆଡିସନାଲ୍ ସର୍ଭିସେସ୍ରେ କ୍ଲିକ୍ କରନ୍ତୁ ।
ସେଠାରେ ଆପ୍ଲିକେସନ୍ ଫର୍ ରି-ଆକ୍ଟିଭେସନ୍ ବିକଳ୍ପ ଚୟନ କରି ଗାଡ଼ିର ରେଜିଷ୍ଟ୍ରେସନ୍ ଓ ଚେସିସ୍ ନମ୍ବର ଦିଅନ୍ତୁ । ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରି ଆବେଦନ ଦାଖଲ କରନ୍ତୁ । RTO ଯାଞ୍ଚ ପରେ ଆବେଦନ ଯିବ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ । ଅନୁମତି ମିଳିଲେ ପୁଣି ଆକ୍ଟିଭ୍ କମ୍ପିଆନ୍ସ ସ୍ଥିତିକୁ ଫେରିବ ଗାଡ଼ି । ସେପଟେ କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସମୟସୀମା ନ ଦିଆଯାଇଥିବାରୁ ଏଭଳି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ।
ଗାଡ଼ି ମାଲିକଙ୍କ ପାଇଁ ଏବେ ସବୁଠୁ ବଡ଼ କାମ ନିଜ ଗାଡ଼ିର ଷ୍ଟାଟସ୍ ଯାଞ୍ଚ କରିବା ଏବଂ କାଗଜପତ୍ର ଠିକ୍ ରଖିବା । ଗାଡ଼ି ଆପଣଙ୍କ ଘରେ... ଚାବି ବି ଆପଣଙ୍କ ପାଖରେ... ହେଲେ ସରକାରୀ ରେକର୍ଡରେ ଗାଡ଼ି ଆଉ ଆକ୍ଟିଭ୍ ନୁହେଁ । ଦୁଇ ଲକ୍ଷରୁ ଅଧିକ ଗାଡ଼ିକୁ ନେଇ ଏବେ ବଡ଼ ଚର୍ଚ୍ଚା । ହେଲେ ଚିନ୍ତା ନାହିଁ, ରାସ୍ତାକୁ ଫେରିବାର ବାଟ ବି ରହିଛି ।