Cancer Awareness / ରାଜ୍ୟରେ ୨୬ହଜାର ୬୬୬ଜଣ କ୍ୟାନସର ଆକ୍ରାନ୍ତ ଚିହ୍ନଟ

Key Points
ତିନି ବର୍ଷରେ ଏକ କୋଟି ୩୯ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ
ରାଜ୍ୟରେ ୨୬ହଜାର ୬୬୬ଜଣ କ୍ୟାନସର ଆକ୍ରାନ୍ତ ଚିହ୍ନଟ
ବରଗଡରେ କାୟା ବିସ୍ତାର କରୁଛି କ୍ୟାନସର
ଆଜି ଜାତୀୟ କ୍ୟାନସର ସଚେତନତା ଦିବସ । ତିନି ବର୍ଷରେ ଏକ କୋଟି ୩୯ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କାଯାଇଛି । ଦେଶରେ ବାର୍ଷିକ ୮ଲକ୍ଷରୁ ଅଧିକ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ୨୬ହଜାର ୬୬୬ଜଣ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ଅଜି କାର୍ଯ୍ୟକ୍ରମ ରହିଛି ।
କ୍ୟାନସରର ଗଡ ସାଜିଛି ବରଗଡ଼। ହୁ ହୁ ହୋଇ ବଢୁଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା। କେବଳ ବରଗଡ଼ ନୁହେଁ ସାରା ପଶ୍ଚିମ ଓଡ଼ିଶାରେ ଏବେ ଏହି ମାରାତ୍ମକ ବ୍ୟାଧିକୁ ନେଇ ବଢୁଛି ଚିନ୍ତା । ଗତ ତିନି ବର୍ଷ ଭିତରେ ଏକ କୋଟି ୩୯ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୬ ହଜାର ୬୬୬ଜଣ କ୍ୟାନସର ଆକ୍ରାନ୍ତ ଚିହ୍ନଟ କରାଯାଇଛି । ତେବେ କାହିଁକି କ୍ୟାନ୍ସର ବଢୁଛି ଓ କେମିତି ଏହାକୁ ରୋକାଯାଇ ପାରିବ ସେନେଇ ଆଜି ଜାତୀୟ କ୍ୟାନ୍ସର ସଚେତନତା ଦିବସର କାର୍ଯ୍ୟକ୍ରମ ରହିଛି ।
ବରଗଡ ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବଢୁଛି ଚିନ୍ତା । ରାଜ୍ୟରେ ଚିହ୍ନଟ ହୋଇଥିବା କ୍ୟାନସର ଆକ୍ରାନ୍ତଙ୍କ ମଧ୍ୟରୁ ୨୬.୩ ପ୍ରତିଶତ କେବଳ ବରଗଡ ଜିଲ୍ଲାରୁ । ବରଗଡ଼ରେ ବହୁଳ ମାତ୍ରାରେ ଚାଷ ଜମିରେ ସାର, କୀଟ ନାଶକ ବ୍ୟବହାର ପାଇଁ ଅଧିକ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢୁଥିବା ଅନୁମାନ କରାଯାଉଛି। ଅନେକ କ୍ଷେତ୍ରରେ ଗୁଠଖା , ପାନ ମସଲା ,ସିଗାରେଟ, ତମାଖୁ କ୍ୟାନସର ବୃଦ୍ଧିର କାରଣ ପାଲଟିଛି । ଆଜି ଜାତୀୟ କ୍ୟାନସର ସଚେତନତା ଦିବସରେ ଏନେଇ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି କାର୍ଯ୍ୟକ୍ରମ । କ୍ୟାନସରକୁ କେମିତି ଚିହ୍ନିବା ଓ କେଉଁ ସମୟରେ ଚିକିତ୍ସା କଲେ ବାଜିମାତ୍ ହେବ ସେନେଇ ସଚେତନତା କରାଯାଉଛି ।
ଦେଶରେ ବାର୍ଷିକ ୮ଲକ୍ଷରୁ ଅଧିକ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ତମାଖୁ ବ୍ୟବହାର ଯୋଗୁଁ ୩୫ରୁ ୫୦ ପ୍ରତିଶତ ଆକ୍ରାନ୍ତ । ଜୀବନଶୈଳୀରେ ପରିବର୍ତ୍ତନ, ତମାଖୁ ବ୍ୟବହାର, ଖରାପ ଖାଦ୍ୟ ଅଭ୍ୟାସ ଓ କମ୍ ଶାରୀରିକ ଶ୍ରମ ଯୋଗୁଁ ବ୍ୟାପୁଛି କ୍ୟାନସର । ଏଥିପାଇଁ ବ୍ୟାପକ ସଚେତନତାର ରହିଛି ଆବଶ୍ୟକତା । ଲକ୍ଷଣ ଦେଖାଦେଲେ ଭୟଭୀତ ନହୋଇ ଡାକ୍ତରଙ୍କ ସହ ପରାମର୍ଶ କଲେ କ୍ୟାନସରଠାରୁ ମଧ୍ୟ ଜିତିହେବ ବୋଲି କ୍ୟାନ୍ସର ସର୍ଭାଇବର୍ ମତ ଦେଇଛନ୍ତି।
ବରଗଡ଼ ସହରର କ୍ୟାନ୍ସର ସର୍ଭାଇବର୍ ଅସୀମା ବିଷୋୟୀ ଓ ଜୟଶ୍ରୀ ପଣ୍ଡା । ଦୀର୍ଘ ବର୍ଷ ପୂର୍ବେ ଏମାନଙ୍କୁ ହୋଇଥିଲା କ୍ୟାନ୍ସର । ଆଉ ରୋଗ ଚିହ୍ନଟ ହେବା ପରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଆରମ୍ଭ କରିଥିଲେ ନିଜର ଚିକିତ୍ସା। କିଛି ବର୍ଷ ଧରି ଜୀବନ ଓ ମୃତ୍ୟୁର ସଂଘର୍ଷ ପରେ ପାଇଥିଲେ ନୂଆଁ ଜୀବନ। ଏବେ ସେମାନେ ଲୋକମାନଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories